ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ପହଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୫।୬: ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ଆଣି ଦେଇଥିବା ଜଣେ ଆର୍‌ପିଏଫ୍‌ ଯବାନଙ୍କର ସବୁଠି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଅଜସ୍ର ବାଃ ବାଃ ସାଉଁଟୁଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଯବାନଙ୍କ ସାହାସିକତାର ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ବେଲଗାଁଓରୁ ଗୋରଖପୁର ଶ୍ରମିକ ସ୍ପେଶାଲ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କର ୪ ମାସର ଶିଶୁଟି ଖୁବ୍‌ ଭୋକିଲା ଥିଲା। ତାକୁ କ୍ଷୀରର ଆବଶ୍ୟକତା ଥିବାରୁ ଟ୍ରେନ୍‌ ଭୋପାଳ ଷ୍ଟେଶନରେ ପହଞ୍ଚିବା ପରେ ମହିଳା ଜଣକ ସେଠାରେ ଥିବା ଆର୍‌ପିଏଫ୍‌ ଯବାନ ଇନ୍ଦର ସିଂ ଯାଦବଙ୍କୁ କିଛି କ୍ଷୀର ଆଣିଦେବାକୁ ଅନୁରୋଧ କରିଥିଲେ। ଏହା ଶୁଣିବା ପରେ ଇନ୍ଦର ଷ୍ଟେଶନ ବାହାରକୁ କ୍ଷୀର ଆଣିବାକୁ ଯାଇ ଫେରିବା ବେଳକୁ ଟ୍ରେନ୍‌ଟି ଗଡିବା ଆରମ୍ଭ କରିଥିଲା। ଏହାଦେଖି ଇନ୍ଦର ନିଜ ଜୀବନକୁ ପାଣି ଛଡାଇ ଦୌଡି ଦୌଡି ଚଳନ୍ତା ଟ୍ରେନ୍‌ରେ ଚଢି ଯାଇଥିଲେ ଓ ଉକ୍ତ ମହିଳାଙ୍କ ହାତରେ ତାଙ୍କ ଶିଶୁପାଇଁ କ୍ଷୀର ଯୋଗାଇ ଦେଇଥିଲେ। ଷ୍ଟେଶନରେ ଲାଗିଥିବା ସିସିଟିଭି କ୍ୟାମେରାରେ ସେ ସମୟର ସମସ୍ତ ଦୃଶ୍ୟ ରେକର୍ଡ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ

ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍‌ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ...

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର...

କପିଲ ମିଶ୍ରାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୫ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ନେତା କପିଲ ମିଶ୍ରା ସୋମବାର ଦାବି କରିଛନ୍ତି କି ତାଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଛି । ହେଲେ...

ରାହୁଲଙ୍କୁ ବଙ୍ଗଳା ଖାଲି କରିବା ନୋଟିସ: ସିବଲ କହିଲେ ଛୋଟ ଲୋକଙ୍କ ଛୋଟ ରାଜନୀତି…

ନୂଆଦିଲ୍ଲୀ,୨୮।୩ : ବଙ୍ଗଳା ଖାଲି କରିବାକୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ...

ମାର୍ଚ୍ଚରେ ୫୪ ଡିଗ୍ରୀ ଟପିଲା ତାପମାତ୍ରା

ଥିରୁଭାନନ୍ତପୁରମ୍‌,୧୦।୨: ମାର୍ଚ୍ଚ ମାସ ବର୍ତ୍ତମାନ ଆରମ୍ଭ ହୋଇଛି, ତଥାପି ଲୋକମାନେ ପ୍ରବଳ ଖରାର ସମ୍ମୁଖୀନ ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ପ୍ରବଳ ତାପମାତ୍ରା ଏହାର ପୁରୁଣା...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୧୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଲିଭ୍‌ଇନ୍‌-ସମଲିଙ୍ଗୀ ସମ୍ପର୍କ ମଧ୍ୟ ପରିବାର, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…

ନୂଆଦିଲ୍ଲୀ, ୨୯।୮ : ସୁପ୍ରିମକୋର୍ଟ କହିଛନ୍ତି ଯେ ପାରିବାରିକ ସମ୍ପର୍କ ଘରୋଇ, ଅବିବାହିତଙ୍କ ସହିତ ଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ହୋଇପାରେ। ଏଥି ସହିତ, ଏହା...

ନିଷ୍ଠା ମହିଳାଙ୍କୁ ଅଗ୍ରଗାମୀ କରାଇଛି

ମୁଁ ଯେତେବେଳେ ଓୟୁଏଟିରେ ପଢ଼ୁଥିଲି ସେତେବେଳେ ପୁଅ ପିଲାଙ୍କ ସଂଖ୍ୟା ଅଧିକ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଏଠାରେ ଯଦି ଏକ...

Advertisement
Archives

Model This Week