ଚାଷୀଙ୍କ ସମସ୍ୟା ଦୂର କରିବ ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଦେଶବ୍ୟାପୀ ଲକ୍‌ଡାଉନ ବିଭିନ୍ନ ବର୍ଗର ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଚାଷୀମାନେ ତାଙ୍କ କଷ୍ଟ ଉତ୍ପାଦିତ ପନିପରିବା ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ମଧ୍ୟ ଉଚିତ୍‌ ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ମାର୍ଗଦର୍ଶିକା ଜାରି କରିବେ। ଏନେଇ ଦୈନିକ କୃଷି ଭବନରୁ ମନିଟରିଂ କରାଯାଉଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ଚାଷୀମାନେ ପନିପରିବା ବହୁ ଶସ୍ତାରେ ଗାଁ ଗହଳିରେ ବିକ୍ରି କରୁଛନ୍ତି। କିନ୍ତୁ ସହରରେ ତାହା ଆକାଶଛୁଆଁ ଦରରେ ବିକ୍ରି ହେଉଛି। ଲକ୍‌ଡାଉନ୍‌ କଟକଣା ଯୋଗୁ ଶତପ୍ରତିଶତ ଉତ୍ପାଦିତ ପନିପରିବା ବଜାରରେ ପହଞ୍ଚି ନ ପାରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏହି ସମସ୍ୟାର ସମାଧାନ ଲାଗି ସରକାର କୃଷି ଏବଂ ସମବାୟ ବିଭାଗକୁ ଜରୁରୀ ବର୍ଗରେ ସାମିଲ କରିଛନ୍ତି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ କିପରି ବଜାରରେ ପହଞ୍ଚିପାରିବ ଏବଂ ତା’ର ଉଚିତ୍‌ ମୂଲ୍ୟ ସେମାନେ ପାଇବେ ସେଥିପାଇଁ କୃଷି ବିଭାଗର ଜିଲା ଦାୟିତ୍ୱରେ ରହିଥିବା ୩୦ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ମୁଖ୍ୟ କୃଷି ଅଧିକାରୀ (ସିଡିଏଓ), ଉଦ୍ୟାନ କୃଷି ଉପନିର୍ଦ୍ଦେଶକ(ଡିଡିଏଚ୍‌)ମାନଙ୍କ ସହିତ ପ୍ରଥମେ ଆଲୋଚନା କରିବେ। ଏହାସହିତ ବ୍ଲକସ୍ତରର ଉଦ୍ୟାନ ଅଧିକାରୀ ଏବଂ କୃଷି ଅଧିକାରୀଙ୍କ ଠାରୁ କୃଷକମାନଙ୍କ ସମସ୍ୟା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରିବେ। ଏହାପରେ ନୋଡାଲ ଅଫିସରମାନେ ବିଭାଗୀୟ ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବେ। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ପରିବହନ ନେଇ ଆବଶ୍ୟକ ପଡ଼ିଲେ ଜିଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଏସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଶେଷ ହେବାପରେ ସ୍କିମ ଅଫିସରମାନେ ମାର୍ଗଦର୍ଶିକା ପ୍ରସ୍ତୁତ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।
ଅକ୍ଷୟ ତୃତୀୟାରୁ ଚାଷୀମାନେ ପୁଣି ଚାଷ କାର୍ଯ୍ୟ ଆରମ୍ଭ କରିବେ। ଏଥିଲାଗି କମ୍‌ ସମୟ ରହିଛି। ଏହା ପୂର୍ବରୁ ଚାଷୀମାନେ ନିଜ ବିଲକୁ ପ୍ରସ୍ତୁତ କରିବେ। ସେହି ଅନୁଯାୟୀ ସରକାର ଚାଷୀଙ୍କ ନିକଟରେ ବିହନ ପହଞ୍ଚାଇବା ମଧ୍ୟ ଜରୁରୀ। ଚାଷ ପାଇଁ ପାଓ୍ବାର ଟ୍ରିଲର ଏବଂ ଟ୍ରାକ୍ଟର ମଧ୍ୟ ଆସିବା ଦରକାର। ଏସବୁ କିପରି ସୁରୁଖୁରୁରେ ହୋଇପାରିବ ସେଥିପ୍ରତି ସରକାର ପ୍ରାଥମିକତା ଦେବେ। ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବା ଆଦି ଜରୁରୀ କାର୍ଯ୍ୟ ମଧ୍ୟ ରହିଛି। ତେଣୁ କୃଷି ଏବଂ ସମବାୟ ବିଭାଗ ମଧ୍ୟରେ ଏନେଇ ଖୁବ୍‌ଶୀଘ୍ର ବୈଠକ ବସିବ। କୃଷି ଏବଂ ସମବାୟ ବିଭାଗକୁ ଜରୁରୀ ବର୍ଗରେ ସାମିଲ କରାଯିବାପରେ ଛୁଟି ଦିନଗୁଡିକରେ ମଧ୍ୟ ଏହାର ୫୦ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେଇ ସବୁକିଛି ଶୃଙ୍ଖଳାର ସହିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ ରବିବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଭୁବନେଶ୍ୱର ଏବଂ କଟକର ସମସ୍ତ କୃଷି କାର୍ଯ୍ୟାଳୟ ଖୋଲା ରହିବ। ଏହାସହ ପ୍ରତ୍ୟେକ ଜିଲାର କୃଷି କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷେତ୍ର ଅଧିକାରୀମାନେ ଏହି ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି କୃଷି ହେଲ୍ପଲାଇନ ନମ୍ବରରେ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି। ୨୫ ପ୍ରତିଶତ ଅଧିକାରୀ କାର୍ଯ୍ୟରେ ଯୋଗଦେବାକୁ ଥିବାବେଳେ ଅନ୍ୟମାନେ ଟେଲିଫୋନ ଦ୍ୱାରା ଯୋଗାଯୋଗରେ ରହିବେ ବୋଲି କୁହାଯାଇଛି। ଯଦି କୌଣସି ଅଧିକାରୀ କରୋନା ଆକ୍ରାନ୍ତଙ୍କ ଅଞ୍ଚଳରେ ରହୁଥିବେ କିମ୍ବା ବାହାରୁ ଗସ୍ତ କରି ଫେରିଥିବେ ଅଥବା ନିଃଶ୍ୱାସ ନେବା କିମ୍ବା ଫ୍ଲୁ ଭଳି ରୋଗରେ ଥିବେ ସେମାନଙ୍କୁ ଅଫିସ ନ ଆସିବାକୁ କୁହାଯାଇଛି। ଏହାସହ କୃଷି କାର୍ଯ୍ୟରେ ବ୍ୟବହାର୍ଯ୍ୟ ଜିନିଷକୁ ନ ଅଟକାଇବା ଲାଗି ମଧ୍ୟ ଗୃହ ବିଭାଗ ତଳସ୍ତର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। କୃଷି ନିର୍ଦ୍ଦେଶକ ମୁଥୁ କୁମାର କହିଛନ୍ତି, ଚାଷ କାର୍ଯ୍ୟ ଯେପିରି ଠିକ୍‌ଭାବେ ଚାଲିବ ସେଥିପାଇଁ ଜିଲା କାର୍ଯ୍ୟାଳୟ ଖୋଲିବାକୁ କୁହାଯାଇଛି। କୃଷି ଜିନିଷ ବିକ୍ରି ପାଇଁ ଦୋକାନଗୁଡିକ ଖୋଲାଯିବ। ଯାହା ସମସ୍ୟା ଚାଷୀଙ୍କର ରହିଛି ତାହା ତୁରନ୍ତ ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri