ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୃତ ଛାତ୍ରୀଙ୍କ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି। ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡା, ତହସିଲଦାର ରବିନାରାୟଣ ସାହୁ, ମାର୍କୋଣା ସରପ ସାରସୀ ମହାନ୍ତି, ଥାନା ଅଧିକାରୀ ସଂଜୟ କୁମାର ପରିଡ଼ା ପ୍ରମୁଖ ପ୍ରମୁଖ ପହଞ୍ଚି ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, କ୍ଷୀରାକୋଣା ପଞ୍ଚାୟତ ନରଣପୁର ଅଞ୍ଚଳର ରମେଶ ମଲିକଙ୍କ ଝିଅ ଲତା ସ୍ଥାନୀୟ କ୍ଷୀରକୋଣା କଲେଜରେ ଯୁକ୍ତଦୁଇରେ ପଢନ୍ତି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନା ରେଫର ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିଥିଲା।ପ୍ରାଇଭେଟ ଆମ୍ବୁଲାନ୍ସରେ ଅସୁସ୍ଥ ଲତାଙ୍କୁ ନେଇଯିବା ପାଇଁ କୁହାଯାଇଥିଲେ ହେଁ କୌଣସି ପୁରୁଷ ଲୋକ ନ ଥିବା ଦର୍ଶାଇ ପରିବାର ଲୋକେ ବିଳମ୍ବ କରିଥିଲେ। ଶନିବାର ସକାଳ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ନ ଆସିବାରୁ ପୂର୍ବାହ୍ନ ୯ଟାରେ ଲତା ଆଖି ବୁଜିଥିବା ଡା. ସୁବାସ ଦାସ କହିଛନ୍ତି। ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେବା ପାଇଁ ସୂଚନା ଦେଇଥିଲେ। ଅପରପକ୍ଷେ ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ଡାକ୍ତରଙ୍କ ଠାରୁ କ୍ଷତିପୂରଣ ଅଡ଼ିବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ,୧୭।୩: ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଜିଲା ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ। ଆୟ ବହିର୍ଭୂତ ସମ୍ପତ୍ତି...

ବାଇକ୍‌ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,୧୮ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା...

ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା...

୭ ବର୍ଷରେ ୭୦୮ ଶିଶୁ ନିଖୋଜ

ଅନୁଗୋଳ ଅଫିସ, ୨୦।୨- ଭାରତକୁ ଶିଶୁ ଚାଲାଣମୁକ୍ତ ଦେଶ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେଶନ, ଲୋକ ସମୂହ...

ହତାଦର କଲେ ଦୁଇ ପୁଅବୋହୂ: ଶେଷରେ ଜରାଶ୍ରମ ସାଜିଲା ନୂଆ ଠିକଣା…

ରାହାମା,୧୭ା୩(ଡି.ଏନ.ଏ.): ବାର୍ଦ୍ଧକ୍ୟ ଆସିଲେ ବୋହୂ ପୁଅଙ୍କ ସାହାରା ଲୋଡ଼ା ପଡ଼େ। ନାତି, ନାତୁଣୀଙ୍କ କୋଳାହଳ ଭିତରେ ସମୟ କାଟିବାକୁ ଇଚ୍ଛା ହୁଏ। ପାଟିକୁ ରୁଚୁ ନ...

ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ...

ଜିଏମ୍‌ ଆଇରନ୍‌ ଏବଂ ଷ୍ଟିଲ୍‌ କମ୍ପାନୀ ପ୍ରଦୂଷଣ ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ପ୍ଲାଣ୍ଟକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ଝଟ୍‌କା ଲାଗିଛି।...

ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅବସ୍ଥା ବେହାଲ

ଚିତ୍ରକୋଣ୍ଡା, ୧୮।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ବୁଧବାର ସ୍ଥିତି ଧୀରେ...

Advertisement
Archives

Model This Week