ଚୋରି ଉଦ୍ୟମ ପଣ୍ଡ: ୪ ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚିତ୍ରଡ଼ା,୨୦।୬: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଭୋଳାଗଡ଼ିଆ ଆଶ୍ରମ ସ୍କୁଲକୁ ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ୪ ଯୁବକ। ପରେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ବେଳେ ୩ ଜଣ ହେଲେ ସାକିଲା ମଲ୍ଲିକ (୩୧), ସପନ ନାଏକ (୩୦),ରାଜା ମଲ୍ଲିକ (୨୫)। ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ମୋରଡ଼ା ଥାନା ଟିଆଁସୀ ଗ୍ରାମର ୪ ଯୁବକ ଚୋରି କରିବାକୁ ଆଶ୍ରମ ସ୍କୁଲ ଭିତରକୁ ପଶିଥିବା ବେଳେ ଗ୍ରାମବାସୀ ଜାଣିପାରିଥିଲେ। ପରେ ଚୋରକୁ ଧରିବାରେ ସଫଳ ହୋଇଥିଲେ। ତେବେ ଗ୍ରାମବାସୀ ଓ ଚୋର ମଧ୍ୟରେ କିଛି ସମୟଧରି ଲଢେଇ ଚାଲିଥିଲା। ପରେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିବା ସହିତ ୮୭/୨୦ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ସାକିଲା ଏବଂ ରାଜା ନାମରେ ଆଗରୁ ଏକାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ୪ ଜଣଙ୍କ ମଧ୍ୟରୁ ଗ୍ରାମବାସୀଙ୍କ ମାଡ଼ରେ ରାଜା ଗୁରୁତର ହୋଇଥିବା ବେଳେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ସାକିଲା ଓ ସପନକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯିବ ବୋଲି ଆଇଆଇସି କୁନି ବେଶ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ

ବରଗଡ଼ ଅଫିସ୍‌,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ...

ଋଣବୋଝ ନେଲା ଚାଷୀଙ୍କ ଜୀବନ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ...

ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ...

ବିନା ଡାକ୍ତରରେ ଡାକ୍ତରଖାନା

ଚିତ୍ରଡ଼ା,୧୫ା୬(ଡି.ଏନ୍‌.ଏ.)- ସ୍ବାସ୍ଥ୍ୟ ସେବାକୁ ‘ମୋ ସରକାର’ ଯୋଜନାରେ ସାମିଲ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ମୟୂରଭଞ୍ଜ...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡି. ରାଜା

କଟକ ଅଫିସ୍‌,୨୯।୯: ସିପିଆଇ ସାଧାରଣ ସଂପାଦକ ଡି. ରାଜା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ପରେ ତାହା...

ସମୁଦ୍ରରେ ଓଲଟିଲା ଡଙ୍ଗା, ୫ ଗୁରୁତର

ପାରାଦୀପ,୨୪ା୧୨(ସ୍ବ.ପ୍ର.): ଶନିବାର ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଡଙ୍ଗା ଓଲଟି ପଡ଼ିବା ପରେ ଲହଡ଼ିରେ ଭାସି ଯାଇ ପଥର...

ଗୁଣି ସନ୍ଦେହରେ ବାପାଙ୍କୁ ହତ୍ୟା, ଜୀବନ ବଞ୍ଚାଇ ଥାନାକୁ ଦୌଡ଼ିଲେ ପୁଅ

ରାୟଗଡ଼ା ଅଫିସ/ଟିକିରି,୪ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି...

ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର...

Advertisement
Archives

Model This Week