ଚାଷୀଙ୍କୁ ୪୫୦ କୋଟି କୃଷିଋଣ

କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଭବାନୀ ଶଙ୍କର ଚୟନୀ ଏଥିରେ ଅଧ୍ୟକ୍ଷତା କରି ସାମୂହିକ କୃଷି ଉତ୍ପାଦନର ବିକାଶ ସହ ଉତ୍ପାଦନ ବଢ଼ାଇ ଜିଲାର ଅର୍ଥନୀତିକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତବର୍ଷ ଖରିଫ ଋତୁ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ୪୫୦ କୋଟି କୃଷିଋଣ ଦିଆଯିବା ପାଇଁ ଏଥିରେ ଟାର୍ଗେଟ୍‌ ରଖାଯାଇଛି।
ଚଳିତବର୍ଷ ୧ ଲକ୍ଷ ୮୮ ହଜାର ୧୫୦ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲାରେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ସେଥିରୁ ୧ ଲକ୍ଷ ୩୬ ହଜାର ହେକ୍ଟର ଜମିରେ ଧାନ, ୪୨ ହଜାର ୮୨୮ ହେକ୍ଟର ଜମିରେ ପନିପରିବା ଓ ୯ ହଜାର ୩୨୨ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବ। ୧ ଲକ୍ଷ ୨୩ ହଜାର ୨୮ ହେକ୍ଟର ଜମିରେ ବିଭିନ୍ନ ଜଳସେଚନ ଉତ୍ସ ଦ୍ୱାରା ଜଳସେଚିତ କରାଯିବ। ଚଳିତ ବର୍ଷ ହେକ୍ଟର ପିଛା ୭୫ କିଲୋ ସାର ବ୍ୟବହାର ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜିଲା କୃଷି ଅଧିକାରୀ ମୋହନ ପ୍ରସାଦ ଶର୍ମା ସୂଚନା ଦେଇଥିଲେ। ଜିଲାରେ ପଙ୍ଗପାଳ ଉପଦ୍ରବ ନେଇ ସାମାନ୍ୟ ଆଶଙ୍କା ଥିଲେ ମଧ୍ୟ ସତର୍କତା ଅବଲମ୍ବନ ସହ ଜିଲା କୃଷି କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସମବାୟ ସମିତି ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ଡିଆର୍‌ଡିଏ ପିଡି ଅବଦଲ ଅଖତର, ନାବାର୍ଡ ଏଜିଏମ୍‌ ଏସ୍‌.ପି. ପଣ୍ଡା, କୃଷି ଓ ଉଦ୍ୟାନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୦୭ କରୋନା ଆକ୍ରାନ୍ତ: ଓୟୁଏଟି କଲୋନୀରୁ ସର୍ବାଧିକ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜଧାନୀରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା। ମଙ୍ଗଳବାର ପୁଣି ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୫ କ୍ୱାରାଣ୍ଟାଇନ୍‌ର ଥିବା ବେଳେ...

ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି...

କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ

କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ...

୩ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର

ପିପିଲି/ଡେଲାଙ୍ଗ, ୨୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ହେଭିଓ୍ବେଟ ତଥା...

୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: ୧୧୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ରାଜ୍ୟରେ ଆଉ ୯ଜଣ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଥିବା ବେଳେ...

ଅତ୍ୟାବଶ୍ୟକ ସମୟରେ ଅବହେଳା

ବଇଣ୍ଡା,୭ା୬:  ଗାଁ ଗାଁରେ ପଶି ସାରିଛି କୋଭିଡ୍‌ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍‌। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି...

ଫେରୁଛି ମହିଳା ଖୋ ଖୋ ଚମକ

ଭୁବନ, ୧୯।୧୧(ଡି.ଏନ୍‌.ଏ.):  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପରେ ଲୋକାଦୃତି ହାସଲ କରିଛି ହକି, ଫୁଟ୍‌ବଲ ଭଳି ଲୋକପ୍ରିୟ କ୍ରୀଡ଼ା। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଆଉଟ୍‌ଡୋର...

ସଫା ହେଉନି ବର୍ଜ୍ୟବସ୍ତୁ, ଆମିଷ ବଜାର ଦୁର୍ଗନ୍ଧମୟ

ରାଇଘର, ୨୩ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାସ୍ଥିତ ଧଡ଼ରାପାରାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ...

Advertisement
Archives

Model This Week