ଚଢାଦରରେ କିରୋସିନ ବିକ୍ରି, ତଦନ୍ତ କଲେ ଅଧିକାରୀ

ଖପ୍ରାଖୋଲ, ୬ା୬(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚଢାଦରରେ କିରୋସିନ ବିକ୍ରି ହେଉଛି। ଏହିଭଳି ଅଭିଯୋଗ ପରେ ପ୍ରଶାସନ ତରଫରୁ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ତଦନ୍ତ ଆରମ୍ଭ ହୋଇଛି ା ପାଟଣାଗଡ ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତଙ୍କ ନେତୃତ୍ୱରେ ଖପ୍ରାଖୋଲ ଯୋଗାଣ ଅଧିକାରୀ ରାଜରାମ ହୋତା, ମହରାପଦର ଏବଂ ବାଗଝରନ୍‌ ଗାଁକୁ ଯାଇ ହିତାଧିକାରୀଙ୍କୁ ଚଢାଦରରେ ବିକ୍ରି ସମ୍ପର୍କରେ ପଚାରି ବୁଝିଥିଲେ। ସରକାର ମେ ଏବଂ ଜୁନ ମାସ ପାଇଁ କିରୋସିନ ଲିଟର ପିଛା ଡିଲରମାନେ ସର୍ବାଧିକ ୧୮ ଟଙ୍କାରେ ବିକିବା ପାଇଁ କହିଥିବାବେଳେ ୩୩ ଟଙ୍କା ଦରରେ ବିକିଥିବା ଜଣାଯାଇଥିଲା ା ତଦନ୍ତ ସମୟରେ ମହରାପଦର ଏବଂ ବାଗଝରନ୍‌ ଗାଁରେ ଡିଲର ହଳଧର ଭୋଇ ୩୩ଟଙ୍କା ଦରରେ କିରୋସିନ ବିକିଥିବା ହିତାଧିକାରୀମାନେ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ। କେବଳ ମହରାପଦର ନୁହଁ ବ୍ଲକର ଅନ୍ୟ ଗାଁମାନଙ୍କରେ ମଧ୍ୟ ୩୩ଟଙ୍କାରୁ ୪୩ଟଙ୍କା ଦରରେ କିରୋସିନ ଡିଲରମାନେ ବିକ୍ରି କରି ଲକ୍ଷାଧିକ ଟଙ୍କା ମୁନାଫା ପାଇଥିବା ଜଣାଯାଇଛି ା ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ରାଜରାମ ହୋତାଙ୍କୁ ପଚାରିବାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ମହରାପଦରରେ କିରୋସନ ବିକ୍ରି ହୋଇଛି ଏବଂ ଏହାର ତଦନ୍ତ ଚାଲିଛି। ଏ ନେଇ ତଦନ୍ତକାରୀ ଅଧିକାରୀ ପୁରୋହିତଙ୍କୁ ପଚାରିବାରୁ ୩୩ଟଙ୍କା ଦରରେ ଖାଉଟିମାନେ କିରୋସିନ କିଣିଥିବା ତଦନ୍ତ ସମୟରେ ଅଭିଯୋଗ କରିଛନ୍ତି। ରିପୋର୍ଟ ପାଟଣାଗଡ ଉପଜିଲାପାଳଙ୍କୁ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ରବିବାର ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨...

ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨ ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି...

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯,୦୨୬କୁ ବୃଦ୍ଧି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ନେଉନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି...

ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଯୁବ କଂଗ୍ରେସ

ପୁରୀ ଅଫିସ,୩୧ା୧୨: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ପୁରୀ ଲୋକସଭା ଯୁବ କଂଗ୍ରେସ। ଏ ସଂକ୍ରାନ୍ତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର...

ଆଧାର ବିନା ଓଡ଼ିଶା ମନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାକୁ ଫେରିବାକୁ ଥିଲେ ରେଜିଷ୍ଟ୍ରେଶନ କରିବା ବାଧ୍ୟତାମୂଳକ। ଏଥିପାଇଁ ୨ଟିର ଆବଶ୍ୟକତା ରହିଛି। ପ୍ରଥମଟି ହେଲା ଆଧାର ନଂ । ଦ୍ୱିତୀୟଟି ହେଲା ମୋବାଇଲ...

୨ ନୂଆ ବ୍ଲକର ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୫ା୪: ଭଦ୍ରକ ଜିଲାରେ ଶୁକ୍ରବାର ଗୋଟିଏ ଦିନରେ ୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାସୁଦେବପୁରରୁ ଗୋଟିଏ, ତିହିଡିର ୨ ଓ ଧାମନଗରରୁ...

ବାଜପୁର ଗାଁରେ ୧୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାଧପୁର,୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନ ଟୁସର ପଞ୍ଚାୟତର ବାଜପୁର ଗ୍ରାମରେ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୮ରେ...

ଭୁବନେଶ୍ୱରରେ ଲାଗିବ ଆଉ ୧ହଜାର ଲାଇଟ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଭୁବନେଶ୍ୱରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସହରକୁ ଆଲୋକୀକରଣ କରିବା ପାଇଁ ମୋଟ ୭୬ହଜାର ୨୬୭ଟି...

Advertisement
Archives

Model This Week