Posted inଭଦ୍ରକ

ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍‌ଡି)ରେ ସେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସରକାରଙ୍କ ପକ୍ଷରୁ ଆଦିତ୍ୟଙ୍କୁ ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ଏଯାଏ ମିଳିପାରିନି ବୋଲି ପରିବାର ପକ୍ଷରୁ କୁହାଯାଇଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଆଦିତ୍ୟ ୫ ବର୍ଷ ପର୍ଯ୍ୟନ୍ତ ସାଧାରଣ ପିଲା ଭଳି ଖେଳକୁଦ କରିବା ସହ ସୁସ୍ଥ ଥିଲେ। ଧୀରେ ଧୀରେ ଗୋଡ଼ର ମାଂସପେଶୀ ଫୁଲିବା ସହ ଅଣ୍ଟାର ହାଡ଼ ବଙ୍କା ହେବାରେ ଲାଗିଲା। ବୈକୁଣ୍ଠ ପୁଅକୁ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଆବଶ୍ୟକ ଚିକିତ୍ସା ଉପଲବ୍ଧି ନ ହେବାରୁ ହିମାଚଳ ପ୍ରଦେଶର ମାନବ ମନ୍ଦିର ଚିକିତ୍ସାଳୟ, ସାଲୋନରେ ଆଦିତ୍ୟଙ୍କୁ ଭର୍ତ୍ତି କରାଯାଇଥିଲା। ରୋଗର ନିଦାନ ପରେ ଉଦ୍ଦିଷ୍ଟ ଔଷଧ ବ୍ୟୟବହୁଳ ହୋଇଥିବାରୁ ଅର୍ଥ ଅଭାବରୁ ଆଦିତ୍ୟଙ୍କୁ ଘରକୁ ଫେରାଇ ଆଣିଥିଲେ। ବୈକୁଣ୍ଠ ଗ୍ରାମରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅର୍ଥାଭାବ ସାଙ୍ଗକୁ ଏକମାତ୍ର ପୁଅର ଏଭଳି ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପୁଅର ଚିକିତ୍ସା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଥିବାବେଳେ ଆର୍ଥିକ ଦୁରବସ୍ଥା ଯୋଗୁ ଔଷଧ କିଣି ଦେଇପାରୁନାହାନ୍ତି। କେବଳ ଶାରୀରିକ ବ୍ୟାୟାମ କରାଇ ପୁଅକୁ ବଞ୍ଚାଇବାର ଚେଷ୍ଟା କରୁଛନ୍ତି। ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ଆଦିତ୍ୟଙ୍କ ଚିକିତ୍ସା କରାଇପାରନ୍ତେ ବୋଲି ବୈକୁଣ୍ଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?