ଘରେ ପହଞ୍ଚାଇଦେବାକୁ ୧୩ ଯୁବକଙ୍କ ଅନୁରୋଧ

ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ ଡାଉନ ଘୋଷଣା କରାଯାଇଛି। ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ଅସୁବିଧାରେ ପଡିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ା ଏହିକ୍ରମରେ ବଲାଙ୍ଗୀର ଜିଲାର ଗୁଡଭେଲା ଓ ତୁଷୁରା ଅଞ୍ଚଳର ୧୩ ଜଣ ଯୁବକ ମୋବାଇଲ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ସହ ସେମାନଙ୍କ ନିକଟରେ ଖାଇବାକୁ କିଛି ବି ନ ଥିବା ଜଣାଇଛନ୍ତି। ଏହି ଦାଦନ ଶ୍ରମିକମାନେ ଗୁଜୁରାଟ ରାଜକୋଟର ଭୁବନାଥ ସ୍ୟାରି ନମ୍ବର ୧୪ ରୁମ୍‌ ନମ୍ବର ୧୨୭ରେ ଏବେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୨୩ ଶ୍ରମିକ: ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ

ରସାଳପୁର,୨୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ଥାନା ପୋଲିସ ସୋମବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୨୩ଜଣ ଶ୍ରମିକଙ୍କୁ ସ୍ଥାନୀୟ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସେମାନଙ୍କର ଖାଇବା ପିଇବା...

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ...

କୁଶଭଦ୍ରାରେ ଚାପ ଖେଳିଲେ ରାଧାମାଧବ

ବାଲିଅନ୍ତା,୧୪ା୫(ଡି.ଏନ୍‌.ଏ.): ଲକଡାଉନ ସତ୍ତ୍ୱେ ସାମାଜିକ ଦୂରତ୍ୱକୁ ମାନି ବାଲିଅନ୍ତାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବୁଧବାର ଦ୍ୱିତୀୟ ଦିବସ ଥିବାବେଳେ କରୋନା କଟକଣା ପାଇଁ ହଂସପାଳ...

ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ...

ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା: ବିବାହ ସମ୍ପନ୍ନ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୋନପୁର,୨୮ା୫(ନି.ପ୍ର.): ସୁବର୍ଣ୍ଣପୁର ସହରର ଡେରାପଡାରେ ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଶିବ ପାର୍ବତୀଙ୍କ ଦର୍ଶନ...

ଓଟିପିସିଏଲ କାମକୁ ବିରୋଧ

କାମାକ୍ଷାନଗର, ୨୬।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି ପଞ୍ଚାୟତରେ ଚାଲିଥିବା ଓଟିପିସିଏଲ କାମକୁ ବିରୋଧ କରିଛନ୍ତି ମରିଚକଣ ଏବଂ ନୂଆଙ୍ଗବିଲ ଗ୍ରାମର ବିସ୍ଥାପିତ ପ୍ରଜା।...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

Coronavirus Update


Archives

Model This Week

Why Dharitri