ଛତିଶଗଡରୁ ସାଇକେଲରେ ଫେରୁଛନ୍ତି ୪ ଓଡିଆ ଶ୍ରମିକ

ସୋନପୁର,୧୯।୪(ନି.ପ୍ର.): କରୋନା ଭୂତାଣୁ ସଂକମ୍ରଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ରେ ରହିଛି ସାରା ଦେଶ। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ କର୍ମସଂସ୍ଥାନ ହରାଇ ବହୁ ଦୁଃଖରେ ଅଛନ୍ତି। ଶ୍ରମିକଙ୍କ ନିକଟରେ କରୋନାର କାରୁଣ୍ୟ ଚିତ୍ର ଶନିବାର ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ ସମୟରେ ପୁରୀ ଜିଲା କୋଣାର୍କ ଅଞ୍ଚଳର ୪ ଯୁବକ ଭୋକିଲା ପେଟରେ ଛତିଶଗଡରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଛନ୍ତି। କୋଣାର୍କର ତ୍ରିଲୋଚନ ବିଶ୍ୱାଳ, ସିଦ୍ଧାନ୍ତ ସାହୁ, ଲାଲୁ ପ୍ରସାଦ ସେଠୀ ଓ ଦେବେନ୍ଦ୍ର ବିଶ୍ୱାଳ ଛତିଶଗଡର ବିଳାସପୁର ସ୍ଥିତ ଏକ ପୁଟି ଶିଳ୍ପାନୁଷ୍ଠାନରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଶିଳ୍ପାନଷ୍ଠାନଟି ବନ୍ଦ ରହିଛି। ଶ୍ରମିକମାନେ ୨ ମାସର ଦରମା ପାଇ ନାହାନ୍ତି। ଖାଇବାକୁ ନ ପାଇ ଭୋକରେ ରହିବାକୁ ପଡିଥିଲା। ତେଣୁ ଶ୍ରମିକଙ୍କୁ ଯିବା ଆସିବା ପାଇଁ କମ୍ପାନୀ ଦେଇଥିବା ସାଇକେଲରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଦିନକୁ ୧୦୦କିଲୋମିଟର ସାଇକେଲରେ ଯାଉଛନ୍ତି । ୩ ଦିନରେ ବରଗଡ ଜିଲା ବରପାଲି ରାସ୍ତା ଦେଇ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରରେ ପହଞ୍ଚତ୍ଥିଲେ। ରାସ୍ତା ପାର୍ଶ୍ୱ ଏକ ଗଛ ମୂଳରେ ବିଶ୍ରାମ ନେଉଥିଲା ବେଳେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ଏ ସମ୍ପର୍କରେ ଶ୍ରମିକ ତ୍ରିଲୋଚନ କୁହନ୍ତି, କର୍ମ ନିଯୁକ୍ତି ବନ୍ଦ, ଭୋକରେ ବାହାର ରାଜ୍ୟରେ ରହିବା ଅପେକ୍ଷା ସାଇକେଲରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲୁ। ଭୋକରେ ଥିଲୁ, ଓଡିଶା ସୀମାରେ ପହଞ୍ଚତ୍ଲା ପରେ କେତେକ ସହୃଦୟ ବ୍ୟକ୍ତି ବିସ୍କୁଟ୍‌ ଆଦି ଖାଇବାକୁ ଦେଉଛନ୍ତି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri