Posted inଭଦ୍ରକ

ଗୋପାଳନକୁ ଜୀବିକା କରିଛନ୍ତି ଇଞ୍ଜିନିୟର

ଭଦ୍ରକ ଅଫିସ,୧୫।୩-ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ କୃଷି ଉପରେ ଦାଉ ସାଧୁଛି। ଏଣୁ ଚାଷୀମାନେ କୃଷି ପ୍ରତି ଆଗ୍ରହ ହରାଇ ବସୁଛନ୍ତି। ଯୁବପିଢ଼ି ମଧ୍ୟ କୃଷି କାର୍ଯ୍ୟଠାରୁ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ଉପାଧ୍ୟାୟ(୨୫) ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ଆନୁସଙ୍ଗିକ କୃଷି କାର୍ଯ୍ୟକୁ ଆଦରି ଭିନ୍ନ ନଜିର ସୃଷ୍ଟି କରିଛନ୍ତି। ନିଜ ପ୍ରଚେଷ୍ଟାରେ ସେ ଆରମ୍ଭ କରିଥିବା ଏକ ଡାଏରୀ ଫାର୍ମରେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖି ମାସକୁ ଖର୍ଚ୍ଚ ବାଦ୍‌ ୨୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ନିରଞ୍ଜନ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୩ ପରିବାରର ୫ଜଣଙ୍କୁ ଡାଏରୀ ଫାର୍ମ ଦେଖାଶୁଣା ପାଇଁ ନିଯୁକ୍ତି ଦେଇଛନ୍ତି। ନିରଞ୍ଜନ କହିଛନ୍ତି, କୃଷି ଆମ ଦେଶରେ ଅର୍ଥନୀତିର ମେରୁଦଣ୍ଡ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ନେଇ କାର୍ଯ୍ୟ କଲେ କୃଷିର ଉନ୍ନତି ସମ୍ଭବ ହେବ। ଯୁବପିଢ଼ି ଆଧୁନିକ ଜ୍ଞାନକୌଶଳ ଏବଂ ସରକାରୀ ଯୋଜନାର ସୁଯୋଗ ନେଇ କୃଷି ଓ ଆନୁସଙ୍ଗିକ କୃଷିକାର୍ଯ୍ୟ ପ୍ରତି ଆଗଭର ହେବା ଦରକାର।
ନିରଞ୍ଜନଙ୍କ ଘର ଭଦ୍ରକ ଜିଲା ସଦର ବ୍ଲକ ଆମ୍ବରୋଳି ପଞ୍ଚାୟତ ଅଧୀନ ତଳାଙ୍ଗ ଗଁାରେ। ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୨ରେ ମେକାନିକାଲରେ ଡିପ୍ଲୋମା ପାସ୍‌ କରିଥିଲେ। ମା’ ବାପାଙ୍କ ସ୍ବପ୍ନ ଥିଲା ପୁଅ ଇଞ୍ଜିନିୟର ହେବ। ସୁଖର ଘରସଂସାର କରିବ। ହେଲେ ପିଲାଦିନୁ ଗୋମାତାଙ୍କ ପ୍ରତି ମନରେ ଥିବା ମମତା ତାଙ୍କୁ ଗୋପାଳନ ଭଳି କାର୍ଯ୍ୟ କରିବାକୁ ଟାଣି ଆଣିଥିଲା। ଇଞ୍ଜିନିୟରିଂ ପାସ୍‌ ପରେ କୌଣସି ସରକାରୀ ଚାକିରି ପ୍ରତି ମନ ନ ବଳାଇ ସେ ଡାଏରୀ ଫାର୍ମ କରି ଗୋପାଳନ କରିବାକୁ ସ୍ଥିର କରିଥିଲେ। ପ୍ରାଥମିକ ଅବସ୍ଥାରେ ଏହି କାର୍ଯ୍ୟ ଜଟିଳ ମନେ ହୋଇଥିଲେ ବି ସେ ସାହସ ହରାଇ ନ ଥିଲେ। ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଡାଏରୀ ଫାର୍ମ ଚଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଚେଷ୍ଟା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଜଣେ ସଫଳ ଗୋପାଳକ ଭାବେ ପରିଚୟ ଲାଭ କରି ସେ ଜିଲାର ଅନ୍ୟ ଉଚ୍ଚଶିକ୍ଷିତ ବେକାରମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିରଞ୍ଜନ କହିଛନ୍ତି, ପ୍ରଥମେ ଦୁଇଟି ଗାଈରୁ ସେ ଆରମ୍ଭ କରିଥିଲେ ଗୋପାଳନ। ଏବେ ସେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖିଛନ୍ତି। ତାଙ୍କ ବାପା ଅଭିମନ୍ୟୁ ଉପାଧ୍ୟାୟ ଜଣେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ। ମା’ ରତ୍ନମଣି ଗୃହିଣୀ। ପୁଅର ଏହି ସଫଳତାରେ ମା’ବାପା ଖୁସି ଅଛନ୍ତି। ଭଦ୍ରକ ବ୍ଲକର ପ୍ରାଣୀ ଚିକିତ୍ସକ ଓ ରାଣୀତାଲ କୃଷି ବିଜ୍ଞାନକେନ୍ଦ୍ରର ବିଶେଷଜ୍ଞମାନେ ନିରଞ୍ଜନଙ୍କ ଗୋପାଳନ କେନ୍ଦ୍ର ପ୍ରତି ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନେ ନିରଞ୍ଜନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଗାଈମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଯୋଗାଡ଼ କରିବା ଲାଗି ସେ ଉନ୍ନତ କିସମର ହାତୀଆ ଘାସ ଚାଷ, ଫିଡର ଚାଷ, ପାରା ଗ୍ରାସ, ଗ୍ରୀନ ଗ୍ରାସ ଚାଷ କରୁଛନ୍ତି। ଗାଈଙ୍କଠାରୁ କ୍ଷୀର ସଂଗ୍ରହ କରିବା ବ୍ୟତୀତ ସେମାନଙ୍କ ଗୋବରକୁ ରଖି ମାଛ ଚାଷ କରୁଥିବା ଚାଷୀଙ୍କୁ ବିକୁଛନ୍ତି। ଏଥିସହ ଆଗକୁ ଏକ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଛନ୍ତି। ବଳକା କ୍ଷୀରକୁ ସାଇତି ରଖି ସେଥିରୁ ଘିଅ ଓ ଛେନା ତିଆରି କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଏହି ଫାର୍ମରୁ ସେ ଦିନକୁ ପ୍ରାୟ ୭୦ଲିଟର କ୍ଷୀର ବିକ୍ରି କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ...

ରେଳଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ତିହିଡି,୧୦।୯(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମରା ରେଳପଥର ଅଚକ ନିକଟରୁ ମଙ୍ଗଳବାର ସକାଳେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଦୁଃଶାସନ ମଲିକ(୬୫)। ତାଙ୍କ...

ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ...

ଜାତୀୟ ରାଜପଥରେ ଜଳିଗଲା କାର୍‌

ଭଣ୍ଡାରିପୋଖରୀ, ୧୩ା୯(ଡି.ଏନ.ଏ.)- ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପୁରିପଡ଼ା ସ୍କୁଲଠାରୁ ଅନତି ଦୂରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ...

୫ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରୁ ସ୍ବାବ୍‌ ସଂଗ୍ରହ

ଭଣ୍ଡାରିପୋଖରୀ, ୮ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଶୁକ୍ରବାର ରହଣିଆ ହାଇସ୍କୁଲଠାରେ ହୋଇଥିବା ସାମୂହିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ...

୨ଗାଈ,୪ଛେଳି ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଗୋବିନ୍ଦପୁର ଗ୍ରାମପଞ୍ଚାୟତ କଷିମଳାଗୋଠ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁର ନରି ଜେନାଙ୍କ ଗୁହାଳ...

ଭଦ୍ରକରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭଦ୍ରକ ଅଫିସ,୧।୫ – ଭଦ୍ରକ ଜିଲାରେ କେନ୍ଦ୍ରର ୩ ଜଣିଆ ରାପିଡ୍‌ ରେସ୍‌ପନ୍ସ ଟିମ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏହି ଟିମ ପ୍ରଥମେ ଭଦ୍ରକ...

ଜିତିଲେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରଫୁଲ୍ଲ

ଭଦ୍ରକ ଅଫିସ/ ବନ୍ତ,୧୪ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ୧୫ ନଂ. ଜୋନ୍‌ର ଜିଲା ପରିଷଦ ସଭ୍ୟ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଜେନା...

Advertisement
Archives

Model This Week