ଘାରିଲା କରୋନା ଭୟ, ବଢ଼ିଲା ମାସ୍କ ଡିମାଣ୍ଡ

ଭୁବନେଶ୍ୱର,୬।୩(ବ୍ୟୁରୋ): ଚାଇନାରୁ ଏବେ ସାରା ବିଶ୍ୱକୁ ବ୍ୟାପିଚାଲିଥିବା ମାରାତ୍ମକ କରୋନାକୁ ନେଇ ଏବେ ଭାଳେଣି ପଡ଼ିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ଏକାଧିକ ସନ୍ଦିଗ୍ଧ ରହିଛନ୍ତି। ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟ ସରକାର ଏବେ ଆହୁରି ତତ୍ପରତା ପ୍ରକାଶ କରିଛି। ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଲୋକଙ୍କ ମନରେ ଭୟ ବଢ଼ିଯାଇଛି। ଗାଁଠୁ ସହର ଆତଙ୍କ, ଆଶଙ୍କା ଭିତରେ ଘାରି ହେଉଛନ୍ତି ଲୋକେ। ବିଶେଷକରି ସରକାରଙ୍କ ସତର୍କତା ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ଲୋକେ। ଫଳରେ ମାସ୍କ, ସାନିଟାଇଜର ଆଦିର ଡିମାଣ୍ଡ ବଢ଼ିଛି। ଏପରିସ୍ଥିତିରେ ଔଷଧ ଦୋକାନରେ ଏସବୁ ସାମଗ୍ରୀ ପାଇଁ ଭିଡ଼ ଆରମ୍ଭ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ମହଜୁଦ ନ ଥିବାରୁ ଲୋକେ ନିରାଶ ହେଉଛନ୍ତି। ବିଶେଷକରି ମାସ୍କ ପାଇଁ ଦୋକାନରୁ ଦୋକାନ ବୁଲୁଥିଲେ ମଧ୍ୟ ମାସ୍କ ମିଳୁ ନ ଥିବା ଜଣାପଡିଛି। ଯେଉଁ ଦୋକାନରେ ଅଳ୍ପକିଛି ମହଜୁଦ ରହିଛି ତାହାକୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ସେହିଭଳି ଆଗୁଆ ସାନିଟାଇଜର କିଣି ଘରେ ମହଜୁଦ ରଖିବାକୁ ମଧ୍ୟ ଲୋକେ ଲାଗିପଡ଼ିଛନ୍ତି। ଫଳରେ ଏହାର ବିକ୍ରି ବଢ଼ିଯାଇଥିବା ଔଷଧ ଦୋକାନୀମାନେ କହିଛନ୍ତି।
ଏ ନେଇ ବାପୁଜୀନଗରସ୍ଥିତ ରବୀନ୍ଦ୍ର ମେଡିସିନ ଷ୍ଟୋର କର୍ତ୍ତୃପକ୍ଷ କହିଛନ୍ତି, ଦୋକାନରେ ମାସ୍କ ଯାହା ଥିଲା ସବୁ ବିକ୍ରି ହୋଇସାରିଛି। ଅର୍ଡର ଦିଆଯାଇଥିଲେ ମଧ୍ୟ ମାସ୍କ ଆସିବାରେ ବିଳମ୍ବ ହେବ ବୋଲି ଡିଲର ଜଣାଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସେବା ଓ ଆଶୀର୍ବାଦ ମେଡିକାଲ ଷ୍ଟୋର୍‌ର ମିଥୁନ ଓ ସଞ୍ଜୟ କହିଛନ୍ତି, ହଠାତ୍‌ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ମାସ୍କ ଅଭାବ ଦେଖାଦେଇଛି। ଅଧିକ ମାସ୍କ ରଖି ନ ଥିବାରୁ ଲୋକେ ଫେରୁଛନ୍ତି। ମାସ୍କ ଅର୍ଡର କରିବାରୁ ଡିଲର ଦର ବଢ଼ିଥିବା କହୁଛନ୍ତି। ଯେଉଁମାନେ ଅଧିକ ଦାମ୍‌ ଦେଇ କିଣୁଛନ୍ତି, ସେମାନେ ତ ଗ୍ରାହକଙ୍କଠାରୁ ଅଧିକ ଦର ହିଁ ନେବେ। ସେହିପରି ବମିଖାଲ କେନାଲ ରୋଡ୍‌ରେ ଥିବା ଆପୋଲୋ ଫାର୍ମାସୀ କର୍ତ୍ତୃପକ୍ଷ କହିଛନ୍ତି, ମାଷ୍ଟର କ୍ୟାଣ୍ଟିନ୍‌ରେ ଥିବା ଡିପୋରୁ ନିୟମିତ ଭାବେ ମାସ୍କ ଆସେ ଓ ବିକ୍ରି ହୁଏ। ହେଲେ ଡିପୋରେ ମାସ୍କ ଷ୍ଟକ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନ ଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଥିଲା। ଏହା…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ କଲେ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର,୩୦।୫:  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri