ଚାଲି ଚାଲି ଗ୍ରାମକୁ ବାହାରିଲେ ୨୨ ଶ୍ରମିକ

ବାଲିଅନ୍ତା,୨୮ା୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲାବନ୍ଦର ପ୍ରଭାବ ଗରିବ ଶ୍ରେଣୀର ଶ୍ରମିକଙ୍କ ଉପରେ ପଡ଼ିଛି। ଲକଡାଉନ କଟକଣା ପରେ ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଥିବା ଏକ ଇଟାଭାଟି ବନ୍ଦ ହୋଇଯାଇଛି। ଏଥିଯୋଗୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ଏବେ ହଟହଟା ହୋଇଛନ୍ତି। କାମ ବନ୍ଦ ହୋଇଥିବାରୁ ୧ମାସ ତଳେ ଇଟାଭାଟି କାର୍ଯ୍ୟ ପାଇଁ ଭଦ୍ରକର ଚାନ୍ଦବାଲି ଅଞ୍ଚଳରୁ ଆସିଥିବା ୨୨ଜଣ ଶ୍ରମିକ ଏବେ ଚାଲି ଚାଲି ଗଁ। ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ସକାଳ ୭ଟାରେ ଉତ୍ତରାରୁ ବାହାରିଥିବା ଏହି ଶ୍ରମିକମାନେ ଖରାରେ ଚାଲି ଚାଲି ଅପରାହ୍ନ ୨ଟା ସମୟରେ ବାଲିଅନ୍ତାରେ ପହଞ୍ଚତ୍ଥିଲେ। ଏହି ଶ୍ରମିକମାନେ ଭୋକଉପାସରେ ଥିବା ଜାଣି ବାଲିଅନ୍ତା ବଜାରର ଜଣେ ବ୍ୟକ୍ତି ଲେମ୍ବୁ ପାଣି ଦେଇଥିଲେ। ସେଠାରୁ ସେମାନେ ହଂସପାଳ ହୋଇ କଟକ ପରେ ୧୫୦କିମି ଭଦ୍ରକ ଅଭିମୁଖେ ବାହାରିଛନ୍ତି। ଭୟ ଓ ଆଶଙ୍କାରେ ଥିବା ଏହି ୨୨ଜଣ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ...

ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ

ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ: ପାଚେରି ଗଢ଼ି ପ୍ରାକୃତିକ ସମ୍ପତ୍ତି ଜବରଦଖଲ

କଟକ ଅଫିସ, ୩୧ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଛି।...

ମାନବିକତା ଦେଖାଇଲେ ଅଟୋ ଚାଳକ, କଲେ ଏମିତି…

ବ୍ରଜରାଜନଗର,୧୧ା୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବସ୍‌ଷ୍ଟାଣ୍ଡରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ଅଟୋ ଚାଳକ ଜିତେନ୍ଦ୍ର ନିଶାଦ ଜଣେ ରେଳ କର୍ମଚାରୀଙ୍କ ପର୍ସ ସହ...

ପୁରୀ ସ୍ବର୍ଗଦ୍ୱାରରେ ଜୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ମୁଖାଗ୍ନି...

ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ...

ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ):ବିଧାନସଭାର ମୌସୁମୀ ଅଧିବେଶନ ଭଳି ଆସନ୍ତା ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ବାତିଲ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଗୃହ...

ହଜିବାକୁ ବସିଲାଣି କଟକର ତାରକସି: ଦୁର୍ଦ୍ଦିନରେ ତାରକସି କାରିଗର

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ...

Advertisement
Archives

Model This Week