Posted inଭଦ୍ରକ

ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍‌ଡି)ରେ ସେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସରକାରଙ୍କ ପକ୍ଷରୁ ଆଦିତ୍ୟଙ୍କୁ ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ଏଯାଏ ମିଳିପାରିନି ବୋଲି ପରିବାର ପକ୍ଷରୁ କୁହାଯାଇଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଆଦିତ୍ୟ ୫ ବର୍ଷ ପର୍ଯ୍ୟନ୍ତ ସାଧାରଣ ପିଲା ଭଳି ଖେଳକୁଦ କରିବା ସହ ସୁସ୍ଥ ଥିଲେ। ଧୀରେ ଧୀରେ ଗୋଡ଼ର ମାଂସପେଶୀ ଫୁଲିବା ସହ ଅଣ୍ଟାର ହାଡ଼ ବଙ୍କା ହେବାରେ ଲାଗିଲା। ବୈକୁଣ୍ଠ ପୁଅକୁ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଆବଶ୍ୟକ ଚିକିତ୍ସା ଉପଲବ୍ଧି ନ ହେବାରୁ ହିମାଚଳ ପ୍ରଦେଶର ମାନବ ମନ୍ଦିର ଚିକିତ୍ସାଳୟ, ସାଲୋନରେ ଆଦିତ୍ୟଙ୍କୁ ଭର୍ତ୍ତି କରାଯାଇଥିଲା। ରୋଗର ନିଦାନ ପରେ ଉଦ୍ଦିଷ୍ଟ ଔଷଧ ବ୍ୟୟବହୁଳ ହୋଇଥିବାରୁ ଅର୍ଥ ଅଭାବରୁ ଆଦିତ୍ୟଙ୍କୁ ଘରକୁ ଫେରାଇ ଆଣିଥିଲେ। ବୈକୁଣ୍ଠ ଗ୍ରାମରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅର୍ଥାଭାବ ସାଙ୍ଗକୁ ଏକମାତ୍ର ପୁଅର ଏଭଳି ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପୁଅର ଚିକିତ୍ସା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଥିବାବେଳେ ଆର୍ଥିକ ଦୁରବସ୍ଥା ଯୋଗୁ ଔଷଧ କିଣି ଦେଇପାରୁନାହାନ୍ତି। କେବଳ ଶାରୀରିକ ବ୍ୟାୟାମ କରାଇ ପୁଅକୁ ବଞ୍ଚାଇବାର ଚେଷ୍ଟା କରୁଛନ୍ତି। ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ଆଦିତ୍ୟଙ୍କ ଚିକିତ୍ସା କରାଇପାରନ୍ତେ ବୋଲି ବୈକୁଣ୍ଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri