ଗ୍ୟାସରୁ ନିଆଁ ଲାଗି ମହିଳାଙ୍କ ସମେତ ୬ ବଖରା ଜଳିଗଲା

ଚାନ୍ଦବାଲି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗ୍ରାମରେ ଏକ ରନ୍ଧନ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ପଡ଼ୋଶୀଙ୍କ ଘର ସମେତ ୬ ବଖରା ଜଳିଯାଇଛି। ଖବର ପାଇ ଚାନ୍ଦବାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହିତ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ବାଂଶଡ଼ା ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ସୋମବାର ସକାଳେ ଚଡ଼ଦିଆର ତୁଷାରକାନ୍ତ ମହାଳିକଙ୍କ ସ୍ତ୍ରୀ ପୂର୍ଣ୍ଣିମା ଗ୍ୟାସରେ ରୋଷେଇ କରିବାକୁ ଲାଇଟର ଲଗାଇବା ମାତ୍ରେ ଗ୍ୟାସ୍‌ ଲିକ୍‌ ଯୋଗୁ ହଠାତ୍‌ ତାଙ୍କ ଚାଳଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଅଧିକ ଯୋଗୁ ପୂର୍ଣ୍ଣିମା ଘରୁ ବାହାରି ନ ପାରି ଜଳିଯାଇଥିଲେ। ଏହି ନିଆଁ ପଡ଼ୋଶୀ ଦୁର୍ଯ୍ୟୋଧନ ମହାଳିକ, ସୁରେନ୍ଦ୍ର ମହାଳିକ ଓ ଶରତ ମହାଳିକଙ୍କର ଘରକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାତ୍ର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୬ ବଖରା ପୋଡ଼ି ପାଉଁଶ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ପୂର୍ବ ଅବସ୍ଥାକୁ ଫେରିଲା ରାସ୍ତା

ସୁନାବେଡ଼ା/ ସେମିଳିଗୁଡ଼ା, ୧୫।୫ (ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୬ ନଂ. ଜାତୀୟ ରାଜପଥଠାରୁ ଗୋପାଳପୁଟ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା କଂକ୍ରିଟ୍‌ ରାସ୍ତା...

ବିବାହ, ଶୁଦ୍ଧିକ୍ରିୟା ପାଇଁ ୨୦୦ ଲୋକଙ୍କୁ ଅନୁମତି

କଟକ ଅଫିସ,୮।୧୦: ଆସୁଛି ଶୀତଋତୁ। ଏହି ସମୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଗୁରୁବାର ନୂତନ ଗାଇଡଲାଇନ ଜାରି...

ନାଲ୍‌କୋ ଅଞ୍ଚଳରେ ବଢ଼ୁଛି ପ୍ରଦୂଷଣ: ଧୂଳି ଧୂଆଁରେ ଲୋକେ ଅତିଷ୍ଠ

ବଅଁରପାଳ, ୫।୬ (ଡି.ଏନ୍‌.ଏ.)- ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ...

କଣ୍ଟିଲୋରେ ଝୁଲଣ ଯାତ୍ରା ଆରମ୍ଭ : ସଂକୀର୍ତ୍ତନ କରି ଠାକୁରଙ୍କୁ ଝୁଲାଇଲେ ଭକ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.) : ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ଜୀଉ ପୀଠ, ରାଧାମୋହନ ଜୀଉ ମଠ, ଠାକୁର ଅଭିରାମ ପରମହଂସ ଦେବଙ୍କ...

‘ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଛନ୍ତି ଲକ୍ଷ୍ମଣ ନାୟକ’

ରାୟଗଡ ଅଫିସ/ନବରଙ୍ଗପୁର (ବି.ପ୍ର.), ୩୦।୩ – ରାୟଗଡ଼ା ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସଯରର ମାନ୍ୟଗଣ୍ୟ...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ

ଧାମନଗର(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ...

ଅନୁଗୋଳରେ ପୁଣି ୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା

ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି...

ଆଖି ବୁଜିଲେ ବଳାତ୍କାର ଶିକାର ନାବାଳିକା

ବାରିପଦା ଅଫିସ, ୩ା୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ବଳାତ୍କାର ପୀଡିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋମବାର...

Advertisement
Archives

Model This Week