Posted inଖେଳ

ଗାବା ଟେଷ୍ଟ ପାକିସ୍ତାନ ୨୪୦ରେ ଅଲ୍‌ଆଉଟ୍‌

ବ୍ରିସବେନ୍‌, ୨୧।୧୧ (ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ସମ୍ମାନ ଅଷ୍ଟ୍ରେଲିଆ ହାତେଇ ନେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ମିଚେଲ ଷ୍ଟାର୍କଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି।
ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ଅଧିନାୟକ ଆଝାର ଅଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଉଇକେଟ୍‌ରେ ଶାନ୍‌ ମାସୁଦ (୨୭ ରନ) ଓ ଆଝାର (୩୯) ୭୫ ରନ ଭାଗୀଦାରି କରିଥିଲେ। ତେବେ ୩ଟି ବଲ୍‌ ଅନ୍ତରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବା ପରେ ପାକିସ୍ତାନ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଏହାପରେ ଅଭିଜ୍ଞ ବାବର ଆଜମ (୧), ହାରିସ ସୋହେଲ (୧) ଓ ଇଫ୍‌ତିକାର ଅହମ୍ମଦ (୭) ମଧ୍ୟ ଶସ୍ତାରେ ଆଉଟ୍‌ ହୋଇଥିଲେ। ଏକଦା ୭୫ ରନରେ କୌଣସି ଉଇକେଟ୍‌ ହରାଇ ନ ଥିବା ପାକିସ୍ତାନ ୭୮ ରନରେ ୪ ଓ ୯୪ରେ ୫ ଜଣ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ତେବେ ମଧ୍ୟକ୍ରମରେ ଆସଦ୍‌ ସଫିକ (୭୬ ରନ) ଏବଂ ଅନ୍ତିମ ଭାଗରେ ଉଇକେଟ୍‌କିପର ମହମ୍ମଦ ରିଜଓ୍ବାନ (୩୭) ଓ ୟାସିର ଶାହ (୨୬)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ପାକିସ୍ତାନ ୨୦୦ ରନ ଅତିକ୍ରମ କରିପାରିଥିଲା। ୮୬.୨ ଓଭରରେ ଦଳ ୨୪୦ ରନରେ ସୀମିତ ରହିଥିଲା। ଘରୋଇ ଦଳ ପକ୍ଷରୁ ୩ ଦ୍ରୁତ ବୋଲର ଷ୍ଟାର୍କ (୪/୫୨), ଜୋଶ ହାଜେଲଉଡ୍‌ (୨/୪୬) ଓ ପ୍ୟାଟ୍‌ କୁମିନ୍ସ (୩/୬୦) ମିଳିତଭାବେ ୯ ଉଇକେଟ୍‌ ଅକ୍ତିଆର କରିଥିଲେ। ସ୍ପିନର ନାଥନ ଲିୟନଙ୍କୁ ଗୋଟିଏ ସଫଳତା ମିଳିଥିଲା। ଶୁକ୍ରବାର ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍‌

ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍‌ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ...

ଚର୍ଚ୍ଚାରେ କୋହଲିଙ୍କ ନୂଆ ପୋଷ୍ଟ

ହାମିଲଟନ୍‌, ୧୭।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିସାରିବା ପରେ ଏବେ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି।...

ସୁଦିରମାନ କପ୍‌:ପରାଜୟରୁ ଭାରତର ଅଭିଯାନ ଆରମ୍ଭ

ନାନ୍ନିଂ,୨୧ା୫(ପି.ଟି.)- ଏଠାରେ ଚାଲିଥିବା ସୁଦିରମାନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତ...

ମିଛ କହି ଟ୍ରୋଲ ହେଲେ ଆଫ୍ରିଦି: ଲୋକେ ପଚାରିଲେ ‘ସତ କୁହ ବୟସ କେତେ’

ନୂଆଦିଲ୍ଲୀ,୧।୩: ସୋମବାର ପାକିସ୍ତାନର ପୂର୍ବ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦିଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ କ୍ରିକେଟର ତାଙ୍କୁ ଧନ୍ୟବାଦ ଜଣାଇ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫-୦ରେ ସିରିଜ ଜିତିଲା ଏହି ଦଳ

ମାଞ୍ଚେଷ୍ଟର, ୧।୧୦: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଇଂଲଣ୍ଡ ୩ ଉଇକେଟ୍‌ରେ ବିଜୟୀ...

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଭୁବନେଶ୍ୱର ‘ଏ’ ଚାମ୍ପିୟନ

ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ‘ଏ’ ଚାମ୍ପିୟନ ହୋଇଛି।...

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ...

Advertisement
Archives

Model This Week