Posted inଜାତୀୟ

ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକଭବନରେ ଆୟୋଜିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ କଥା ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହାସହ ଏମାନଙ୍କୁ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ସମସ୍ତ ଘରୋଇ କର୍ମଚାରୀ ମଧ୍ୟ ଘରେ ବସି କାମ କରିବାକୁ କୁହାଯାଇଛି। ସରକାରୀ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କରୋନା ଏବେ ଭାରତରେ ଷ୍ଟେଜ ୨ରେ ଥିବା ବେଳେ ଏହାକୁ ଷ୍ଟେଜ ୩ କୁ ନ ଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଯୋଧ୍ୟାରେ ରାମମନ୍ଦିର ଚାହାନ୍ତି ମୁସଲମାନ’

ଲକ୍ଷ୍ନୌ,୧୩ା୭(ପି.ଟି.): କଠୋରପନ୍ଥୀଙ୍କୁ ବାଦ୍‌ଦେଇ ଅନ୍ୟ ମୁସଲମାନମାନେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାହାନ୍ତି ବୋଲି ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରାମବିଳାସ ବେଦାନ୍ତୀ ମତ ଦେଇଛନ୍ତି।...

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା...

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା...

ପାକିସ୍ତାନର ଷଡ଼ଯନ୍ତ୍ର: ଅସ୍ତ୍ରବିରତି ପଛରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ଦେଶ୍ୟ

ଶ୍ରୀନଗର, ୨୩।୬: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ...

ଅଧା ବିଜୁଳି ବିଲ୍‌ ଦେବେ ଗ୍ରାହକ!

ଭୋପାଳ,୨୨।୬: ଦେଶରେ କରୋନା ଭାଇରସକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ଲୋକେ ଘରେ ବସି ରହିଥିଲେ। କେହି କେହି ଏହି ସମୟରେ ରୋଜଗାର ମଧ୍ୟ ହରାଇଛନ୍ତି।...

ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା: ଖାଲରେ କାର ପଡ଼ି ଗଲା ୪ଜୀବନ

ଡେରାଡୁନ,୮।୬: ମସୁରୀରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କିଛି ଯାତ୍ରୀ...

ବେଲୁର ମଠରେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ହାଓ୍ବଡାରେ ଥିବା ରାମକ୍ରିଷ୍ଣ ପରମହଂସଙ୍କ...

ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ମତଦାନ କଲେ ରେଖା

ମୁମ୍ବାଇ,୨୯।୪: ସୋମବାର ସକାଳୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ଥାଏ ମାୟାନଗରୀର ଅଭିନେତା ଅଭିନେତ୍ରୀଙ୍କ ଉପରେ। କାରଣ ମୁମ୍ବାଇବାସୀ ସାଧାରଣତଃ ଭୋଟ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *