ଚିକିଟି ରାଜାଙ୍କ ପରଲୋକ

ଚିକିଟି,୨୮ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିର ରାଜା ତଥା ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦେଓଙ୍କ ୯୮ ବର୍ଷରେ ଶୁକ୍ରବାର ସକାଳେ ଚିକିଟି ରାଜବାଟୀ ପରିସରରେ ପରଲୋକ ହୋଇଯାଇଛି। ସେ ଚିକିଟି ନିର୍ବାଚନ ମଣ୍ଡଳୀର ବିଧାୟିକା ଉଷା ଦେବୀଙ୍କ ଶ୍ୱଶୁର। ସଚ୍ଚିଦାନନ୍ଦ ଚିକିଟି ନିର୍ବାଚନମଣ୍ଡଳୀରୁ ୧୯୭୧ ଓ ୧୯୭୪ରେ କଂଗ୍ରେସରୁ ଲଗାତର ୨ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚିକିଟି ଅଞ୍ଚଳର ବହୁ ଉନ୍ନୟନମୂଳକ କାର୍ଯ୍ୟ ସେ ବିଧାୟକ ଥିବା ସମୟରେ ହୋଇଥିଲା। ସେଥିମଧ୍ୟରୁ ଚିକିଟି ସିଟି ଟିଚର୍ସ ଟ୍ରେନିଂ ସେଣ୍ଟର, ଚିକିଟି ମହାବିଦ୍ୟାଳୟ, ଜର୍ଜ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣପୁର ଓ ଖୁଦୁଡି ଗ୍ରାମରେ ଚକ୍ରବର୍ତ୍ତୀ ସାଗର ଜଳସେଚନ ପ୍ରକଳ୍ପ ଅନ୍ୟତମ। ପରମ୍ପରା ଅନୁଯାୟୀ ରାଜବାଟୀ ପରିସରରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଚିକିଟିଗଡ ନିକଟ ରାଜଶ୍ମଶାନକୁ ନିଆଯାଇଥିଲା। ସେଠାରୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇଛି। ମରଶରୀର ଶୋଭାଯାତ୍ରାରେ ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବହୁ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ରାଜବାଟୀରେ ପହଞ୍ଚତ୍ ସଚ୍ଚିଦାନନ୍ଦ ଦେଓଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ହତ୍ୟାକାରୀ ଚାବି ମେକାନିକ

ବ୍ରହ୍ମପୁର ଅଫିସ,୨୮ା୨: ଗତ ୨୪ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅଧୀନ ଅଳକାପୁରୀ ସପ୍ତମ ଲେନ୍‌ରେ ରହୁଥିବା ବିଜୟ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ସୁରଜାଙ୍କୁ...

ବିବାହ ପାଇଁ ଲୁଚାଇ ଥିଲେ କୋଭିଡ୍‌ ରିପୋର୍ଟ

ଦିଗପହଣ୍ଡି,୨୧।୫: ଗତ ସୋମବାର କୋଭିଡ୍‌ ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିଲା ପଜିଟିଭ୍‌। ଏ ସମ୍ପର୍କରେ ବରଙ୍କ ପରିବାର ଲୋକେ ଜାଣିଥିଲେ। ଏହାସତ୍ତ୍ୱେ ବାହା ହେବାକୁ...

ଦୁଇ ବାଇକ୍‌ ମୁହଁ।ମୁହିଁ:୨ ଜୀବନ ଗଲା

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ...

ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟାଙ୍କ ଅପହରଣ ମାମଲାରେ ନୂଆ ମୋଡ଼

ଗଞ୍ଜାମ,୧୫।୨: ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସଙ୍କୁ ଅପହରଣ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ।...

ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା

ଆସିକା,୧୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ...

ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୧୨ା୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଡ଼ାକରାବାଡ଼ି ଛକରେ ଗୁରୁବାର ଅପରାହ୍ନରେ ବାଇକ୍‌ ଉପରେ ବାର୍‌ହା ମାଂସ ରଖି ବିକ୍ରି କରୁଥିବାବେଳେ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ସଦଳବଳ ଗୁରୁବାର ରାତିରେ ଚଢ଼ାଉ...

ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍‌ଡାଉନ୍‌ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା...

Advertisement
Archives

Model This Week