ଚେନ୍ନାଇରେ ଫଶିିଛନ୍ତି ପୁରୀର ୧୮ ତୀର୍ଥଯାତ୍ରୀ

ପୁରୀ ଅଫିସ,୨୬ା୩: ତୀର୍ଥ କରିବାକୁ ଯାଇଥିବା ପୁରୀର ୧୮ଜଣ ଚେନ୍ନାଇରେ ଅଟକି ରହିଛନ୍ତି। ଏବେ ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଓଡ଼ିଶା ଫେରି ପାରୁନାହାନ୍ତି। ବହୁତ ହଇରାଣରେ ରହୁଥିବାବେଳେ ଉଦ୍ଧାର ପାଇଁ ଏକ ଭିଡିିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଜିଲା ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି।
ସୂଚନା ମୁତାବକ, ପୁରୀର ବିଭିନ୍ନ ସ୍ଥାନରୁ ୧୮ଜଣ ତୀର୍ଥଯାତ୍ରୀ ଗତ ୧୧ତାରିଖରେ ବିଭିନ୍ନ ତୀର୍ଥସ୍ଥଳ ଭ୍ରମଣରେ ଯାଇଥିଲେ। ଗତ ୨୧ ତାରିଖରେ ରାମେଶ୍ୱରମ୍‌ରେ ପହଞ୍ଚିଥିଲେ। ୨୨ ତାରିଖ ଜନତା କର୍ଫ୍ୟୁ ଯୋଗୁ ସେଠାରେ ରହିଥିଲେ। ଏହାପରେ ସମସ୍ତ ଟ୍ରେନ୍‌ ବାତିଲ ହୋଇଥିଲା। ସେମାନେ ସେହିଠାରୁ ବିମାନ ଟିକେଟ କରିଥିଲେ। ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚି ଭୁବନେଶ୍ୱର ଆସିବେ ବୋଲି ଯୋଜନା କରିଥିଲେ। ରାମେଶ୍ୱରମ୍‌ରୁ ଚେନ୍ନାଇରେ ପହଞ୍ଚିବା ପରେ ହଠାତ୍‌ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏବେ ସେମାନେ ଚେନ୍ନାଇର ଗୀତା ଭବନରେ ରହିଛନ୍ତି। ଓଡ଼ିଶା ଫେରିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁନାହାନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮ ପଜିଟିଭ୍‌

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ପୁଣି ଘାରିଲା କରୋନା ଭୟ: କୋଭିଡ୍‌ ନିୟମ ପାଳିବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ ପୁଣି କରୋନା ବ୍ୟାପିବାରେ ଲାଗିଛି। ଦିଲ୍ଲୀ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଅଟକ

କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଖସାପଦା ଗ୍ରାମରେ ଏକ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ...

ପୀଠକୁ ବଢ଼ିଲା ବସ୍‌ ଭଡ଼ା, ଭୋଜି କଲେ ଫି ଆଦାୟ

ଛତ୍ରପୁର,୮ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି...

ଏସ୍‌ଓପି ମାନୁନାହାନ୍ତି ମଦ ବିକ୍ରେତା

ଖୋର୍ଦ୍ଧା ଅଫିସ,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି।...

ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ...

ଘର ନ ଛାଡ଼ିବାରୁ ଭଡ଼ାଟିଆଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୧୩।୧୧: ଭଡ଼ାରେ ରହୁଥିବା ଜଣେ ମହିଳା ଘର ନ ଛାଡ଼ିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ସମ୍ପୃକ୍ତ...

‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ରେ କରାଯିବ ଗାନ

ଭୁବନେଶ୍ୱର,୮।୬(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ ମଧ୍ୟରେ ଗାନ କରାଯିବ। ତେବେ ଏହାର ସ୍ବର, ଲୟ ଏବଂ ତାଳ କ’ଣ ହେବ ସେ ନେଇ...

Advertisement
Archives

Model This Week