ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି

ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ ଦାନ କରିଥିଲା। ତେବେ ବର୍ତ୍ତମାନ ଇଟାଲିରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଇଟାଲିରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ)ର ଆବଶ୍ୟକତା ଦେଖାଦେଇଛି। ମାତ୍ର ଚାଇନା ପୂର୍ବରୁ ଇଟାଲି ଦାନରେ ଦେଇଥିବା ଏହି ଉପକରଣଗୁଡ଼ିକୁ ବିକ୍ରି କରିବାକୁ ଚାହୁଁଛି। ସାରା ପୃଥିବୀରେ କରୋନା ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ଚାଇନାର ଏଭଳି ବ୍ୟବସାୟ ମନୋଭାବ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇତିମଧ୍ୟରେ ଚାଇନା ସ୍ପେନ୍‌କୁ କରୋନା ଟେଷ୍ଟ୍‌ କିଟ୍‌ ବିକ୍ରି କରିଥିଲା। ସେଥିମଧ୍ୟରୁ ୫୦,୦୦୦ ଖରାପ ଥିବା କୁହାଯାଉଛି। ଖରାପ କିଟ୍‌ଗୁଡ଼ିକ ସ୍ପେନ୍‌ ଚାଇନାକୁ ଫେରାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇପାରିବୁ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪ା୪: ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌କୁ କରୋନା ସଂକ୍ରମଣ ସହ ଯୋଡ଼ି ସାମ୍ପ୍ରଦାୟିକୀକରଣ କରିଥିବା ଗଣମାଧ୍ୟମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ହୋଇଥିବା...

ଫଲ୍‌ ଅଫ୍‌ ବର୍ଲିନ ଓ୍ବାଲ: ୩୦ ବର୍ଷ ପୂର୍ବେ କାହିଁକି ଭଙ୍ଗା ଯାଇଥିଲା ବର୍ଲିନ ପ୍ରାଚୀର

ନୂଆଦିଲ୍ଲୀ,୯।୧୧: ଆଜିକୁ ଠିକ୍‌ ୩୦ ବର୍ଷ ପୂର୍ବେ ବର୍ଲିନ ପ୍ରାଚୀରକୁ ଭାଙ୍ଗି ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ଆନ୍ଦୋଳନକୁ ୩୦ ବର୍ଷ ପୂରଣ...

ଟୁଇଟ୍‌ ବିକିବେ ଟୁଇଟର ସିଇଓ

ନୂଆଦିଲ୍ଲୀ, ୭ା୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍‌ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବାକୁ ଶନିବାର ଘୋଷଣା କରିଛନ୍ତି। ୬ ମାର୍ଚ୍ଚ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଓଲଟିଲା ଯାତ୍ରୀବାହୀ ବୋଟ୍‌

ବେଜିଂ, ୧୯।୯: ଚାଇନାର ଗୁଇଝୋଉ ପ୍ରଦେଶରେ ରବିବାର ଏକ ଯାତ୍ରୀବାହୀ ବୋଟ୍‌ ଓଲଟି ପଡ଼ିଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୟ...

ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୮: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ମଙ୍ଗଳବାର ଭୋର୍‌ ୫ଟା ୧୩ରେ ଜଣାଇଛନ୍ତି। ଏହା...

ବିମାନବନ୍ଦରରେ ଦେଖାଇବାକୁ ପଡ଼ିବ ଆରଟି-ପିସିଆର ନେଗେଟିଭ ରିପୋର୍ଟ

କୋଲକାତା,୧୪।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଚାଇନା ଫେରିବେ ଭାରତୀୟ ଛାତ୍ରୀଛାତ୍ର

ବେଜିଂ,୩୦।୪: କୋଭିଡ୍‌ ମହାମାରୀ ବେଳେ ଚାଇନାରୁ ପଳାଇଆସିଥିବା ଭାରତୀୟ ଛାତ୍ରୀଛାତ୍ର ଏବେ ସେଠାକୁ ଫେରିବାର ସୁଯୋଗ ପାଇବେ। ଏଥିପାଇଁ ଶୁକ୍ରବାର ବେଜିଂ ଏକ ଯୋଜନା ଘୋଷଣା...

Advertisement
Archives

Model This Week