ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ଏଭଳି ବିଚିତ୍ର ସ୍ଥିତିକୁ ନେଇ ଚାଇନା ଉପରେ ସାରା ଦୁନିଆରେ ସନ୍ଦେହ ବଢ଼ିବା ସହ ନାନା ଚର୍ଚ୍ଚା ହେଉଛି। କରୋନାରେ ସଂକ୍ରମିତ ଓ ଆରୋଗ୍ୟଙ୍କ ସଂଖ୍ୟାରୁ ଏଭଳି ସନ୍ଦେହ ଏବଂ ଚର୍ଚ୍ଚା ସୃଷ୍ଟି ହେଉଛି। ବିଶେଷକରି ଚାଇନା ସହ ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ ଆଦି ଦେଶକୁ ତୁଳନା କଲେ ନାନା ପ୍ରଶ୍ନ ଉଠୁଛି।

ସୋମବାର ରାତି ୧୧ଟା ସୁଦ୍ଧା ଚାଇନାରେ ମୋଟ ୮୧ ହଜାର ୪୭୦ ଜଣ ସଂକ୍ରମିତ ହୋଇଥିବାବେଳେ ସେଥରୁ ୭୫ ହଜାର ୭୦୭ଜଣ ଅର୍ଥାତ୍‌ ୯୩% ଆରୋଗ୍ୟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆମେରିକାରେ ୧ ଲକ୍ଷ ୫୨ ହଜାର ୬୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ହଜାର ୨୧୧ ଜଣ ଅର୍ଥାତ୍‌ ୩% ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚାଇନାଠାରୁ ଆମେରିକା ଯଥେଷ୍ଟ ଆଗରେ ଥିବା ସତ୍ତ୍ୱେ ଆରୋଗ୍ୟଙ୍କ ସଂଖ୍ୟାରେ ବ୍ୟାପକ ତଫାତ୍‌ ବିଶ୍ୱବାସୀଙ୍କୁ ଯେତିକି ଚିନ୍ତା ପକାଇଛି ସେତିକି ଭିନ୍ନ ଭିନ୍ନ ଚିନ୍ତା କରିବାକୁ ବାଧ୍ୟ କରୁଛି। ଅନ୍ୟ ଦେଶଗୁଡ଼ିକର ଆରୋଗ୍ୟଙ୍କ ସଂଖ୍ୟାକୁ ଦେଖିଲେ ଇଟାଲୀରେ ୧୪%, ସ୍ପେନରେ ୨୦%, ଜର୍ମାନୀରେ ୧୪%, ଫ୍ରାନ୍ସରେ ୧୮%, ଇରାନରେ ୩୪%, ଦକ୍ଷିଣ କୋରିଆରେ ୫୪%, ପାକିସ୍ତାନରେ ୪% ଓ ଭାରତରେ ୧୦% ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବ୍ରିଟେନରେ ଆରୋଗ୍ୟଙ୍କ ସ୍ଥିତି ଅତି ନିରୁତ୍ସାଜନକ ରହିଛି। ଏଠାରେ ମାତ୍ର ୦.୬୦୯% ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି। ଇଟାଲୀରେ ସୋମବାର ୮୧୨ ଜଣ ଆଖିବୁଜିବା ସହ ମୃତ୍ୟୁସଂଖ୍ୟା ହୋଇଛି ୧୧ ହଜାର ୫୯୧। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି।
ଉଦ୍‌ବେଗଜନକ ବିଷୟ ହେଉଛି ସୁସ୍ଥମାନଙ୍କ କ୍ଷେତ୍ରରେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। କରୋନା ଭାଇରସ୍‌ର ଯେଭଳି ଠିକ୍‌ ଔଷଧ ଓ ଉପଚାର ବାହାରିପାରିନାହିଁ ସେଭଳି ଏହାର ଲକ୍ଷଣଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇପାରୁନାହିଁ। ଅନେକ କ୍ଷେତ୍ରରେ କରୋନା ସଂକ୍ରମିତ ବୋଲି ବହୁ ବିଳମ୍ବରେ ଜଣାପଡ଼ୁଛି। ସୁସ୍ଥ ହୋଇଥିବା ଲୋକ କିଛିଦିନ ପରେ ପୁଣି କରୋନା ସଂକ୍ରମିତ ହେବା ଏବଂ ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ହଂକଂର ଏକ ହସ୍ପିଟାଲ କର୍ତ୍ତୃପକ୍ଷ କରୋନାରୁ ଆରୋଗ୍ୟ ହୋଇଥିବା ୧୨ଜଣଙ୍କ ଉପରେ ନଜର ରଖିଥିଲେ। ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ଫୁସ୍‌ଫୁସ୍‌ କାର୍ଯ୍ୟଦକ୍ଷତା ୨୦ରୁ ୩୦% ହ୍ରାସ ହୋଇଥିବା ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ସଙ୍ଗ୍‌-ତକ୍‌-ଇନ କହିଛନ୍ତି। ଏଥରୁ ଏହି ଭୂତାଣୁ କେତେ ସଂଘାତିକ ତାହା ସ୍ପଷ୍ଟ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି

ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ...

ଲିଭୁନି ଚିତା: ଅନ୍ତିମ ସଂସ୍କାର ଲାଗି ଧାଡ଼ିରେ ଅପେକ୍ଷା…

ନୂଆଦିଲ୍ଲୀ,୨୮।୪: ଭାରତର କରୋନା ମହାମାରୀ ସଂକ୍ରମଣ ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଗତ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଦେଶର ୨ ଲକ୍ଷ...

ଖାଦ୍ୟ ନ ଖାଇ ଧାରଣାରେ ବସିଲେ ଅନ୍ତେବାସୀ

ଚଣ୍ଡିଖୋଲ, ୧୮।୫ (ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତ ପତରାଜପୁର ହାଇସ୍କୁଲ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ନିମ୍ନମାନର ଖାଦ୍ୟ ମିଳିବା ଓ ଅତ୍ୟାବଶ୍ୟକ...

ଭାରତରେ ସୁଧୁରୁଛି ଆର୍ଥତ୍କ ସ୍ଥିତି

ଲଣ୍ଡନ, ୧୦ା୭(ପି.ଟି.):କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ମୁକିଳିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ଭାରତରେ ସ୍ଥିତି...

ବୋମା ରଖାଯାଇଥିବା ଧମକ, ଜରୁରୀ ଅବତରଣ କଲା ବିମାନ…

ଟୋକିଓ,୭।୧ : ବିମାନରେ ବୋମା ରଖାଯାଇଥିବା ଏକ ଅନ୍ତର୍ଜାତୀୟ କଲ୍‌ ମିଳିବା ପରେ ଜାପାନର ବିମାନ ଜରୁରୀ ଅବତରଣ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

କ୍ୱିଭ୍‌ରେ ବଡ଼ ବିସ୍ଫୋରଣ କଲା ରୁଷିଆ

କ୍ୱିଭ୍‌,୨୫।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗମ୍ଭୀର ରୂପ ନେଇଛି। ରୁଷିଆ ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର...

ଏଫବିଆଇର ସୂଚନା: ଟ୍ରମ୍ପଙ୍କ ଫ୍ଲୋରିଡା ଘରେ ଚଢାଉ ପରେ ମିଳିଥିବା ୧୫ ବକ୍ସ ମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଜବତ

ୱାଶିଂଟନ,୨୭ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ କିଛିଦିନ ତଳେ ଏଫବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ...

Advertisement
Archives

Model This Week