ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୧୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ କୋମଣ୍ଡ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଯିବାର ୪/୫ ଦିନ ପରେ କୋମଣ୍ଡ ମଶାଣି ସାହିର ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏସବୁ ଦୃଷ୍ଟିରୁ ସରପଞ୍ଚ ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସୋମବାର ପର୍ଯ୍ୟନ୍ତ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଥିବା ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ସମୟରେ କେବଳ ଜରୁରିକାଳୀନ ସେବା ଖୋଲା ରହିବ ବୋଲି ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ...

ଯାତ୍ରା ଦେଖି ଫେରୁଥିବାବେଳେ ଜୀବନ ଗଲା

ଫୁଲବାଣୀ ଅଫିସ, ଫିରିଙ୍ଗିଆ,୮ା୬- ଫିରିଙ୍ଗିଆରେ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପଦିଙ୍ଗିଆ ପଞ୍ଚାୟତର ପ୍ରସନ୍ନ କହଁର।...

କଣ୍ଟେନମେଣ୍ଟ ଜୋନ୍‌ରେ ମାସ୍କ ବଣ୍ଟନ ସହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଯାନ ବ୍ୟବସ୍ଥା

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ ବିଧାୟକ ପ୍ରଫୁଲ...

ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ: ମାରଣାସ୍ତ୍ର ଜବତ, ୨ ଗିରଫ

ବସ୍ତା, ୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍‌ ନିକଟ ଏକ ବ୍ରିଜ୍‌ଠାରେ ମଙ୍ଗଳବାର ରାତିରେ ପୋଲିସ ଚଢ଼ାଉ...

ଲକ୍‌ଡାଉନ୍‌: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ

ଦେବଗଡ଼,୨୮।୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ...

ଭୋଟ ବର୍ଜନ କଲେ ନନ୍ଦପୁର ବ୍ଲକ ଯୋଗିପୁଟ ଗ୍ରାମବାସୀ

କୋରାପୁଟ,୨୧।୨(ସ୍ବ.ପ୍ର.) ନନ୍ଦପୁର ବ୍ଲକର ଯୋଗିପୁଟ ଗ୍ରାମବାସୀ ରବିବାର ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ମତଦାନକୁ ବର୍ଜନ କରିଛନ୍ତି। ଗ୍ରାମକୁ ରାସ୍ତା,ପାନୀୟଜଳ ଓ ନେଟ୍‌ଓ୍ବର୍କ ବ୍ୟବସ୍ଥା ନାହିଁ...

କଂସାରୀ ସମାଜର ରାଜ୍ୟସ୍ତରୀୟ ଅଧିବେଶନ ପ୍ରସ୍ତୁତିସଂଘବଦ୍ଧ: ପ୍ରଚେଷ୍ଟା ଶିଳ୍ପ ତଥା କାରିଗର ଉନ୍ନତିରେ ସହାୟକ ହେବ

ଖଣ୍ଡପଡା,୨୧ା୫(ସ୍ବ.ପ୍ର.): ନିଖିଳ ଉକତ୍ଳ କଂସାରୀ ସମାଜର ୪୭ତମ ରାଜ୍ୟସ୍ତରୀୟ ବାର୍ଷିକ ଅଧିବେଶନ ଆସନ୍ତା ଜୁନ୍‌ ୮ ଓ ୯ତାରିଖ ଦୁଇଦିନ ଧରି କଣ୍ଟିଲୋଠାରେ ଅନୁଷ୍ଠିତ ହେବ।...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ...

Advertisement
Archives

Model This Week