ଘର ଭାଙ୍ଗିବା ସହ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ବଇଣ୍ଡା,୫।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଘର ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିଦେଇଛି।
ସୂଚନାଯୋଗ୍ୟ, ଦନ୍ତାଟି ବୁଧବାର ରାତିରେ କମରେଇ ଗାଁକୁ ପଶି ଆସି ରବି ନାଇକ, ଜମ୍ବୁ ପଲେଇ ଓ ଦେବକୀ ବେହେରାଙ୍କ ଘର ଭାଙ୍ଗିଥିଲା। ଘରେ ଦେବକୀ(୬୦) ଶୋଇଥିବା ଅବସ୍ଥାରେ ଦନ୍ତାଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରି ଦେଇଥିଲା। ଖବର ପାଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ପହଞ୍ଚି ତଦନ୍ତ କରିଛନ୍ତି। ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କୁ ଘେରାଉ କରିବାରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ବୟସ ସୀମା ୪୪ ବର୍ଷକୁ ବୃଦ୍ଧି ଦାବି

ଫୁଲବାଣୀ ଅଫିସ, ୪ା୯-ଦୀର୍ଘ ବର୍ଷଧରି ସରକାରୀ ଚାକିରିରେ ନିଯୁକ୍ତି ନିମନ୍ତେ ବୟସ ସୀମା ୩୨ବର୍ଷ ରହିଛି। ଏହାକୁ ୪୪ ବର୍ଷକୁ ବୃଦ୍ଧି କରିବାକୁ କନ୍ଧମାଳ ଜିଲା...

ପୃଥକ ୨ଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର

ଆନନ୍ଦପୁର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୃଥକ ଦୁଇଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ...

ବିଶ୍ୱ ନାଟ୍ୟ ମେଳାରେ ଖୋର୍ଦ୍ଧା ସାଉଁଟିଲା ୯ ପୁରସ୍କାର

ଖୋର୍ଦ୍ଧା ଅଫିସ,୧୧ା୯: ବିଶ୍ୱନାଟ୍ୟ ମେଳାରେ ଖୋର୍ଦ୍ଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ନାଟକ ଅଟୋବାଲା ୯ ଟି ବିଭାଗରେ ପୁରସ୍କାର ହାତେଇଛି। ଶ୍ରେଷ୍ଠ...

ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା...

କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା...

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ...

ଅସୁରକ୍ଷିତ ଅଭୟାରଣ୍ୟ

ଢେଙ୍କାନାଳ ଅଫିସ, ୧୬।୨ – ପ୍ରକୃତିର ବରଦାନ କପିଳାସ। ଶାନ୍ତ ସବୁଜିମା ଭରା ପରିବେଶ, ଜୈବ ବିବିଧତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ସମ୍ଭାର ଏହାର ପରିଚୟ। ହେଲେ...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଇଣ୍ଡା,୧୭।୧୧(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା କଟରଙ୍ଗା ଗ୍ରାମରେ ଶୁକ୍ରବାର ରାତିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟର ଚାଳକ ପାପସରା ଗ୍ରାମର ଲମ୍ବୋଦର ପ୍ରଧାନଙ୍କ...

Advertisement


Archives

Model This Week