ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍‌ ସେବାରୁ ବଞ୍ଚିତ

ଚିତ୍ରକୋଣ୍ଡା,୧୧।୬(ଡି.ଏନ୍‌.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଫଳରେ ଲୋକଙ୍କା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ କିଛି ଦିନ ହେଲା ରାଜ୍ୟ ସରକାର ବସ୍‌ ଚଳାଚଳ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ଚିତ୍ରକୋଣ୍ଡାର ୧୮ଟି ଗ୍ରାମ ପଞ୍ଚାୟତ ଏହି ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଦିନକ ପାଇଁ ଚିତ୍ରକୋଣ୍ଡାରୁ ଜୟପୁର ଗୋଟିଏ ମାତ୍ର ଘରୋଇ ବସ୍‌ ଚଳାଚଳ କରିଥିଲା। ହେଲେ ସେହି ଦିନଠାରୁ ଚିତ୍ରକୋଣ୍ଡାକୁ ନା ଘରୋଇ ବସ୍‌ ଚାଲୁଛି ନା ସରକାରୀ ବସ୍‌। ଉଭୟ ବସ୍‌ ସେବାରୁ ବଞ୍ଚିତ ହୋଇଛନ୍ତି ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତବାସୀ। ଯଦି ସରକାର ତଥା ଜିଲା ପ୍ରଶାସନ ଲୋକଙ୍କ ଏହି ସମସ୍ୟାକୁ ନଜରରେ ରଖି ଅତି କମ୍‌ରେ ୩ଟି ସରକାରୀ ବସ୍‌ ଚଳାଚଳକୁ ଅନୁମତି ଦିଅନ୍ତେ ତେବେ ଜିଲାବାସୀ ଉପକୃତ ହୁଅନ୍ତେ ବୋଲି ସାଧାରଣ ମହଲରେ ମତ ପ୍ରକାଶ ପାଇଛି। ତେବେ ଚିତ୍ରକୋଣ୍ଡାରୁ ମାଲକାନଗିରି ଜିଲା ସଦର ମହକୁମା, ଚିତ୍ରକୋଣ୍ଡାରୁ ଜୟପୁର ସଦର ମହକୁମା ଓ ଚିତ୍ରକୋଣ୍ଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୩ଟି ବସ୍‌ ଚଳାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନିଶାସକ୍ତ ୨ ଗାଡ଼ି ଚାଳକ

ଗୋପାଳପୁର,୨୪ା୧୧: ଗୋଳନ୍ଥରା ଥାନା ପୋଲିସ ରଣ୍ଢା, ଚିକରଡ଼ା ରାସ୍ତାରେ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨ ଚାଳକଙ୍କୁ ଅଟକାଇଥିଲା।...

ଜଗନ୍ନାଥ ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୬।୬- ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର ଜିଲା ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ସ୍ନାନପୂର୍ଣ୍ଣିମା...

ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ

ପଦ୍ମପୁର, ୧୨।୯(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ...

ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପରଲୋକ

ସୁନ୍ଦରଗଡ଼, ୨୩ା୭(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ଓକିଲ ନେଲସନ ସୋରେଙ୍ଗଙ୍କ ବୁଧବାର ଅପରାହ୍ନରେ ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହିସ୍ଥିତ ବାସଭବନରେ...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

ସମିତି ସଭ୍ୟ ଉପନିର୍ବାଚନ: ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଆରମ୍ଭ

ତୁଣ୍ଡଲା,୨୭।୧୧(ଡି.ଏନ.ଏ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମ ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ପଞ୍ଚାୟତର ଦିଗଶିରା, ସିର୍ଜାପାଲି, ବାଦିପଡାଠାରେ...

କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *