ଜଳେଶ୍ୱର, ୧୫।୫(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଜଣେ ପ୍ରବାସୀଙ୍କର ଶୁକ୍ରବାର ମଧ୍ୟାହ୍ନ ସମୟରେ ୬୦ନଂ. ଜାତୀୟ ରାଜପଥ ଲକ୍ଷ୍ମଣନାଥ ଉପାନ୍ତ ଚେକ୍ଗେଟ୍ ନିକଟରେ ମୃତ୍ୟୁ ଘଟିଛି। ତାଙ୍କ ନାମ ଧୁବେଇ ମହାନ୍ତି (୫୬) ଓ ଘର ପୁରୀ ଜିଲା କାକଟପୁର ଅଞ୍ଚଳ ଟିକରପଡ଼ା ଗାଁରେ।
ସେ କୋଲକାତାରେ ରହି କାର୍ଯ୍ୟ କରୁଥିଲେ। ଲକ୍ଡାଉନ ଯୋଗୁ ସେ ୨ମାସ ଧରି ସେଠାରେ ଅଟକି ଯାଇଥିଲେ। ଶୁକ୍ରବାର ସେ କୋଲକତା-ସୋନାକଣିଆ ବସ୍ରେ ଫେରିଥିଲେ। ସେ ବସ୍ଷ୍ଟାଣ୍ଡରୁ ଓହ୍ଲାଇ ଦ୍ୱିପ୍ରହର ସମୟରେ ୬୦ନଂ. ଜାତୀୟ ରାଜପଥକୁ ନିଜର ଆସବାବପତ୍ର ଧରି ଚାଲି ଚାଲି ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେ ହଠାତ୍ ରାସ୍ତାରେ ପଡ଼ିଯାଇଥିଲେ। ତାଙ୍କର କପାଳର ଡାହାଣପଟେ ଏକ କ୍ଷତ ସୃଷ୍ଟି ହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା ଲୋକେ ତାଙ୍କୁ ପାଣି ଦେଇଥିଲେ ମଧ୍ୟ ସେ ଅଚେତ ହୋଇପଡିଥିଲେ। ଖବର ପାଇ ଜଳେଶ୍ୱର ପୋଲିସ୍ ପହଞ୍ଚତ୍ ତୁରନ୍ତ ତାଙ୍କୁ ହସ୍ପିଟାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଅଂଶୁଘାତଜନିତ ମୃତ୍ୟୁ କି ହୃଦଘାତଜନତ୍ ତାହା ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ପୋଲିସ୍ କହିଛି। ଏ ସମ୍ପର୍କରେ ତାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ସମ୍ପର୍କୀୟମାନେ ଆସିବା ପରେ ବ୍ୟବଚ୍ଛେଦ ହେବ ବୋଲି ପୋଲିସ୍ କହିଛି।
Posted inଆମ ଜିଲା ଖବର, ବାଲେଶ୍ୱର View All

ଜଗତ୍ସିଂହପୁର ଜିଲାରେ ରଜ କଟକଣା: ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ମନା
ଜଗତ୍ସିଂହପୁର ଅଫିସ, ୧୩ା୬: ଓଡ଼ିଶାର ଗଣ ପର୍ବ ରଜ। ରଜରେ ସହରରୁ ଗାଁ ସବୁଠି ଚଳଚଞ୍ଚଳ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଓ କଟକଣା ଏକପ୍ରକାର...

ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ
ଛତ୍ରପୁର,୩୦।୬(ଡି.ଏନ୍.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍. ଭେଙ୍କଟରମଣଙ୍କୁ ପିଟି...

ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ
ଛତ୍ରପୁର, ୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀଙ୍କଠାରୁ ବଳକା ଧାନ କିଣିବା ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ନେତୃତ୍ୱରେ ଚାଷୀମାନେ ମଙ୍ଗଳବାର ଜ଼ିଲାପାଳଙ୍କ ଅଫିସ ଆଗରେ ଧାନ...

ବିଗୁଡୁଛି ଗହୀରମଥା ପରିବେଶ
କେନ୍ଦ୍ରାପଡ଼ା ଅଫିସ, ୨୩।୧୦: ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଶୁକ୍ରବାର ହୋଇଛି। ଦି ଡିଫେନ୍ସ ରିସର୍ଚ୍ଚ...

କୋଇଲା ବୋଝେଇ ଟ୍ରେନ୍ରୁ ୨ ବଗି ଅଲଗା
ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍ରେ ଟେନ୍...

୪ ବିଶେଷଜ୍ଞ, ୬ ଷ୍ଟାଫ୍ନର୍ସ ପଦବୀ ଖାଲି
ବିରିଡି,୨୦।୩ (ଡି.ଏନ୍.ଏ.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଧାରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ...

ଯାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା
ପରଜଙ୍ଗ, ୨୨।୬(ଡି.ଏନ୍.ଏ.) – ଅଣଓସାରିଆ ସେତୁରେ ବାରମ୍ବାର ଘଟୁଥିଲା ଦୁର୍ଘଟଣା। ଅକାଳରେ ଝରିପଡୁଥିଲା ଜୀବନ। ପୁରୁଣାକାଳିଆ ଢଙ୍ଗରେ ତିଆରି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ବ୍ରିଜ୍...

କନଷ୍ଟେବଳଙ୍କୁ ଭ୍ୟାନ୍ ଚଢ଼ାଇ ହତ୍ୟା ଉଦ୍ୟମ: ଗାଡ଼ି ମାଲିକ ଗିରଫ
ପଦ୍ମପୁର, ୨।୮(ଡି.ଏନ୍.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁବାର...