ଚେତୁନି ଚାଇନା, ପୁଣି ଚଳାଇଛି ପଶୁପକ୍ଷୀଙ୍କ ଅଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏହାର ସଠିକ୍‌ କାରଣ ଆଜି ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ପଶୁପକ୍ଷୀଙ୍କ ଯୋଗୁ ଏହା ବ୍ୟାପୁଛି ବୋଲି କୁହାଯାଉଛି। ଏତେ ଅବସ୍ଥା ପରେ ମଧ୍ୟ ଚାଇନା ଚେତୁନି।


ଏକ ରିପୋର୍ଟ ଅନୁଯାୟୀ, ଏବେ ପଶୁପକ୍ଷୀଙ୍କ ଅନ୍ତ ଏବଂ ସିଙ୍ଘରୁ ଦେଶୀ ଔଷଧ ପ୍ରସ୍ତୁତ କରିବାରେ ଲାଗିଛି ଚାଇନା। ଏଥିରେ କରୋନା ଆକ୍ରାନ୍ତ ଭଲ ହୋଇପାରିବେ ବୋଲି ଚାଇନା କହୁଛି। ଦେଶର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କରୋନା ଭୂତାଣୁର ଉପଚାର ବିଷୟରେ କହିଛି। ଏଥିରେ ଏକ ଦେଶୀ ମେଡିସିନ ରହିଛି। ଯାହାକୁ ତିଆରି କରିବାରେ ଜଙ୍ଗଲୀ ଭାଲୁର ଗଲବ୍ଲାଡର (ଯେଉଁଥିରୁ ତରଳ ପାଚକ ପଦାର୍ଥ) ମିଳିଥାଏ। ଛେଳିର ସିଙ୍ଘ ଏବଂ ତିନି ପ୍ରକାର ଚାରାର ବ୍ୟବହାର କରାଯାଇଛି। କିନ୍ତୁ ଏହାକୁ ଚାଇନାର ପ୍ରାଣୀ ବିଶେଷଜ୍ଞ ବିରୋଧ କରିଛନ୍ତି। ୩ ମାସ ତଳେ ଆରମ୍ଭ ହୋଇଥିବା କରୋନା ଭୂତାଣୁରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଏଥିରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି।
କରୋନା ଭାଇରସ୍‌ ବାଦୁଡ଼ି, ସାପ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁଙ୍କଠାରୁ ଉତ୍ପନ୍ନ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଅନୁରୂପ କଥା କହିସାରିଛନ୍ତି। ତଥାପି ପଶୁପକ୍ଷୀଙ୍କ ଜୀବନ ସହିତ ଖେଳୁଛି ଚାଇନା। ଯାହାକୁ ପରିବେଶବିତ୍‌ମାନେ ଘୋର ବିରୋଧ କରିବା ସହ ଏହା ଅନୈତିକ କାର୍ଯ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର...

ଦାମୀ ବହି

ଦ କୋଡେକ୍ସ ଲିସେଷ୍ଟର: ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍‌ ଜର୍ନଲ ଅଟେ। ଏହା ‘କୋଡେକ୍ସ...

ଉଲ୍‌ରେ ତିଆରି ପ୍ରକୃତିର ଛବି

ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ...

ପବିତ୍ର ସମ୍ପର୍କର ସାକ୍ଷୀ ରାଖୀ

ଭଉଣୀ-ଭାଇ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାଖୀ। ପ୍ରତିବର୍ଷ ଏହି ଦିନକୁ ଅତି ଆଗ୍ରହର ସହ ଭଉଣୀଟିଏ ଚାହିଁ ରହିଥାଏ। ଭାବାତ୍ମକ ବନ୍ଧନରେ...

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ...

ମାସ୍କ ନ ପିନ୍ଧି ୩ଶହ ଜଣ ଦେଲେ ଜରିମାନା

କଟକ ଅଫିସ,୨୭।୪: ଲକ୍‌ଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ କିଛି ବ୍ୟକ୍ତି ଏହି...

କରୋନାର ତୃତୀୟ ଲହର ଆସିବ ଅକ୍ଟୋବରରେ: ପୁଣି ଘନେଇଲା ବିପଦ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେବେ ପୁଣି ବିପଦ...

ମାତ୍ର ୧୧ ସେେକେଣ୍ଡରେ ହରିଣକୁ ଗିଳିଦେଲା ଅଜଗର: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ...

Advertisement
Archives

Model This Week