Posted inଫୁରସତ

ଚା’ ବିକାଳିଙ୍କ ଝିଅ ହେଲେ ବାୟୁସେନା ଫାଇଟର ପାଇଲଟ

ଭୋପାଳ, ୨୩।୬: ଇଛାଶକ୍ତି ଆଗରେ ସମସ୍ତ ବାଧା ହାର ମାନିଥାଏ। ଶେଷରେ ସଫଳତା ମିଳିଥାଏ। ଏହା ସଦ୍ୟତମ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ଚା’ ବିକାଳିଙ୍କ ଝିଅ। ସେ ଭାରତୀୟ ବାୟୁସେନାରେ ଫାଇଟର ପାଇଲଟ ହୋଇଛନ୍ତି। ସ୍ଥାନୀୟ ନିମଚ ଅଞ୍ଚଳରେ ସୁରେଶ ଗଙ୍ଗଓ୍ବାଲ ଏକ ଛୋଟ ଚା’ ଦୋକାନ କରିଛନ୍ତି। ଏଥିରୁ ମିଳୁଥିବା ଆୟରେ ତାଙ୍କର ଘର ଚଳିଥାଏ। ସୁରେଶଙ୍କ ୨୩ ବର୍ଷ ବୟସ୍କା ଝିଅ ଆଞ୍ଚଲ ଗଙ୍ଗଓ୍ବାଲ ଜୁନ ୨୦ରେ ବାୟୁସେନାରେ ଫାଇଟର ପାଇଲଟ ଭାବେ ଯୋଗ ଦେଇଛନ୍ତି। ସୁରେଶ କୁହନ୍ତି ସାରା ଜୀବନ ସଂଘର୍ଷରେ କଟିଗଲା। ଏବେ ଆଞ୍ଚଲର ଜୀବନରେ ଖୁସି ଆସିଛି। ନିଜର ସଫଳତା ନେଇ ଆଞ୍ଚଲ କୁହନ୍ତି ଯେ, ପିତାଙ୍କ ଉପଦେଶ ତାଙ୍କୁ ଏପର୍ଯ୍ୟନ୍ତ ନେଇଆସିଛି। ସୁରେଶ ସବୁବେଳେ ଆଞ୍ଚଲଙ୍କୁ ବିପଦରେ ଧର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଇଥାନ୍ତି। ଲଢ଼େଇ ଜାରି ରଖିଲେ ଜୀବନ ସଂଘର୍ଷରେ ସଫଳତା ମିଳିଥାଏ ବୋଲି ସୁରେଶ ତାଙ୍କୁୁ ସବୁବେଳେ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

୨ ଯୁବକଙ୍କୁ ଗୋଡାଇଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବାଇକରେ ଯାଉଥିବା ୨ ଯୁବକ କିପରି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ସେହି...

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ...

ବିଜ୍ଞ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’

ଦେଶରେ ରେକର୍ଡ ଭାଙ୍ଗୁଛି କୋଭିଡ୍‌-୧୯ର ଦ୍ୱିତୀୟ ଲହର। ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ କରୋନା ବିସ୍ଫୋରଣ ଅଧିକ ଚିନ୍ତାଜନକ ବିଷୟ ହୋଇଛି। ମହାମାରୀ ଭିତରେ କୁମ୍ଭମେଳାରୁ ନିଜକୁ...

ଏଠି ଚପଲ ପିନ୍ଧିବା ମନା

ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧିବା ସାଧାରଣ କଥା ହୋଇଗଲାଣି। ଖାଲି ଯାହା...

ହଜିଥିବା ଗାଈକୁ ଖୋଜିବାକୁ ଟୁଇଟର୍‌ରେ ସାହାଯ୍ୟ ମାଗିଲା ପୋଲିସ

ଚୋର ପୋଲିସର ଖେଳ କଥା ସମସ୍ତଙ୍କୁ ଜଣା। ହେଲେ ଏବେ ଦକ୍ଷିଣ ଫ୍ଲୋରିଡାରେ ଗୋଟିଏ ଗାଈକୁ ଧରିବାକୁ ପୋଲିସ ନାକେଦମ ହୋଇଥିବା ଜଣାପଡିଛି। ଗାଈଟି ହଜିଯାଇଥିବା...

ସ୍କୁଲ ବେଞ୍ଚ୍‌ରେ ଚଢ଼ି ଡ୍ୟାନ୍ସ କରୁଥିଲେ ଛାତ୍ରୀ, ପରେ ଘଟିଲା ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ଏଥିମଧ୍ୟରୁ କିଛି ଅତ୍ୟନ୍ତ ମଜାଳିଆ ହୋଇଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ। ବର୍ତ୍ତମାନ ସୋସିଆଲ...

Advertisement
Archives

Model This Week