Posted inଫୁରସତ

ଚାଷ ପାଇଁ ଛାଡ଼ିଲେ ଚାକିରି

ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍‌ ବିଭାଗରେ ପାଇଲେ ଚାକିରି। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି ଛାଡ଼ି ସେ ଫେରିଆସିଲେ ଗଁାକୁ। ସ୍ବପ୍ନକୁ ସାକାର ରୂପ ଦେବାକୁ ପ୍ରସ୍ତୁତ କଲେ ଯୋଜନା। ନୂତନ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରି ଆରମ୍ଭ କଲେ ଚାଷ। ଅଳ୍ପ ଦିନ ମଧ୍ୟରେ ତାଙ୍କର ସ୍ବପ୍ନ ବାସ୍ତବ ରୂପ ନେବା ଆରମ୍ଭ କରିଛି। ଆଉ ଏହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କରିଛି ଚର୍ଚ୍ଚିତ। ସେହି ବ୍ୟକ୍ତି ହେଲେ ପ୍ରକାଶ ରଞ୍ଜନ ନାୟକ(ମୋ: ୯୬୯୨୮୮୮୬୬୬)। ଘର ବରଗଡ଼ ଜିଲା ଅତାବିରା ବ୍ଲକ୍‌ ବନହର ଗ୍ରାମରେ। ମା’ ଗାୟତ୍ରୀ ଓ ବାପାଙ୍କ ନାମ ବିନୋଦ ନାୟକ।
ପ୍ରକାଶ ଚାକିରି ଛାଡ଼ି ଗଁାକୁ ଫେରିବା ପରେ ଅର୍ଥାତ୍‌ ଗତ ୬ମାସ ହେଲା କୃଷିକ୍ଷେତ୍ରରେ ପାଦ ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଆପଣାଇଛନ୍ତି। ୧୮ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ୩୦ ଡେସିମିଲ ଜମିରେ ଏକ ପଲି ହାଉସ୍‌ ନିର୍ମାଣ କରିଛନ୍ତି। ଆଉ ପ୍ରଥମ ପରୀକ୍ଷଣ ଭାବେ ସେଥିରେ କ୍ୟାପ୍‌ସିକମ୍‌(ସିମଳା ଲଙ୍କା) ଚାଷ କରିଛନ୍ତି ସେ। ଫସଲ ବି ଭଲ ହୋଇଛି। ଗତ ୩ମାସ ଭିତରେ ସେଥିରୁ ସେ ପ୍ରାୟ ୬ଟନ୍‌ କ୍ୟାପ୍‌ସିକମ୍‌ ଉତ୍ପାଦନ କରିଥିବା କହିଛନ୍ତି। କ୍ୟାପ୍‌ସିକମ୍‌ ଚାଷକୁ ସେ କେବଳ ପରୀକ୍ଷଣଭାବେ ଆରମ୍ଭ କରିଛନ୍ତି। ଆଗକୁ ଅନ୍ୟ କିସମର ପରିବା ଚାଷ ମଧ୍ୟ ଏଭଳି ପଲି ହାଉସ୍‌ରେ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି। ଏହି ପଦ୍ଧତିରେ ଚାଷ କଲେ କମ୍‌ ଜାଗାରେ ଉତ୍ତମ ମାନର ଅଧିକ ଫସଲ ଉତ୍ପାଦନ ହୋଇପାରିବ। ସାଧାରଣ ପ୍ରଣାଳୀର ଚାଷ ଅପେକ୍ଷା ଏଥିରେ ବହୁତ କମ୍‌ ଅର୍ଥାତ୍‌ ପ୍ରାୟ ୧୦ ପ୍ରତିଶତ ସାର, କୀଟନାଶକ ଦରକାର ପଡ଼ୁଥିବା କୁହନ୍ତି ସେ। ତେବେ ଇଞ୍ଜିନିୟରିଂ ଚାକିରି ଛାଡ଼ି କୃଷିକ୍ଷେତ୍ରକୁ ଆସିବା ପ୍ରସଙ୍ଗରେ ପ୍ରକାଶ କୁହନ୍ତି, ‘ଚାଷ ପ୍ରତି ଆଗରୁ ଆଗ୍ରହ ଥିଲା। ଜାପାନ, ଇସ୍ରାଏଲ, ଚାଇନା ଭଳି ଦେଶରେ ଲୋକେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷକାର୍ଯ୍ୟରେ ବେଶ୍‌ ସଫଳ ହେଉଛନ୍ତି। ତେଣୁ ସେଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅବଲମ୍ବନ କରି ଚାଷ ଲାଗି ମନ ବଳିଲା। ଏଥିସହିତ ଏଭଳି କୌଶଳରେ ଚାଷ କରି ନିଜେ ସଫଳ ହେବା ପରେ ଏହି ସଫଳତାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ହିଁ ଉଦ୍ଦେଶ୍ୟ ଥିଲା।’ ଏହି ପଦ୍ଧତିରେ କମ୍‌ ଜମିରେ ଅଧିକ ଉନ୍ନତ ଓ ଗୁଣମାନର ଉତ୍ପାଦନ ହୋଇପାରୁଛି ବୋଲି ସେ କହିଛନ୍ତି। ତେବେ ଲୋକଙ୍କୁ ଏଦିଗରେ ସଚେତନ କରାଇବା ସହ ସେମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ଲାଗି ଲକ୍ଷ୍ୟ ରଖିଛନ୍ତି ପ୍ରକାଶ।
-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦…

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri