ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଯୋଡ଼ା, ୨୪।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ ଲୋକନାଥ ପ୍ରଧାନ(୪୭)।

ମିଳିଥିବା ସୂଚନାନୁଯାୟୀ, ଲୋକନାଥ ଏସ୍‌ଏନ୍‌ ସିଂ ନାମକ ଏକ ଠିକା ସଂସ୍ଥାରେ କାମ କରନ୍ତି। ପୂର୍ବାହ୍ନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଟାଟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲେ ସୁଦ୍ଧା ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଲୋକନାଥଙ୍କ ସହିତ ଥିବା ମାନସ ରଞ୍ଜନ ସାହୁ ଚିକିତ୍ସାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ, ଲୋକନାଥଙ୍କୁ ପ୍ରଥମେ ଭୁବନେଶ୍ୱର ନେଇଯିବା ପାଇଁ କୁହାଯାଇଥିଲା। ହେଲେ ଟାଟା ଷ୍ଟିଲର ଡାକ୍ତର ତାଙ୍କୁ ଜାମସେଦପୁରସ୍ଥିତ ଟିଏମ୍‌ଏଚ୍‌କୁ ନେବାକୁ କହିଥିଲେ। ଏଥିରେ ବିଳମ୍ବ ହୋଇଯାଇଥିଲା। ଏଣୁ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ଅପରପକ୍ଷେ ଡାକ୍ତର ବସନ୍ତ କୁମାର ପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୃତ ଲୋକନାଥଙ୍କର ଡାଇବେଟିସ୍‌ ଓ ବ୍ଲଡ୍‌ ପ୍ରେସର ଥିଲା। ଏହା ହୃଦଘାତ ଜନିତ ମୃତ୍ୟୁ। ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, ତାଙ୍କର ଡାକ୍ତରଖାନାରେ ପୁଣି ଥରେ ହୃଦଘାତ ହୋଇଯାଇଥିଲା । ଫଳରେ ତାଙ୍କର ମତ୍ୟୁ ଘଟିଥିଲା। ତାଙ୍କର ଚିକିତ୍ସା ବେଳେ ହିଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ରେଫରାଲ ଚିଠି ମଧ୍ୟ କରାଯାଇଥିଲା। ଏଣୁ ଚିକିତ୍ସାରେ କୌଣସି ବିଳମ୍ବ ହୋଇନହାହିଁ । ଘଟଣାସ୍ଥଳରେ ଯୋଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ

ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି...

ସଙ୍ଗରୋଧ କେନ୍ଦ୍ରରୁ ସ୍ବଚ୍ଛତାର ବାର୍ତ୍ତା: ଝାଡ଼ୁ ମାରିଲେ, ଗଛରେ ପାଣି ଦେଲେ

ଅନୁଗୋଳ ଅଫିସ, ୧୭।୫- ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ କରାଯାଇଥିବା ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ କିଛି ଦିନ ହେଲା ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥିଲା। ଅନୁଗୋଳ...

ଝାଟିମାଟି ଘରେ ବିତୁଛି ଦିନ

ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର...

ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା...

ଗଞ୍ଜାମରେ ନାମାଙ୍କନପତ୍ର ଦାଖଲ କଲେ ଆଶାୟୀ ପାର୍ଥୀ

ଛତ୍ରପୁର,୧୭।୧(ଡି.ଏନ୍‌.ଏ.):୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠାରୁ ୬୯ ଜିଲା ପରିଷଦ...

ଦୁଇ ପିଲାଙ୍କୁ ଛାଡ଼ି ପର ପୁରୁଷ ସହ ମହିଳା ଫେରାର

କଟକ ଅଫିସ,୨୪।୧୧: କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରେ ଅନ୍ଧହୋଇ ମା’ ତା’ର ଦୁଇ ଛୁଆଙ୍କୁ ଛାଡ଼ି ଅନ୍ୟ...

ଆଜି ଗଣେଶ ପୂଜା ଭସାଣି: ଶୋଭାଯାତ୍ରାରେ ସାମିଲ ହେବେ ୩୩ ମେଢ଼

ଢେଙ୍କାନାଳ ଅଫିସ, ୯।୯: ଢେଙ୍କାନାଳ ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀଗଣେଶ ପୂଜା ଅନ୍ତିମ ଚରଣରେ ପହଞ୍ଚତ୍ଛି। ସୋମବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ।...

୪୧,୮୭୫ ନମୁନାରୁ ଜଣେ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୬।୪ ଏକଦା ମ୍ୟାଲେରିଆପ୍ରବଣ ଭାବେ ଦୁର୍ନାମ ମୁଣ୍ଡାଇଥିଲା ଶିଳ୍ପ ଜିଲା ଢେଙ୍କାନାଳ। ତେବେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଅନବରତ ପ୍ରୟାସ...

Advertisement
Archives

Model This Week