Posted inଭଦ୍ରକ

ଗୋପାଳନକୁ ଜୀବିକା କରିଛନ୍ତି ଇଞ୍ଜିନିୟର

ଭଦ୍ରକ ଅଫିସ,୧୫।୩-ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ କୃଷି ଉପରେ ଦାଉ ସାଧୁଛି। ଏଣୁ ଚାଷୀମାନେ କୃଷି ପ୍ରତି ଆଗ୍ରହ ହରାଇ ବସୁଛନ୍ତି। ଯୁବପିଢ଼ି ମଧ୍ୟ କୃଷି କାର୍ଯ୍ୟଠାରୁ ଦୂରେଇ ଯାଉଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଛାତ୍ର ନିରଞ୍ଜନ ଉପାଧ୍ୟାୟ(୨୫) ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ଆନୁସଙ୍ଗିକ କୃଷି କାର୍ଯ୍ୟକୁ ଆଦରି ଭିନ୍ନ ନଜିର ସୃଷ୍ଟି କରିଛନ୍ତି। ନିଜ ପ୍ରଚେଷ୍ଟାରେ ସେ ଆରମ୍ଭ କରିଥିବା ଏକ ଡାଏରୀ ଫାର୍ମରେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖି ମାସକୁ ଖର୍ଚ୍ଚ ବାଦ୍‌ ୨୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ନିରଞ୍ଜନ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୩ ପରିବାରର ୫ଜଣଙ୍କୁ ଡାଏରୀ ଫାର୍ମ ଦେଖାଶୁଣା ପାଇଁ ନିଯୁକ୍ତି ଦେଇଛନ୍ତି। ନିରଞ୍ଜନ କହିଛନ୍ତି, କୃଷି ଆମ ଦେଶରେ ଅର୍ଥନୀତିର ମେରୁଦଣ୍ଡ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ନେଇ କାର୍ଯ୍ୟ କଲେ କୃଷିର ଉନ୍ନତି ସମ୍ଭବ ହେବ। ଯୁବପିଢ଼ି ଆଧୁନିକ ଜ୍ଞାନକୌଶଳ ଏବଂ ସରକାରୀ ଯୋଜନାର ସୁଯୋଗ ନେଇ କୃଷି ଓ ଆନୁସଙ୍ଗିକ କୃଷିକାର୍ଯ୍ୟ ପ୍ରତି ଆଗଭର ହେବା ଦରକାର।
ନିରଞ୍ଜନଙ୍କ ଘର ଭଦ୍ରକ ଜିଲା ସଦର ବ୍ଲକ ଆମ୍ବରୋଳି ପଞ୍ଚାୟତ ଅଧୀନ ତଳାଙ୍ଗ ଗଁାରେ। ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୨ରେ ମେକାନିକାଲରେ ଡିପ୍ଲୋମା ପାସ୍‌ କରିଥିଲେ। ମା’ ବାପାଙ୍କ ସ୍ବପ୍ନ ଥିଲା ପୁଅ ଇଞ୍ଜିନିୟର ହେବ। ସୁଖର ଘରସଂସାର କରିବ। ହେଲେ ପିଲାଦିନୁ ଗୋମାତାଙ୍କ ପ୍ରତି ମନରେ ଥିବା ମମତା ତାଙ୍କୁ ଗୋପାଳନ ଭଳି କାର୍ଯ୍ୟ କରିବାକୁ ଟାଣି ଆଣିଥିଲା। ଇଞ୍ଜିନିୟରିଂ ପାସ୍‌ ପରେ କୌଣସି ସରକାରୀ ଚାକିରି ପ୍ରତି ମନ ନ ବଳାଇ ସେ ଡାଏରୀ ଫାର୍ମ କରି ଗୋପାଳନ କରିବାକୁ ସ୍ଥିର କରିଥିଲେ। ପ୍ରାଥମିକ ଅବସ୍ଥାରେ ଏହି କାର୍ଯ୍ୟ ଜଟିଳ ମନେ ହୋଇଥିଲେ ବି ସେ ସାହସ ହରାଇ ନ ଥିଲେ। ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଡାଏରୀ ଫାର୍ମ ଚଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଚେଷ୍ଟା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଜଣେ ସଫଳ ଗୋପାଳକ ଭାବେ ପରିଚୟ ଲାଭ କରି ସେ ଜିଲାର ଅନ୍ୟ ଉଚ୍ଚଶିକ୍ଷିତ ବେକାରମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିରଞ୍ଜନ କହିଛନ୍ତି, ପ୍ରଥମେ ଦୁଇଟି ଗାଈରୁ ସେ ଆରମ୍ଭ କରିଥିଲେ ଗୋପାଳନ। ଏବେ ସେ ୧୫ରୁ ଊର୍ଦ୍ଧ୍ୱ ଗାଈ ରଖିଛନ୍ତି। ତାଙ୍କ ବାପା ଅଭିମନ୍ୟୁ ଉପାଧ୍ୟାୟ ଜଣେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ। ମା’ ରତ୍ନମଣି ଗୃହିଣୀ। ପୁଅର ଏହି ସଫଳତାରେ ମା’ବାପା ଖୁସି ଅଛନ୍ତି। ଭଦ୍ରକ ବ୍ଲକର ପ୍ରାଣୀ ଚିକିତ୍ସକ ଓ ରାଣୀତାଲ କୃଷି ବିଜ୍ଞାନକେନ୍ଦ୍ରର ବିଶେଷଜ୍ଞମାନେ ନିରଞ୍ଜନଙ୍କ ଗୋପାଳନ କେନ୍ଦ୍ର ପ୍ରତି ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନେ ନିରଞ୍ଜନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଗାଈମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଯୋଗାଡ଼ କରିବା ଲାଗି ସେ ଉନ୍ନତ କିସମର ହାତୀଆ ଘାସ ଚାଷ, ଫିଡର ଚାଷ, ପାରା ଗ୍ରାସ, ଗ୍ରୀନ ଗ୍ରାସ ଚାଷ କରୁଛନ୍ତି। ଗାଈଙ୍କଠାରୁ କ୍ଷୀର ସଂଗ୍ରହ କରିବା ବ୍ୟତୀତ ସେମାନଙ୍କ ଗୋବରକୁ ରଖି ମାଛ ଚାଷ କରୁଥିବା ଚାଷୀଙ୍କୁ ବିକୁଛନ୍ତି। ଏଥିସହ ଆଗକୁ ଏକ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଛନ୍ତି। ବଳକା କ୍ଷୀରକୁ ସାଇତି ରଖି ସେଥିରୁ ଘିଅ ଓ ଛେନା ତିଆରି କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଏହି ଫାର୍ମରୁ ସେ ଦିନକୁ ପ୍ରାୟ ୭୦ଲିଟର କ୍ଷୀର ବିକ୍ରି କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri