ଗାଡ଼ିମାଲିକଙ୍କୁ ମୋଟର ଯାନ କର ପ୍ରଦାନ କ୍ଷେତ୍ରରେ ଆଶ୍ୱସ୍ତି: ଏପ୍ରିଲ ୧୫ ସୁଦ୍ଧା ଦେଇ ନ ଥିବା କର ଜୁନ୍‌ ୩୦ ସୁଦ୍ଧା ଦେଇପାରିବେ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରେ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରଖିଛନ୍ତି। ଏହି ଲକ୍‌ଡାଉନ ଅବଧି ଆସନ୍ତା ୧୪ତାରିଖରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁବାର ଆହୁରି ୧୬ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ସୁଦ୍ଧା ଟ୍ୟାକ୍ସ ଦେବାକୁ ଥିବା ଗାଡ଼ି ମାଲିକମାନଙ୍କୁ ସରକାର ଆଶ୍ୱସ୍ତି କରିଛନ୍ତି। ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଷ୍ଟେଜ୍‌ କ୍ୟାରେଜ୍‌, କଣ୍ଟ୍ରାକ୍ଟ କ୍ୟାରେଜ ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ ମାସ ପାଇଁ ସେମାନଙ୍କ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେମାନେ ଜୁନ୍‌ ୩୦ ମଧ୍ୟରେ ଟିକସ ପୈଠ କରିବେ। ସେହିପରି ଯେଉଁ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ-ଜୁନ୍‌ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରିବାକୁ କୁହାଯାଇଛି। ସେହିପରି ସ୍କୁଲ ବସ୍‌ ଏବଂ ନିର୍ମାଣ ଉପକରଣ ପରିବହନ କରୁଥିବା ଗାଡିଗୁଡିକ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍‌ ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ରାଜ ପରିବାରର ପ୍ରଥମ ସଦସ୍ୟ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ...

୧୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୭।୬(ବ୍ୟୁରୋ): ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆଗାମୀ ୪ ଦିନ...

ବୈଶାଳୀଙ୍କ ନୃତ୍ୟ ଡକ୍ୟୁମେଣ୍ଟାରିରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଜୁନ୍‌ ୨୦ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ଶରଣାର୍ଥୀ ସଙ୍କଟ ଉପରେ ଜାତିସଂଘର କୂଟନୀତିଜ୍ଞ, ନୀତି ଅଧିକାରୀ ତଥା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ...

୨ କୋଟିର ଫେରୋକ୍ରୋମ ଜବତ, ୬ ଗିରଫ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶାରୁ କୋଟି କୋଟି ଟଙ୍କାର ଫେରୋକ୍ରୋମ ଚୋରି କରାଯାଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏଥିରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌...

୨୭ରେ ଓଜେଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧୧ା୩: ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍‌ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌...

ମନ୍ଦିର ଗର୍ଭ ଗୃହରେ ଫାଟ

ସଜନାଗଡ଼,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରୁ ୫କି.ମି. ଦୂର ସଜନାଗଡ଼ ଗ୍ରାମରେ ଅବସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ। ମନ୍ଦିର ଦ୍ୱାରବନ୍ଧ ସହ ମୁଖ୍ୟ...

ସଂସ୍ଥା କରିପାରିବେ କୋଭିଡ୍‌ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍‌ କେୟାର ହୋମ୍‌ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ...

ଜେଲ୍‌ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୨।୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ୩୦ହଜାର ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ...

Advertisement
Archives

Model This Week