Posted inଫୁରସତ

ଚାଷ ପାଇଁ ଛାଡ଼ିଲେ ଚାକିରି

ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍‌ ବିଭାଗରେ ପାଇଲେ ଚାକିରି। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି ଛାଡ଼ି ସେ ଫେରିଆସିଲେ ଗଁାକୁ। ସ୍ବପ୍ନକୁ ସାକାର ରୂପ ଦେବାକୁ ପ୍ରସ୍ତୁତ କଲେ ଯୋଜନା। ନୂତନ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରି ଆରମ୍ଭ କଲେ ଚାଷ। ଅଳ୍ପ ଦିନ ମଧ୍ୟରେ ତାଙ୍କର ସ୍ବପ୍ନ ବାସ୍ତବ ରୂପ ନେବା ଆରମ୍ଭ କରିଛି। ଆଉ ଏହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କରିଛି ଚର୍ଚ୍ଚିତ। ସେହି ବ୍ୟକ୍ତି ହେଲେ ପ୍ରକାଶ ରଞ୍ଜନ ନାୟକ(ମୋ: ୯୬୯୨୮୮୮୬୬୬)। ଘର ବରଗଡ଼ ଜିଲା ଅତାବିରା ବ୍ଲକ୍‌ ବନହର ଗ୍ରାମରେ। ମା’ ଗାୟତ୍ରୀ ଓ ବାପାଙ୍କ ନାମ ବିନୋଦ ନାୟକ।
ପ୍ରକାଶ ଚାକିରି ଛାଡ଼ି ଗଁାକୁ ଫେରିବା ପରେ ଅର୍ଥାତ୍‌ ଗତ ୬ମାସ ହେଲା କୃଷିକ୍ଷେତ୍ରରେ ପାଦ ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତିକୁ ଆପଣାଇଛନ୍ତି। ୧୮ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ୩୦ ଡେସିମିଲ ଜମିରେ ଏକ ପଲି ହାଉସ୍‌ ନିର୍ମାଣ କରିଛନ୍ତି। ଆଉ ପ୍ରଥମ ପରୀକ୍ଷଣ ଭାବେ ସେଥିରେ କ୍ୟାପ୍‌ସିକମ୍‌(ସିମଳା ଲଙ୍କା) ଚାଷ କରିଛନ୍ତି ସେ। ଫସଲ ବି ଭଲ ହୋଇଛି। ଗତ ୩ମାସ ଭିତରେ ସେଥିରୁ ସେ ପ୍ରାୟ ୬ଟନ୍‌ କ୍ୟାପ୍‌ସିକମ୍‌ ଉତ୍ପାଦନ କରିଥିବା କହିଛନ୍ତି। କ୍ୟାପ୍‌ସିକମ୍‌ ଚାଷକୁ ସେ କେବଳ ପରୀକ୍ଷଣଭାବେ ଆରମ୍ଭ କରିଛନ୍ତି। ଆଗକୁ ଅନ୍ୟ କିସମର ପରିବା ଚାଷ ମଧ୍ୟ ଏଭଳି ପଲି ହାଉସ୍‌ରେ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି। ଏହି ପଦ୍ଧତିରେ ଚାଷ କଲେ କମ୍‌ ଜାଗାରେ ଉତ୍ତମ ମାନର ଅଧିକ ଫସଲ ଉତ୍ପାଦନ ହୋଇପାରିବ। ସାଧାରଣ ପ୍ରଣାଳୀର ଚାଷ ଅପେକ୍ଷା ଏଥିରେ ବହୁତ କମ୍‌ ଅର୍ଥାତ୍‌ ପ୍ରାୟ ୧୦ ପ୍ରତିଶତ ସାର, କୀଟନାଶକ ଦରକାର ପଡ଼ୁଥିବା କୁହନ୍ତି ସେ। ତେବେ ଇଞ୍ଜିନିୟରିଂ ଚାକିରି ଛାଡ଼ି କୃଷିକ୍ଷେତ୍ରକୁ ଆସିବା ପ୍ରସଙ୍ଗରେ ପ୍ରକାଶ କୁହନ୍ତି, ‘ଚାଷ ପ୍ରତି ଆଗରୁ ଆଗ୍ରହ ଥିଲା। ଜାପାନ, ଇସ୍ରାଏଲ, ଚାଇନା ଭଳି ଦେଶରେ ଲୋକେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷକାର୍ଯ୍ୟରେ ବେଶ୍‌ ସଫଳ ହେଉଛନ୍ତି। ତେଣୁ ସେଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅବଲମ୍ବନ କରି ଚାଷ ଲାଗି ମନ ବଳିଲା। ଏଥିସହିତ ଏଭଳି କୌଶଳରେ ଚାଷ କରି ନିଜେ ସଫଳ ହେବା ପରେ ଏହି ସଫଳତାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ହିଁ ଉଦ୍ଦେଶ୍ୟ ଥିଲା।’ ଏହି ପଦ୍ଧତିରେ କମ୍‌ ଜମିରେ ଅଧିକ ଉନ୍ନତ ଓ ଗୁଣମାନର ଉତ୍ପାଦନ ହୋଇପାରୁଛି ବୋଲି ସେ କହିଛନ୍ତି। ତେବେ ଲୋକଙ୍କୁ ଏଦିଗରେ ସଚେତନ କରାଇବା ସହ ସେମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ଲାଗି ଲକ୍ଷ୍ୟ ରଖିଛନ୍ତି ପ୍ରକାଶ।
-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri