କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ମଙ୍ଗରାଜ ମହାନ୍ତଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ ା ତଥାପି ଗାଡ଼ି ଛାଡି ନ ଥିଲେ ା ଏଥିପାଇଁ ସେ ଆଉ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଂଶପାଳ ବ୍ଲକସ୍ଥିତ ଏକ କାରଖାନାରେ ଟିପ୍ପର ଦୁର୍ଘଟଣାରେ ଅଲେଖ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ା ଏ ନେଇ ନୟାକୋଟ ଥାନାରେ ଏକ ମାମଲା (ନଂ.୩୭/୨୦୨୦) ରୁଜୁ ହୋଇଥିଲା। ଗାଡି ଚାଳକ କେନ୍ଦୁଝର କୋର୍ଟରୁ ଜାମିନରେ ଆସିଥିଲେ। କିନ୍ତୁ ବାଂଶପାଳ ଫାଣ୍ଡି ଅଧିକାରୀ ଉକ୍ତ ଟିପ୍ପରକୁ ଫାଣ୍ଡି ପରିସରକୁ ନେଇ ଗାଡି ମାଲିକ ମଙ୍ଗରାଜଙ୍କୁ ଡକାଇଥିଲେ। ସେ ଗାଡି ଛାଡିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ ା ଦୁଇ ଦିନ ପରେ ଆସି ଗାଡି ନେଇଯିବାକୁ କହିଥିଲେ ା ୨ ଦିନ ପରେ ମଙ୍ଗରାଜ ଫାଣ୍ଡିରେ ପହଞ୍ଚତ୍ ଥିଲେ ା ହେଲେ ଫାଣ୍ଡି ଅଧିକାରୀ ଗାଡି ଛାଡିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିବା ସହ ଆଉ ୨୦ହଜାର ଟଙ୍କା ଦାବି କରିଥିଲେ ା ଟଙ୍କା ନ ଦେବାରୁ ଫାଣ୍ଡି ଅଧିକାରୀ ଗାଡି ଛାଡ଼ି ନ ଥିଲେ ା ଏଣୁ ବାଧ୍ୟ ହୋଇ ମଙ୍ଗରାଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗାଡି ରିଲିଜ ଅର୍ଡର ଆଣିଥିଲେ। କୋର୍ଟ ଅର୍ଡର ଦେଖି ଫାଣ୍ଡି ଅଧିକାରୀ ଗାଡ଼ି ଛାଡିଥିଲେ ମଧ୍ୟ ସେ ନେଇଥିବା ୧୦ହଜାର ଟଙ୍କା ଫେରାଇ ନ ଥିଲେ ା ମଙ୍ଗରାଜ ଟଙ୍କା ଫେରସ୍ତ କରିବାକୁ କହିବାରୁ ଫାଣ୍ଡି ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ ସେ ବୋଲି ସେ ସୋମବାର ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଇତିମଧ୍ୟରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି ା ଏ ସମ୍ପର୍କରେ ପୂର୍ବତନ ଫାଣ୍ଡି ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ା ହେଲେ ଫୋନ୍ ରିସିଭ ନ କରିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ। ତେବେ ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି, ସେ ଏ ବିଷୟରେ ସେ କିଛି ଜାଣି ନାହାନ୍ତି ା ଏଭଳି ଲାଞ୍ଚ କାରବାରକୁ ସେ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ା ତେଲକୋଇ ଥାନା ଅଧିକାରୀ ପଦ୍ମାସିନୀ ମେହେର କହିଛନ୍ତି, ସମ୍ପୃକ୍ତ ଅଧିକାରୀ ଅଳ୍ପଦିନ ତଳେ ବଦଳି ହୋଇ ଆସିଥିଲେ ହେଁ ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ା ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି, ଏପରି ଘଟଣାର ତଦନ୍ତ କରାଯାଉ ା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ା

୧୧ ଜୋନ୍ରେ ବିଜେଡି, ଭାଜପା ମାତ୍ର ୨
ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି...

କଟକ, ଭୁବନେଶ୍ୱରରେ ଛେଚିଲା
ଭୁବନେଶ୍ୱର,୪ା୫(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ହନ୍ତସନ୍ତ ହେଉଥିଲେ। ତତଲା ହାୱା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ...

ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ
ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ...

ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି
ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ...

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି
ମାଲକାନଗିରି,୧୭।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା।...

ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ
ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା...

‘ପିଲା ଦିନର ସ୍ବପ୍ନ ବାଟ କଢ଼ାଇଛି’: ନିଆରା ପ୍ରତିଭା ସନ୍ତୋଷ
ଆନନ୍ଦପୁର,୪।୮(ସ୍ବ.ପ୍ର.)-ପିଲା ଦିନୁ ତ୍ଜଣେ ସଫଳ ଚିତ୍ରକର ହେବାକୁ ସେ ଦେଖିଥିଲେ ସ୍ବପ୍ନ। ଗରିବ ପରିବାରରେ ଜନ୍ମ ନେଇଥିବାରୁ ଆର୍ଥିକ ଅନଟନ ସତ୍ତ୍ୱେ ନିରନ୍ତର ସାଧନା ବଳରେ...

ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ(ଭାରତ) ଜୁନୈଦ କମାଲ୍ ଅହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଅପରାହ୍ନରେ ହୋଇଥିବା ଏହି ସାକ୍ଷାତ୍କାର ସମୟରେ...