ଗୁଣିଗାରେଡ଼ି ସନ୍ଦେହରେ ବାପଝିଅଙ୍କୁ ଆକ୍ରମଣ: ଗଛରେ ବାନ୍ଧି ଗୋବରପାଣି ପିଆଇଲେ

ସଜନାଗଡ଼, ୧୫।୬(ଡି.ଏନ.ଏ.)-ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହାକୁ ପାଥେୟ କରି ସମାଜରେ ବିଭିନ୍ନ ଅଭାବନୀୟ ଘଟଣା ଘଟୁଥିବା ନଜରକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧିନ କାହାଳିଆର ପୋଖରୀସାହି ଗ୍ରାମରେ। ଗୁଣିଗାରେଡି ସନ୍ଦେହରେ ନୀରିହ ବାପ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗଛରେ ବାନ୍ଧି ଗୋବରପାଣି ପିଆଇବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଉକ୍ତ ଗ୍ରାମରେ ପର୍ଶୁରାମ ବାରିକ (୮୦) ଏବଂ ତାଙ୍କ ଝିଅ ପୁଷ୍ପାଞ୍ଜଳି ରୁହନ୍ତି। ସୋମବାର ମଧ୍ୟାହ୍ନ ସମୟରେ ୮ଜଣ ମହିଳା ପୁରୁଷ ତାଙ୍କ ଘରେ ପଶିଥିଲେ। ଘରେ ଠାକୁରାଣୀ ପୂଜା କରୁଥିବାରୁ ତାଙ୍କ ବୋହୂଙ୍କୁ ଜ୍ୱର ହେଉଥିବା କହି ଲୋକେ ପ୍ରଥମେ ପର୍ଶୁରାମଙ୍କୁ ଆକ୍ରମଣ କରିଥିଲେ। ଏହାକୁ ତାଙ୍କ ଝିଅ ବିରୋଧ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଲୋକେ ବାପଝିଅଙ୍କୁ ମାରପିଟ୍‌ କରିବା ପରେ ଏକ ଗଛରେ ବାନ୍ଧି ପକାଇଥିଲେ। ସେମାନଙ୍କୁ ଗୋବରପାଣି ପିଆଇବାକୁ ଉଦ୍ୟମ କରି ଗ୍ରାମରେ ରଖାଇ ଦେବେ ନାହଁି ବୋଲି ବିଭିନ୍ନ ଧମକଚମକ ଦେଇଥିଲେ। ସେମାନେ ଚାଲିଯିବା ପରେ ପର୍ଶୁରାମ ଝିଅ ସହ ଆସି ନୀଳଗିରି ଥାନାକୁ ଆସି ୮ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନ ଭାଇ ଠେଙ୍ଗା ମାଡ଼ରେ ମଝିଆ ଭାଇର ଜୀବନଗଲା

ନିରାକାରପୁର,୩୦।୬(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ମଝିଆ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାନ ଭାଇର...

ଏମାର ମଠରେ ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୬।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର...

ସମାଜ ସଂସ୍କାର ପାଇଁ ବରିଷ୍ଠ ନାଗରିକମାନେ ମଙ୍ଗୁଆଳ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ନୂଆପଡା ଅଫିସ,୨।୧୦ – ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିଥାଏ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷ ଉପରେ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ...

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ...

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା...

ରାୟଗଡ଼ାରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ

ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ୍‌ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍‌ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର...

ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଳ ପୂଜା ଆରମ୍ଭ

ବାଙ୍କୀ/ନିଶ୍ଚିନ୍ତକୋଇଲି, ୩୦।୯ (ସ୍ବ.ପ୍ର.): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ବୁଧବାରଠାରୁ ଷୋଳପୂଜା ଆରମ୍ଭ ହୋଇଛି। ଚଳିତବର୍ଷ କୋଭିଡ ନିୟମ ଅନୁଯାୟୀ ପୀଠରେ ଷୋଡ଼ଶ ଉପଚାରରେ...

Advertisement
Archives

Model This Week