ଗୋଟିଏ ଦିନରେ ପ୍ରକାଶ ପାଇପାରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୨।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ୩ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ଚଳିତବର୍ଷ ସବୁ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇପାରେ। ଏନେଇ ପରିଷଦ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ପ୍ରାୟତଃ ବିଜ୍ଞାନ ପରୀକ୍ଷା ଫଳ ପ୍ରଥମେ ପ୍ରକାଶ ପାଇଥାଏ ଓ ଏହାପରେ ଅନ୍ୟ ବିଭାଗର ଫଳ ବାହାରିଥାଏ। କିନ୍ତୁ ଏଥର ଏକସଙ୍ଗେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ହେଉଛି ବୋଲି ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେପଟେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରୀଛାତ୍ରମାନେ ସ୍ବାଗତ କରିଛନ୍ତି। ଅଲଗା ଦିନରେ ପରୀକ୍ଷା ଫଳ ପ୍ରକାଶ ପାଉଥିବାରୁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପଞ୍ଜୀକରଣବେଳେ ଅସୁବିଧା ହୋଇଥାଏ। ତେଣୁ ତାହା ଆଉ ହେବନି ବୋଲି ଛାତ୍ରୀଛାତ୍ରମାନେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟରେ ମୋଟ ୩ଲକ୍ଷ ୫୦ ହଜାର ୮ଶହ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। କଳାରେ ୨ଲକ୍ଷ ୨୦ହଜାର ୪୩୭ ପରୀକ୍ଷାର୍ଥି ଥିବାବେଳେ ବିଜ୍ଞାନରେ ୯୭ ହଜାର ୫୪୬, ବାଣିଜ୍ୟରେ ୨୫ହଜାର ୭୮୫ ଓ ଧନ୍ଦାମୂଳକରେ ୭ ହଜାର ୩୨ ଜଣ ପରିକ୍ଷାର୍ଥୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପବାଚସ୍ପତିଙ୍କୁ କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ...

ବନ୍ୟପ୍ରାଣୀ, ବନ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଓ କରୋନା କଟକଣାରୁ ମୁକ୍ତ ରହିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟ। ତେବେ ସଂକ୍ରମଣ ଭୟ ଥିବାରୁ ଚିନ୍ତା ବଢ଼ିଛି।...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

CORONAVIRUS UPDATE: ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍‌, ୧୮୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରବିବାର ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆକ୍ରାନ୍ତ...

ଗଞ୍ଜାମର ୧୧ଶହ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଶିଲ୍ଡ

ବ୍ରହ୍ମପୁର ଅଫିସ,୧୫ା୧: ବିଗତ ଦିନରେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲାରେ ଶନିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବ। ବ୍ରହ୍ମପୁର ସହର ସମେତ ଜିଲାର ୧୧ଟି...

କଟକଣା କୋହଳ ପରେ ବାପୁଜିନଗରରେ ଖୋଲିଲା ଦୋକାନ, ମାଇକ୍‌ ଯୋଗେ ସଚେତନ କଲା ପୋଲିସ

ଭୁବନେଶ୍ୱର,୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯିବା ପରେ ବାପୁଜିନଗରରେ କିଛି ଦୋକାନ ଖୋଲିଛି। ତେବେ ଏହି ଅଞ୍ଚଳରେ ସତର୍କତା ମୂଳକ...

ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ...

ଡ. ସୁନୀତି ମୁଣ୍ଡ୍‌ ଭାଜପାର ମେୟର ପ୍ରାର୍ଥୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଛି। ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା...

Advertisement
Archives

Model This Week