ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍‌ଡାଉନ ଯୋଗୁ ଗମନାଗମନରେ କଟକଣା ଲାଗିଛି। ଫଳରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନୀ ହୋଇପାରୁନି। ଯେଉଁଥି ପାଇଁ ବଜାରରେ ଖାଉଟି ଅଧିକ ଦରରେ କିଣୁଥିବାବେଳେ ଚାଷୀମାନେ କ୍ଷତି ସହୁଥିବା ଗଞ୍ଜାମ ବ୍ଲକର କଣ୍ଟାପଡ଼ା ଗାଁର ଚାଷୀ ଝଡ଼ିଆ ପ୍ରଧାନ ଓ ମୋହନ ପ୍ରଧାନ କହିଛନ୍ତି। ବେପାରୀ ନ ଆସିବା ଓ ବାହାରକୁ ପଠା ନ ଯିବାରୁ ଟମାଟୋ ପଚି ସଢ଼ି ନଷ୍ଟ ହେଲାଣି। ଗଛରେ ବାଇଗଣ ପାଚି ହଳଦିଆ ପଡ଼ିଗଲାଣି। ବିକ୍ରିବଟା ସମସ୍ୟା ଯୋଗୁ ଚାଷୀ ଆଉ ଗଛରୁ ଏହା ତୋଳୁ ନ ଥିବା ଛତ୍ରପୁର ବ୍ଲକ ପୁଳିଙ୍ଗି ଗାଁର କୁନା ଦାଶ କହିଛନ୍ତି। ପୂର୍ବରୁ କିଲୋ ପିଛା କଞ୍ଚା ଲଙ୍କା ୫ ଟଙ୍କା ରେ ବିକିବାକୁ ବାଧ୍ୟ ହେଉଥିଲେ ଚାଷୀ। ଏବେ ତୋଳିବା ଖର୍ଚ୍ଚ ବାହାରୁ ନ ଥିବାରୁ ପନିପରିବା ଗଛରେ ରହି ପାଚିଲାଣି। ଯାହାର କ୍ଷତି ସହିବାକୁ ପଡୁଥିବା ରୁକୁଣି ଗାଁର ଭିକାରି ଦାଶ କହିଛନ୍ତି । ସେହିପରି ବଉଳଗାଁ, ମହନାଦପୁର, ବଡ଼ମାଧପୁର, ବରଙ୍ଗ, ସିଂଗିପୁର, ପୋଟଲାମପୁର, ପୋଡ଼ାପଦର, ହଂସପୁର ଆଦି ଗାଁରେ ପନିପରିବା, ଲଙ୍କାଚାଷ କରି ଚାଷୀ ଦୁର୍ଦ୍ଦଶାରେ ପଡ଼ିଯାଇଛନ୍ତି। ଚାଷୀମାନଙ୍କର ସମସ୍ୟା ସମାଧାନ କରିବାକୁ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri