ଗୋଆ କରୋନା ମୁକ୍ତ ରାଜ୍ୟ ଘୋଷଣାକୁ ନେଇ ଆରମ୍ଭ ହେଲା ରାଜନୀତି

ପଣଜୀ,୨୧।୪: ଗୋଟିଏ ଦିନ ପୂର୍ବରୁ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଗୋଆର କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚୋଡନକର କହିଛନ୍ତି ଗୋଆରେ ସରକାର ଠିକ୍‌ ଭାବେ କରୋନା ଟେଷ୍ଟ ନ କରି ଏହାକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରିଛନ୍ତି। ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ମାତ୍ର ୦.୦୪ ପ୍ରତିଶତ ଲୋକଙ୍କର କରୋନା ଟେଷ୍ଟ କରାଯାଇଥିବା ସେ କହିଛନ୍ତି। ଏଠାରେ ୨୧୫୮ ଜଣ ଆଇସୋଲେଶନରେ ଥିବା ବେଳେ ମାତ୍ର ୮୨୫ ଜଣଙ୍କର କରୋନା ଟେଷ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମାତ୍ର ୩ ଦିନରେ ୫ଲକ୍ଷ ଘରର ସର୍ଭେ କରାଯାଇଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗୋଆକୁ କରୋନା ମୁକ୍ତ ଘୋଷଣା କରିଥିଲେ। ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରି ଟୁଇଟ କରିଥିଲେ। ଯାହା ଲଜ୍ୟାଜନକ ବିଷୟ ବୋଲି କଂଗ୍ରେସ କହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କର ଏମିତି କାର୍ଯ୍ୟ ଗୋଆବାସୀଙ୍କୁ ଅସୁବିଧାରେ ପକାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର...

ବଢୁଛି କରୋନା କାୟା: କଟକରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୮।୭: କଟକ ସହରରେ ଶନିବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୬ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୩ଜଣ,...

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା...

ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର...

ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ...

ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୩: ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ପୁଣିଥରେ ନିଜ ସରକାର ବିରୋଧରେ...

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି...

କରୋନାକୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌: ବାଗ୍‌ଚୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍‌କୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌ କରିବା...

Advertisement

BGU

Archives

Model This Week

Why Dharitri