ଘରେ କ୍ୟାଶ ପହଞ୍ଚାଇବେ ବ୍ୟାଙ୍କ

ମୁମ୍ବାଇ,୨୬। ୩: ଏବେ ବାହାରକୁ ଯିବା ଲାଗି କଟକଣା ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ ବାହାରକୁ ବାହାରିବାକୁ ଅସୁବିଧା ହେଉ ଥିବାରୁ ନଗଦ ଲାଗି ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏଟିଏମ୍‌କୁ କ୍ୟାଶ ଆଣିବା ଲାଗି କୌଣସି କଟକଣା ନ ଥିବା ବେଳେ ଯଦି ଆଖପାଖରେ ଏଟିଏମ୍‌ ନାହିଁ ତେବେ ଲୋକଙ୍କର ଅସୁବିଧା ବଢିଯାଏ। ଏହି ସମୟରେ ବ୍ୟାଙ୍କ ଲୋକଙ୍କ ନିକଟରେ ନଗଦ ପହଞ୍ଚାଇବା ନେଇ ସହାୟତା କରିପାରିବେ। ଲକ୍‌ଡାଉନ ସମୟରେ ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଗ୍ରାହକଙ୍କୁ କ୍ୟାଶ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। ଏସ୍‌ବିଆଇ ଗ୍ରାହକଙ୍କ ନିକଟରେ ଅର୍ଥ ପହଞ୍ଚାଉଥିବା ବେଳେ ଗ୍ରାହକଙ୍କଠାରୁ ଟଙ୍କା ଜମା ନେବାର ସୁବିଧା ମଧ୍ୟ ଦେଉଛି। ଏଥିଲାଗି ବ୍ୟାଙ୍କ ୧୦୦ ଟଙ୍କା ଆରମ୍ଭ ମୂଲ୍ୟରୁ ଚାର୍ଜ ନେଇଛି। ଏହି ସୁବିଧା ମୁତାବକ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୫ରୁ ୨୫ ହଜାର ଟଙ୍କା ଡେଲିଭରି ଦେବାର ସୁବିଧା କରିଛି। ଏଥି ଲାଗି ବ୍ୟାଙ୍କ ୧୦୦ରୁ ୨୦୦ ଟଙ୍କା ଚାର୍ଜ ନେଉଛି। ଆକ୍ସିସ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହି ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି। ଏଥି ଲାଗି ବ୍ୟାଙ୍କଗୁଡିକ ନିର୍ଦ୍ଧିଷ୍ଟ ଚାର୍ଜ ମଧ୍ୟ ନେଉଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ କୋଟିର ପାଣ୍ଠି ଗଠନ କଲା ଆଇଟିସି

ନୂଆଦିଲ୍ଲୀ, ୨୯। ୩: କରୋନା ମୁକାବିଲା ପଦକ୍ଷେପ ସ୍ବରୂପ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କମ୍ପାନୀ...

୨ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ

ଭାରତରେ ଶେଷ ଥର ପାଇଁ ହୋଇଥିବା ଘରୋଇକରଣର ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ୨ ବୃହତ୍‌ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ ଚଳିତ ବର୍ଷ...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ...

ପୁରୀ ଗ୍ରାଣ୍ଡ ରୋଡରେ ମୁଫ୍‌ତି ଏକ୍ସକ୍ଲୁସିଭ୍‌ ଷ୍ଟୋର

ପୁରୀ,୨୭।୩: ଦେଶର ପ୍ରମୁଖ ଗାରମେଣ୍ଟ ବ୍ରାଣ୍ଡ୍‌ ମୁଫ୍‌ତର ଓଡିଶା ବଜାର ପକ୍ଷରୁ ଆଉ ଏକ ନୂତନ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ଏପରିକି ରବିବାର ପୁରୀ ଗ୍ରାଣ୍ଡ...

ଚେତକ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବଜାଜ ଅଟୋର ପ୍ରିମିୟମ ବ୍ରାଣ୍ଡ୍‌ ଚେତକର ଏକ୍ସପେରିଏନ୍ସ ସେଣ୍ଟର ଶୁକ୍ରବାର ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ଉଦ୍‌ଘାଟିତ...

ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ...

ପହିଲାରୁ କାର୍ଯ୍ୟକାରୀ ହେବ ମେଗା ବ୍ୟାଙ୍କ ମିଶ୍ରଣ

ମୁମ୍ବାଇ,୩୦। ୩: ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ ପଦକ୍ଷେପ ପହିଲାରୁ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ...

ସିପ୍‌ଲା ଆଣିପାରେ କରୋନା ଲାଗି ମେଡିସିନ୍‌

ମୁମ୍ବାଇ,୨୨-୩: ଦେଶର ପ୍ରମୁଖ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସିପ୍‌ଲା କରୋନା ଲାଗି ମେଡିସିନ ପ୍ରସ୍ତୁତ କରିପାରେ। ସବୁ ଠିକ୍‌ ଚାଲିଲେ ଆଗାମୀ ୬ ମାସ ମଧ୍ୟରେ...

Advertisement
Archives

Model This Week