ଗୋଦାମ ଅଭାବ, ଲକ୍ଷ୍ୟଧାର୍ଯ୍ୟ କମିଲା: ୧୦ ହଜାର କମ୍‌ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କିଣାଯିବ

ନବରଙ୍ଗପୁର,୨୫।୪(ବି.ପ୍ର.)-କେନ୍ଦୁପତ୍ର ଗୋଦାମ ଓ ରପ୍ତାନୀର ଅଭାବ ଲାଗି ନବରଙ୍ଗପୁର ଜିଲାରେ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଚଳିତ ବର୍ଷ କମାଯାଇଛି।  ଜିଲାରେ ଗତ ବର୍ଷ ଠାରୁ ଚଳିତ ବର୍ଷ ୧୦ ହଜାର କମ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ତୋଲାଯିବ ବୋଲି ଜଣାପଡିଛି। ୨୦୧୭-୧୮ ମସିହାରେ ୫୦ ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ୪୦ ପ୍ରତିଶତ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ଗଚ୍ଛିତ ରହିଛି। ଏହାକୁ ଦୃଷ୍ଟିରେ ରଖି  ଚଳିତ ବର୍ଷ ୪୦ ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଗତ ବର୍ଷର ବଳକା  ଷ୍ଟାଣ୍ଡାର୍ଡ ବ୍ୟାଗ ପତ୍ର ଏଯାଏ ବିକ୍ରି ନହୋଇ ଗୋଦାମରେ ରହିଛି। କେନ୍ଦୁପତ୍ର ରଖିବା ପାଇଁ  ସ୍ଥାନର ଅଭାବ ଲାଗି ଚଳିତ ବର୍ଷ ସଂଗ୍ରହ ଧାର୍ଯ୍ୟ କମାଯାଇଛି। ଜିଲାରେ ୧୩ଟି କେନ୍ଦୁପତ୍ର ଗୋଦାମ ରହିଛି। ଯାହାକି ଯଥେଷ୍ଟ ନୁହେଁ ବୋଲି କାର୍ଯ୍ୟାଳୟ ସତ୍ରରୁ ଜଣାପଡିଛି। ଜିଲାରେ ୩୯୩ ଫଡିକେନ୍ଦ୍ର ରହିଛି। ୭୩ ହଜାର  ମହିଳା ଶ୍ରମିକ କେନ୍ଦୁପତ୍ର ତୋଳିବା ପାଇଁ ଏଯାଏ ନାମ ପଞ୍ଜିକରଣ କରିଛନ୍ତି। ଜିଲାର ୧୦ଟି ବ୍ଲକରେ ଚଳିତ ମାସ ୧୬ ତାରିଖରୁ କେନ୍ଦୁପତ୍ର ତୋଳିବା ଆରମ୍ଭ ହୋଇଛି। ଚଳିତ ବର୍ଷ କେନ୍ଦୁପତ୍ର ବିଡା ୨ ଟଙ୍କା ରହିଛି। ଶ୍ରମିକମାନେ ଯେଉଁ ଦିପଇସା ଅଧିକ ରୋଜଗାର କରିବାକୁ ଆଶା ବାନ୍ଧିଥିଲେ ଲକ୍ଷ୍ୟ ଧାର୍ଯ୍ୟ କମିବାରୁ ସେମାନଙ୍କ ରୋଜଗାର କମିବ ବୋଲି କହୁଛନ୍ତି। ଅନ୍ୟ ପକ୍ଷେ ମେଘୁଆ ଓ ଅଦିନିଆ ବର୍ଷା ଲାଗି ଫଡି ଗୁଡିକ ଓଦାଳିଆ ରହୁଛି। ଏନେଇ ପତ୍ର ଶୁଖିବାରେ ସମସ୍ୟା ମଧ୍ୟ ଦେଖା ଦେଉଛି। ଏଭଳି ସ୍ଥିତିରେ କେନ୍ଦ୍ର ପତ୍ର ତୋଳାଳିଙ୍କ ରୋଜଗାର କମିବାରେ ଲାଗୁଛି। ତୋଳାଳିମାନେ କେତେ ଫଡି ପତ୍ର ସଂଗ୍ରହ କଲେ ମୁନୁସି ତାହାର ହିସାବ ଦେବା ପରେ ତୋଳାଳିଙ୍କ ବ୍ୟାଙ୍କ ଆକାଉଁଣ୍ଟକୁ ଟଙ୍କା ସିଧାସଳଖ ପଠାଯିବାକୁ ନିୟମ ରହିଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ...

ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା।...

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍‌କା, ହାଇକୋର୍ଟ ଦେଲେ ବଡ଼ ରାୟ…

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ...

ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ: କଲେଜରେ ଉତ୍ତେଜନା

ରାୟଗଡ଼ା,୩୧।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରସ୍ଥିତ ଉକତ୍ଳ ଗୌରବ ମଧୁସୂଦନ ବୈଷୟିକ (ୟୁଜିଏମଆଇଟି) କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶୁକ୍ରବାର କଲେଜ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ

ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ...

ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ...

ସରିଲା ମତଦାନ, ଗଣତି ସ୍ଥଗିତ

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ...

ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍‌ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri