ଘରେ କରନ୍ତୁ ହେୟାର ଡିଟକ୍ସ

କେଶକୁ ସୁନ୍ଦର ଏବଂ ମଜଭୁତ କରିବା ଲାଗି ଏହାକୁ ପରିଷ୍କାର ରଖିବା ସହ ଯତ୍ନ ନେବା ଆବଶ୍ୟକ। ତେବେ ଏଥିପାଇଁ ଆପଣ ଚାହିଁଲେ ଘରେ ହେୟାର୍‌ ଡିଟକ୍ସ କରିପାରିବେ । ଜାଣିରଖନ୍ତୁ ସେ ସମ୍ପର୍କରେ…

ମାର୍କେଟରେ ମିଳୁଥିବା ବିଭିନ୍ନ କେମିକାଲ୍‌ଯୁକ୍ତ ଶାମ୍ପୁ, ତେଲ, କଲର ଇତ୍ୟାଦି କେଶକୁ ହାନି ପହଞ୍ଚାଇଥାଏ। ଏହାଦ୍ୱାରା କେଶମୂଳରେ ମଳି ଜମିଯିବା ଫଳରେ କେଶ ଭଲ ଭାବେ ବଢିପାରେନି ଏବଂ ଦୁର୍ବଳ ହୋଇଝଡିବା ଆରମ୍ଭ ହୋଇଯାଏ। ତେଣୁ ଆପଣ ଚାହିଁଲେ କେଶକୁ ସଫା ତଥା ପ୍ରଦୂଷଣ ମୁକ୍ତ(ଡିଟକ୍ସ) ରଖିବା ଲାଗି କେତେକ ଘରୋଇ ଉପାୟ ଆପଣାଇ ପାରିବେ…
ଲେମ୍ବୁ ଏବଂ କାକୁଡି ରସ ସମାନ ପରିମାଣରେ ନେଇ କେଶ ମୂଳରେ ଲଗାଇ କିଛି ସମୟ ଛାଡିଦେବା ପରେ ଧୋଇଦିଅନ୍ତୁ। ନଚେତ୍‌ କାକୁଡି ଏବଂ ଲେମ୍ବୁକୁ ଭଲ ଭାବେ ପେଷ୍ଟ କରନ୍ତୁ। ସେଥିରେ କିଛି ବୁନ୍ଦା ଏସେନ୍ସିଆଲ୍‌ ଅଏଲ ମିଶାଇ କେଶ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ।
୧/୪ କପ୍‌ ଆପଲ୍‌ ସାଇଡର ଭିନେଗାରରେ ୨ କପ୍‌ ପାଣି ମିଶାଇ ରଖନ୍ତୁ। କେଶ ଶାମ୍ପୁ କରିବା ପରେ ଏହି ମିଶ୍ରଣକୁ ଲଗାଇ ୨ ମିନିଟ୍‌ ରଖି ଧୋଇ ଦିଅନ୍ତୁ। ଏହା କେଶକୁ ପରିଷ୍କାର କରିବା ସହ ଡ୍ରାଏ ହେବାକୁ ଦେଇ ନ ଥାଏ।
ଅଏଲି କେଶକୁ ଡିଟକ୍ସ କରିବା ଲାଗି ବେକିଂ ସୋଡା ଉପକାରୀ। ଏଥିପାଇଁ ୩ କପ୍‌ ଉଷୁମ ପାଣିରେ ୧/୪ କପ୍‌ ବେକିଂ ସୋଡା ମିଶାଇ କେଶରେ ଲଗାଇ ୨ ମିନିଟ୍‌ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ। ଏହାଦ୍ୱାରା କେଶମୂଳରେ ଥିବା ପୋର୍ସ ଖୋଲିଯିବ ଏବଂ ସେଥିରେ ଜମି ରହିଥିବା ତେଲ ଏବଂ ମଇଳା ବାହାରିଯିବ ।
୨ ଚାମଚ ଶିକାକାଇ ପାଉଡରରେ ଆବଶ୍ୟକ ମୁତାବକ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଓଦା କେଶରେ ମୂଳରୁ ଅଗ ପର୍ଯ୍ୟନ୍ତ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଅଳ୍ପ ସୁଖି ଆସିଲେ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରନ୍ତୁ କେଶ ସଫା ରହିବା ସହ ସୁନ୍ଦର ଏବଂ ମଜଭୁତ ବି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଏ କରନ୍ତୁ କୁଲ୍‌ କାର୍ଟୁନ୍‌ ପ୍ରିଣ୍ଟ, ଆଉ ଦେଖନ୍ତୁ…

ଷ୍ଟ୍ରାଇପ୍‌, ପୋଲ୍‌କା ଡଟ୍‌, ଆନିମଲ ପ୍ରିଣ୍ଟ, ଫ୍ଲୋରାଲ ପ୍ରିଣ୍ଟ ଭଳି ପ୍ୟାଟର୍ନର ପୋଷାକ ତ ସମସ୍ତେ ପିନ୍ଧନ୍ତି। ହେଲେ କାର୍ଟୁନ୍‌ ପ୍ରିଣ୍ଟର ପୋଷାକ ବହୁତ କମ୍‌...

ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ...

ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ...

ଏହି ଗୁଣ୍ଡ ସହିତ ଗ୍ଲାସେ ଉଷୁମ ପାଣି ହାର୍ଟ ଆଟାକ୍‌ରୁ ରଖେ ଦୂରେଇ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା...

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ଗୃହିଣୀମାନଙ୍କର ସ୍ବାସ୍ଥ୍ୟ

ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ, ତେଣୁ ଗୃହିଣୀଟିକୁ...

ଏହି ନାମଧାରୀ ପୁରୁଷ ବିବାହ ପରେ ହୋଇଥାନ୍ତି ସ୍ତ୍ରୀର ଗୁଲାମ

ବିବାହ ପରେ ଅଧିକାଂଶ ପୁରୁଷ ବଦଳିଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଙ୍କ ପାଇଁ ପାଗଳ ହୋଇଯାଆନ୍ତି। ସେମାନଙ୍କୁ ସ୍ତ୍ରୀଙ୍କ ଗୁଲାମ କହିଲେ ମଧ୍ୟ କିଛି ଭୁଲ...

Advertisement
Archives

Model This Week