ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା ନିୟମିତ ପ୍ଲେଟ ଖସୁଛି। ଏଣୁ ଏହି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ତଥା ଜନସାଧାରଣ ଭୟଭୀତ ହୋଇ ପଡୁଛନ୍ତି। ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲି ରହିଛି। ଏଣୁ କୌଣସି ଅଘଟଣ ଘଣିବା ପୂର୍ବରୁ ଏହି ରାସ୍ତାକୁ ବିପଦ ଶଙ୍କୁଳ ଘୋଷଣା କରାଯିବା ଆବଶ୍ୟକ। ଏହି ରାସ୍ତାକୁ ବନ୍ଦ କରି ବାଇପାସ ରାସ୍ତାରେ ଲୋକେ ଯିବା ଆସିବା ପାଇଁ ସୂଚନା ଫଳକ ଦେବା ଉଚିତ୍‌। ଏଥିସହ ଏହି ତୋରଣର ମରାମତି କାର୍ଯ୍ୟ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ପେରିଫେରି ପାଣ୍ଠି ଓ ତତ୍କାଳୀନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁଦାନରେ ଏହି ଫାଟକଟି ନିର୍ମାଣ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗ ପଥର ଖସୁଥିବା ଅଭିଯୋଗ ହେଉଛି । ଏହି ଫାଟକର ଗୋଟିଏ ପାର୍ଶ୍ୱରୁ ବର୍ତ୍ତମାନ ସୁଦ୍ଧା ୧୧ଖଣ୍ଡ ପଥର ପ୍ଲେଟ ଖସିଥିବା ବେଳେ ଅପର ପାର୍ଶ୍ୱରୁ ୭ଖଣ୍ଡ ପଥର ପ୍ଲେଟ ଖସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ସମସ୍ୟା: ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର, ୨୦।୧୧ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ କିରାସିନି ଢ଼ାଲି ନିଆଁ ଲଗାଇ...

ଏନ୍‌ଏଚ୍‌ ଉପରେ ୩ଫୁଟ୍‌ ପାଣି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାଷୀ କୁଳକୁ ଆସ୍ବସ୍ତି...

ରାସ୍ତାକଡ଼ରୁ ଅସହାୟଙ୍କୁ ଉଦ୍ଧାର କରି ଭିମ୍‌ସାରରେ ଭର୍ତ୍ତି କଲେ ସାମାଜିକ କର୍ମୀ

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସମସ୍ତଙ୍କୁ ଭୟାତୁର କରିଛି । ରାସ୍ତା କଡରେ ପଡି ରହିଥିବା ଅସହାୟମାନଙ୍କୁ ମଧ୍ୟ ସେବା କରିବା ପାଇଁ ଜନସାଧାରଣ...

ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା

ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି...

ସଞ୍ଜୀବ ଅରୋରା ଆଇବି ଡିଆଇଜି

ସମ୍ବଲପୁର,୨୧।୭(ବ୍ୟୁରୋ): ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଗୋଇନ୍ଦା ବ୍ୟୁରୋ ଡିଆଇଜି ଭାବେ ଯୋଗ ଦେବେ। ସୋମବାର ସେ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିବେ। ହେଲେ କାହାକୁ...

କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍‌ ଭିକ୍ଟ୍ରି

ବଲାଙ୍ଗୀର ଅଫିସ, ୨୫ା୫ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ...

ବହୁ ବାଦବିବାଦ ପରେ ଖୋଲିଲା ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ): ଅହେତୁକ ଫି ବୃଦ୍ଧି, ବିଦ୍ୟାଳୟ ମୌଳିକ ଭିତ୍ତିଭୂମିର ବିକାଶ ନେଇ ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲର ପରିଚାଳନା କମିଟି ଓ ଅଭିଭାବକମାନଙ୍କ ମଧ୍ୟରେ ଚାଲିଆସିଥିବା...

ମିଛ ଖବର ପୋଷ୍ଟ ଅଭିଯୋଗରେ ୱେବ ମିଡିଆ ଖବରଦାତା ଗିରଫ

ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ...

Advertisement
Archives

Model This Week