ଘଷିର ହୋମ୍‌ ଡେଲିଭରି

ଭୋପାଳ: ସାରା ଦେଶରେ ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ ସେବାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଗୋବରରୁ ତିଆରି ହେଉଥିବା ଘଷି ଏବେ ହୋମ୍‌ ଡେଲିଭରି ହେଉଛି। ଏମିତିକି ୧୦ ଟଙ୍କାରେ ମିଳୁଥିବା ଘଷିକୁ ଏବେ ଲୋକେ ୩୦ ଟଙ୍କାରେ କିଣୁଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଉଜ୍ଜୈନ ସହରରେ ଲୋକଙ୍କ ଏକ ଅତି ପ୍ରିୟ ଖାଦ୍ୟ ହେଉଛି ଡାଲ୍‌-ବାଟି ଏବଂ ଡାଲ୍‌ ବାଫ୍‌ଲେ। ବିଭିନ୍ନ ଉତ୍ସବ ସମୟରେ ଏହି ଖାଦ୍ୟ ନିହାତି ଆବଶ୍ୟକ ହୋଇଥାଏ। ତେବେ ଘଷି ନିଆଁରେ ତିଆରି ହେଲେ ଏହାର ସ୍ବାଦ ବହୁତ ଭଲ ହୋଇଥାଏ। ତେଣୁ ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ଏହି ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ଘଷି ଆବଶ୍ୟକ କରୁଛନ୍ତି। ସହରର ଜୟସିଂହପୁରା ଓ ଭୈରବଗଡ଼ରେ ଗ୍ରାମାଞ୍ଚଳର ଲୋକେ ଏହି ଘଷି ବ୍ୟବସାୟ କରିଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ କଟକଣା ଲାଗୁ ହେବା କାରଣରୁ ଲୋକେ ବାହାରକୁ ଯାଇପାରୁ ନାହାନ୍ତି କି ଘଷି କିଣିପାରୁ ନାହାନ୍ତି। ତେଣୁ ଲୋକଙ୍କୁ ଫୋନ୍‌ କରି ଘରେ ଘଷି ପହଞ୍ଚାଇବା ନିମନ୍ତେ ଅର୍ଡର ଦିଆଯାଉଛିି। ତେଣୁ ଘଷି ବ୍ୟବସାୟୀମାନେ ସେମାନଙ୍କ ଠେଲାରେ ଘଷି ନେଇ ଲୋକଙ୍କୁ ଘରେ ଘରେ ଦେଉଛନ୍ତି। ରୋଷେଇ ନିମନ୍ତେ ଏହା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ କେହି ସେମାନଙ୍କୁ ଅଟକାଉ ନାହାନ୍ତି। ତେଣୁ ଏହି ଲକ୍‌ଡାଉନ୍‌ ସମୟରେ ସେମାନଙ୍କ ବ୍ୟବସାୟ ବେଶ୍‌ ଭଲ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri