କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ମଙ୍ଗରାଜ ମହାନ୍ତଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ ା ତଥାପି ଗାଡ଼ି ଛାଡି ନ ଥିଲେ ା ଏଥିପାଇଁ ସେ ଆଉ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଂଶପାଳ ବ୍ଲକସ୍ଥିତ ଏକ କାରଖାନାରେ ଟିପ୍ପର ଦୁର୍ଘଟଣାରେ ଅଲେଖ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ା ଏ ନେଇ ନୟାକୋଟ ଥାନାରେ ଏକ ମାମଲା (ନଂ.୩୭/୨୦୨୦) ରୁଜୁ ହୋଇଥିଲା। ଗାଡି ଚାଳକ କେନ୍ଦୁଝର କୋର୍ଟରୁ ଜାମିନରେ ଆସିଥିଲେ। କିନ୍ତୁ ବାଂଶପାଳ ଫାଣ୍ଡି ଅଧିକାରୀ ଉକ୍ତ ଟିପ୍ପରକୁ ଫାଣ୍ଡି ପରିସରକୁ ନେଇ ଗାଡି ମାଲିକ ମଙ୍ଗରାଜଙ୍କୁ ଡକାଇଥିଲେ। ସେ ଗାଡି ଛାଡିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ ା ଦୁଇ ଦିନ ପରେ ଆସି ଗାଡି ନେଇଯିବାକୁ କହିଥିଲେ ା ୨ ଦିନ ପରେ ମଙ୍ଗରାଜ ଫାଣ୍ଡିରେ ପହଞ୍ଚତ୍ ଥିଲେ ା ହେଲେ ଫାଣ୍ଡି ଅଧିକାରୀ ଗାଡି ଛାଡିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିବା ସହ ଆଉ ୨୦ହଜାର ଟଙ୍କା ଦାବି କରିଥିଲେ ା ଟଙ୍କା ନ ଦେବାରୁ ଫାଣ୍ଡି ଅଧିକାରୀ ଗାଡି ଛାଡ଼ି ନ ଥିଲେ ା ଏଣୁ ବାଧ୍ୟ ହୋଇ ମଙ୍ଗରାଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗାଡି ରିଲିଜ ଅର୍ଡର ଆଣିଥିଲେ। କୋର୍ଟ ଅର୍ଡର ଦେଖି ଫାଣ୍ଡି ଅଧିକାରୀ ଗାଡ଼ି ଛାଡିଥିଲେ ମଧ୍ୟ ସେ ନେଇଥିବା ୧୦ହଜାର ଟଙ୍କା ଫେରାଇ ନ ଥିଲେ ା ମଙ୍ଗରାଜ ଟଙ୍କା ଫେରସ୍ତ କରିବାକୁ କହିବାରୁ ଫାଣ୍ଡି ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ ସେ ବୋଲି ସେ ସୋମବାର ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଇତିମଧ୍ୟରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି ା ଏ ସମ୍ପର୍କରେ ପୂର୍ବତନ ଫାଣ୍ଡି ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ା ହେଲେ ଫୋନ୍ ରିସିଭ ନ କରିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ। ତେବେ ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି, ସେ ଏ ବିଷୟରେ ସେ କିଛି ଜାଣି ନାହାନ୍ତି ା ଏଭଳି ଲାଞ୍ଚ କାରବାରକୁ ସେ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ା ତେଲକୋଇ ଥାନା ଅଧିକାରୀ ପଦ୍ମାସିନୀ ମେହେର କହିଛନ୍ତି, ସମ୍ପୃକ୍ତ ଅଧିକାରୀ ଅଳ୍ପଦିନ ତଳେ ବଦଳି ହୋଇ ଆସିଥିଲେ ହେଁ ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ା ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି, ଏପରି ଘଟଣାର ତଦନ୍ତ କରାଯାଉ ା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ା
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

