ଗୃହୀତ ପ୍ରସ୍ତାବ ପୂରଣ କରିନାହାନ୍ତି ସରକାର

ବ୍ରହ୍ମପୁର ଅଫିସ,୧୭ା୬-ବୃହତ୍ତମ ଜିଲା ଗଞ୍ଜାମରେ ଅନେକ ସମସ୍ୟା ରହିଛି। ସମାଧାନ ହେଉ ନ ଥିବାରୁ ଏହା ବଢ଼ି ଚାଲିଛି। ବିଭିନ୍ନ ସମୟରେ ବିରୋଧୀ ଦଳ ଦାବିକୁ ସରକାର ପୂରଣ କରି ନ ଥିବା ନଜିର ରହିଛି। ତେବେ ଶାସକ ଦଳର ନାଯ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରାଯାଇ ନ ଥିବା ଅଧିକ ଉଦ୍‌ବେଗର କାରଣ ହୋଇଛି।
୨୦୧୮ ଜୁନ ୨୨ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଥିଲା। ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ଗଞ୍ଜାମର ସମୂହ ସ୍ବାର୍ଥ ସମ୍ବଳିତ ଲମ୍ବା ଦାବି ଉପସ୍ଥାପିତ କରାଯାଇଥିଲା। ଅନୁମୋଦନ ସହ କାର୍ଯ୍ୟକାରୀ କରିବାକୁ ତାହା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠା ଯାଇଥିଲା।
ଆସନ୍ତା ୨୨ରେ ବୈଠକକୁ ବର୍ଷେ ପୂରିବାକୁ ଯାଉଛି। ତେବେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବାରୁ ଶାସକ ଦଳର ଦାବି ପ୍ରତି ସରକାର ଉପେକ୍ଷା କରୁଥିବା ସ୍ପଷ୍ଟ ହୋଇଛି।
ଦାବି ଗୁଡ଼ିକ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ବା ଡିମଡି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ଖାଲି ପଡ଼ିଥିବା ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ପଦବୀ ପୂରଣ ଏବଂ ଗଞ୍ଜାମ ଜିଲାରେ ସରକାର ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ଥିଲା। ଜିଲାରେ କ୍ରୀଡ଼ା କମ୍ପ୍ଲେକ୍ସ ପ୍ରତିଷ୍ଠା, ପ୍ରତ୍ୟେକ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସହ ଅଧିକ ନିଯୁକ୍ତି ସୃଷ୍ଟି କରିବା, କୃଷିଜାତ ପଦାର୍ଥର ସଂରକ୍ଷଣ ପାଇଁ ଜିଲାରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ନିର୍ମାଣ, ପଶ୍ଚିମ ଓଡ଼ିଶା ଢ଼ାଞ୍ଚାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ, ରଙ୍ଗେଇଲୁଣ୍ଡାରେ ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ନ ଚେତ ବିମାନ ବନ୍ଦର କରାଯିବା ଆଦି ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା।
କେନ୍ଦ୍ର ଅବହେଳାକୁ ମଧ୍ୟ ପ୍ରସଙ୍ଗ କରାଯାଇଥିଲା। ଏହି ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ।
କୃଷି ବହୁଳ ଏହି ଜିଲାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲାର ଜୀବନରେଖା ଋଷିକୁଲ୍ୟା ନଦୀର ବହୁବିଧ ଉନ୍ନତି ଲାଗି ସ୍ବତନ୍ତ୍ର ପରିଷଦ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହ ବ୍ରିଟିଶ ଅମଳର ରସୁଲକୋଣ୍ଡା ଘାଇ ଓ ବର୍ତ୍ତମାନର ଭଞ୍ଜନଗର ଜଳ ଭଣ୍ଡାର ଉନ୍ନତୀକରଣ, ପ୍ରସ୍ତାବିତ ଘଟକେଶ୍ୱର ସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ କରଣ ଓ ସୋରଡ଼ା ନିକଟରେ ପ୍ରସ୍ତାବିତ ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଶାଳିଆ ଓ ଧନେଇ ପ୍ରକଳ୍ପର ଉନ୍ନତୀକରଣ, କଂସାରିଗଣ୍ଡରେ ବ୍ରିଜ୍‌ ନିର୍ମାଣ, ଭଞ୍ଜନଗର ନିକଟ ଦହ ସେଚ ପ୍ରକଳ୍ପର ସମ୍ପ୍ରସାରଣ, ବାଘଲଟି ଜଳ ସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଦାବି ପ୍ରସ୍ତାବରେ ଦର୍ଶାଯାଇଥିଲା।
ଏଥିପ୍ରତି ମଧ୍ୟ ସରକାର ଅଣଦେଖା କରିଛନ୍ତି।
ବର୍ଷେ ବିତିବାକୁ ଯାଉଥିବା ବେଳେ ନାଯ୍ୟ ଦାବିଗୁଡ଼ିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇନାହାନ୍ତି। ଜିଲା ବିଜେଡି ସଭାପତିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ସାଧାରଣ ସମ୍ପାଦକ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ଦାବି ପୂରଣ ପାଇଁ ସରକାରଙ୍କ ଆନ୍ତରିକତା ରହିଛି। ଗତ ନିର୍ବାଚନରେ ସମସ୍ତେ ବ୍ୟସ୍ତ ରହିବାରୁ ବିଳମ୍ବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦଳର ବିଧାୟକମାନେ ଭେଟି ସମସ୍ୟା ସମାଧାନ ପାଇଁ ଅନୁରୋଧ କରାଯିବ। କେତେକ ପ୍ରସଙ୍ଗ ନେଇ ବିଧାନସଭାରେ ଉପସ୍ଥାପିତ କରାଯିବାର ସେ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...

ଗଞ୍ଜାମର ୨୭୬୩ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ପାଣି

ଛତ୍ରପୁର,୯ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ୨୭୬୩ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ । ଜିଲାରେ ରହିଛି ୫୧୪୧ ଅଙ୍ଗନୱାଡି କେନ୍ଦ୍ର । ଏଥିରୁ ୨୩୭୮ ଅଙ୍ଗନୱାଡି...

ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ...

ବ୍ୟାଙ୍କ ଖାତା ଅପ୍‌ଡେଟ ପାଇଁ ଖରାରେ ଲମ୍ବା ଧାଡ଼ି, ରହୁନି ସାମାଜିକ ଦୂରତ୍ୱ

ଗଞ୍ଜାମ, ୨୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। କମିବାର ନା ଧରୁନି । ବାଧ୍ୟ ହୋଇ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି...

ଜିଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା; ଗୋଡ଼ରେ ଚିତ୍ର ଆଙ୍କି ବିରଞ୍ଚି ପ୍ରଥମ

ବ୍ରହ୍ମପୁର ଅଫିସ୍‌,୭ା୧୧-ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର...

ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ତୁମୁଡିବନ୍ଧ,୨୦ା୭(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାଙ୍ଗାପାରୁ ଏଜୁକେଶନ କମ୍ପ୍ଲେକ୍ସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ...

ଜାଣନ୍ତୁ କାହିଁକି ବଢ଼ୁଛି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସପ୍ତାହକ ମଧ୍ୟରେ ୨୦୩୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ ଜିଲାରେ ଆଜିର ୫୪୦ ପଜିଟିଭ୍‌ ରହିଛନ୍ତି। ଯାହା...

ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା...

Advertisement

BGU

Archives

Model This Week

Why Dharitri