Posted inଜାତୀୟ

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ସେହିପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି। ସ୍ଥାନୀୟ ଜାନକୀପୁରାସ୍ଥିତ ଦୋବଡ଼ିଆ ନାଳ ଅଞ୍ଚଳରେ ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପୋତି ହୋଇରହିଥିବା କେତେକ ଲୋକେ କହିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା। ଲୋକେ ନିଜର ଅନ୍ୟ କାମ ଧନ୍ଧା ଛାଡି ଖାଇବା ପିଇବା ଭୁଲି କମ୍‌ ସମୟରେ ଧନୀ ହେବା ପାଇଁ ଆରମ୍ଭ କରିଥିଲେ ମାଟି ଖୋଳା। ଗାଁ ସାରା ଏଭଳି ମାଟି ଖୋଳା ହୋଇଥିଲା। କେତେକଙ୍କୁ ସ୍ବର୍ଣ୍ଣମୁଦ୍ରା ମିଳିଥିଲା ମଧ୍ୟ। ଖବର ପାଇ ପୋଲିସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ୨ଟି ମୁଦ୍ରାର ଯାଞ୍ଚ୍‌ କରି ଏହା ଗୁପ୍ତଯୁଗର ବୋଲି ପ୍ରକାଶ କରିଥିଲେ। ତେବେ ଏହାର ବର୍ତ୍ତମାନ ଆନୁମାନିକ ମୂଲ୍ୟ କେତେ ହେବ ତାହା ସେମାନେ ଆକଳନ କରିପାରି ନ ଥିଲେ। ତେବେ କେତେକ ପୁରୁଖା ଲୋକଙ୍କ ଅନୁସାରେ ଏଠାରେ ପୂର୍ବରୁ ବନଜାରା ସମ୍ପ୍ରଦାୟ ବାସ କରୁଥିଲେ। ସେମାନେ ଲୁଟପାଟ୍‌ କରି ଅର୍ଜନ କରିଥିବା ଅଳଙ୍କାର ତଥା ସ୍ବର୍ଣ୍ଣମୁଦ୍ରା ଭୟରେ ମାଟିତଳେ ପୋତି ଦେଉଥିଲେ। କାଳକ୍ରମେ ସେମାନେ ଏଠାରୁ ପଳାଇଥିଲେ। ପରେ ଏଠାକାର ମାଟି ଖୋଳିବା ସମୟରେ ଅଳଙ୍କାର ଓ ସ୍ବର୍ଣ୍ଣମୁଦ୍ରା ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri