ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ବିନିକା,୧୩ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି ଗ୍ରାମରେ ୭ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରୁଥିବା ବେଳେ ରହିଛି ୪ଟି ନଳକୂପ। ସ୍କୁଲ ଛକରେ ଥିବା ନଳକୂପ ସଚଳ ଥିବାବେଳେ ଅନ୍ୟ ୩ଟି ଦୀର୍ଘମାସ ହେଲା ଅଚଳ ହୋଇପଡିଛି ା ଏହି ପରିସ୍ଥିତିରେ ଗଁାଲୋକେ ପାନୀୟ ଜଳପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ମାସ ତଳେ ଦେଢଲକ୍ଷ ଟଙ୍କା ବ୍ୟୟରେ ଗାଁରେ ଏକ ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମିତ ହୋଇଥିଲ। ହେଲେ ସେଥିରୁ ପାଣି ବାହାରୁ ନାହିଁ। ଅନ୍ୟନୋପାୟ ହୋଇ ଗ୍ରାମର ମହିଳାମାନେ ଗାଁ ସ୍କୁଲ ଛକ ନଳକୂପ ଓ ୨କିମି ଦୂର ସୋନପୁର-ବିନିକା ମୁଖ୍ୟରାସ୍ତାରେ ଥିବା ନଳକୂପର ଜଳ ସଂଗ୍ରହ କରୁଛନ୍ତି। ସେଠାରେ ପାଣି ପାଇଁ ଲମ୍ବାଧାଡି ଲାଗୁଛି। ବହୁ ସମୟରେ ଜଳ ସଂଗ୍ରହ କରିବା ବେଳେ ଗଣ୍ଡଗୋଳ ବି ହେଉଛି। ପାନୀୟ ଜଳ ସମସ୍ୟା ଓ ଅଚଳ ନଳକୂପ ମରାମତି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ସଦ୍ଧା ସମସ୍ୟାର ସମାଧାନ ହୋଇ ପାରିନାହିଁ ା ଏ ନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜନ ପୁଟେଲଙ୍କୁ ପଚାରିବାରୁ ସଂସାମୁରାରେ ଜଳକଷ୍ଟ ନେଇ ଆମେ କୌଣସି ଅଭିଯୋଗ ଏ ଯାଏ ପାଇନାହୁଁ। ତେବେ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ା ଅବିଳମ୍ବେ ଏହିସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମପନ୍ଥା ଗ୍ରହଣ କରାଯିବ ବୋଲି ସଂସାମୁରା ଗ୍ରାମର ସୀତା ମହାପାତ୍ର, ସାବିତ୍ରୀରାଣୀ ପାଣ୍ଡେ, ହେମବତୀ ରଣା, ଭୂମିସୂତା ରଣା, ଗୋଲାପୀ ରଣା, ବୈଦେହୀ ସାଥୁଆ, ଜୟ ରାମ ଖମାରୀ, ଧନୁ ରଣା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ ଲାଗି କଳିଙ୍ଗ ଷ୍ଟାଡିୟମରେ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨।୬(ବ୍ୟୁରୋ): ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି। ତେବେ କଳ୍ପନାଙ୍କ ଶେଷ ଦର୍ଶନ...

ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ...

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ...

ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ

ବରଗଡ଼ ଅଫିସ୍‌,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍‌ ଡାଉନ୍‌ ନୁହେଁ, ସଟ୍‌ ଡାଉନ କଟକଣା...

ଅର୍ଥାଭାବରୁ ହୋଇପାରୁନାହିଁ ପିଣ୍ଟୁ ନନ୍ଦଙ୍କ ଅପରେଶନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ।...

ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ...

ଆଜିଠୁ ରାଜ୍ୟରେ ଲକ୍‌ଡାଉନ: ସାଧାରଣ ଯାତାୟାତ ଉପରେ କଟକଣା

ଭୁବନେଶ୍ୱର,୫/୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ମାଡ଼ି ଚାଲିଛି। କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୮ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି...

ଝିଆରୀଙ୍କ ପାଇଁ ନବଙ୍କ ପାଖକୁ ଯାଉଥିଲେ ଗୋପାଳ: ନରସିଂହ ମିଶ୍ର

ଭୁବନେଶ୍ୱର,୭।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।...

Advertisement
Archives

Model This Week