ଗୋଡ଼ରେ ଅମିତାଭଙ୍କ ପେଣ୍ଟିଂ କଲେ ଦିବ୍ୟାଙ୍ଗ: ଇମୋଶନାଲ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ଶେହନେସା ଅମିତାଭ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଅନେକ ସମୟରେ ଏଥିପାଇଁ ଆସି ଥାଆନ୍ତି ଚର୍ଚ୍ଚାକୁ। ଏଥର ଏକ ପେଣ୍ଟିଂକୁ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପେଣ୍ଟିଂକୁ ତାଙ୍କର ଜଣେ ବିଦ୍ୟାଙ୍ଗ ପ୍ରଶଂସକ ଗୋଡ଼ରେ ଆଙ୍କିଥିବା ଜଣାପଡିଛି। ଆଉ ଏହାକୁ ଦେଖିବା ପରେ ବିଗ୍‌ ବି ଇମୋଶନାଲ ହୋଇ ପଡିଛନ୍ତି। ଏହାସହ ସେ ଉକ୍ତ ପେଣ୍ଟିଂ ଓ ପେଣ୍ଟିଂ କରିଥିବା ଦିବ୍ୟାଙ୍କ ପ୍ରଶଂସକଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ପେଣ୍ଟିଂ ଦେଖିବା ପରେ ଅମିତାଭ ତାଙ୍କ ଦିବ୍ୟାଙ୍ଗ ପ୍ରଶଂସକଙ୍କର ଖୁବ୍‌ ପ୍ରଶଂସା ବି କରିଛନ୍ତି। ଉକ୍ତ ପେଣ୍ଟିଂରେ ଅମିତାଭ ଫିଲ୍ମ ‘ଗୁଲାବୋ ସିତାବୋ’ର ‘ମିର୍ଜା’ରୂପରେ ଦେଖାଯାଇଛନ୍ତି। ଏହି ଫଟୋଟି ଶେୟାର କରିବା ସହ ଅମିତାଭ ଲେଖିଛନ୍ତି, ଏ ହେଉଛନ୍ତି ଆୟୁଷ, ଦିବ୍ୟାଙ୍ଗ। ହାତ କାର୍ଯ୍ୟକ୍ଷମ ନ ଥିବାରୁ ସେ ଗୋଡ଼ରେ ଏହି ପେଣ୍ଟିଂଟି ପ୍ରସ୍ତୁତ କରିଛନ୍ତି। ତାଙ୍କର ଏହି ପ୍ରତିଭା ଦେଖିବା ପରେ ମୁଁ ତାଙ୍କୁ ଆଶୀର୍ବାଦ କରୁଛି। ତାସହ ସୁନ୍ଦର ପେଣ୍ଟିଂ ପାଇଁ ଧନ୍ୟବାଦ ମଧ୍ୟ ଦେଉଛି। ସୂଚନାଯୋଗ୍ୟ, ଆୟୁଷ ଗତ ଫେବୃୟାରୀରେ ଅମିତାଭଙ୍କୁ ସାକ୍ଷାତ୍‌ କରିବା ସହ ଏହି ପେଣ୍ଟିଂଟି ଉପହାର ଭାବେ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ...

ବିଶ୍ୱନାଥ ମନ୍ଦିର ଦର୍ଶନ କରି ବିବାଦରେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିବା ନଜର ଆସିଛନ୍ତି। ଏହାକୁ ନେଇ ଏବେ ବିବାଦ ସୃଷ୍ଟି...

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ...

ଅଭିନେତା ପାର୍ଥ ସମ୍‌ଥାନଙ୍କୁ କରୋନା

ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍‌ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ...

ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର...

ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ...

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌!

ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍‌ ଏହି ସମୟରେ ରିୟାଙ୍କ...

Coronavirus Update

Archives

Model This Week

Why Dharitri