ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଳୋତ୍ତମା ବେହେରା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ଏକ ମାମଲା(ନଂ.୨୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବଧୁଲିପୁର ଗ୍ରାମର ତିଳୋତ୍ତମା ଓ ଝୁନୁ ବେହେରାଙ୍କ ମଧ୍ୟରେ ଟଙ୍କା ଦେଣନେଣ ଓ ବିଲରେ ଗାଈ ମୁଗ ଖାଇବାକୁ କେନ୍ଦ୍ର କରି ବୁଧବାର ସକାଳେ ବଚସା ହୋଇଥିଲା। ଉଭୟେ ପରସ୍ପରକୁ ଗାଲିଗୁଲଜ କରିବା ପରେ ଠେଲାପେଲା ହୋଇଥିଲେ। ଏଥିରେ ତିଳୋତ୍ତମା ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା  ।  ପରେ ଗାଁରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ସମାଧାନର କୌଣସି ସୂତ୍ର ନ ବାହାରିବାରୁ ତିଳୋତ୍ତମାଙ୍କ ସ୍ବାମୀ ଅର୍ଜୁନ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ଝୁନୁ ବେହେରା, ତାଙ୍କ ଝିଅ ଓ ଅନ୍ୟ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ...

ମତ୍ସ୍ୟଜୀବୀଙ୍କୁ ମାଛ ବିକ୍ରି ଚିନ୍ତା

ପୁରୀ ଅଫିସ,୧୩ା୪: ପୁରୀ ଜିଲାର ପେଣ୍ଠକଟା, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି। କରୋନା ପାଇଁ ବେଉସା...

ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଝାରଦେବନ୍ଧ ଜଙ୍ଗଲରୁ ଜବତ

ଟିଟିଲାଗଡ଼,୧୫।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟବର୍ତ୍ତୀ ଝାରଦେବନ୍ଧ ଜଙ୍ଗଲରୁ ଟିଟିଲାଗଡ଼ ପୋଲିସ ଗଳିତ ମୃତଦେହ ଜବତ କରିଛି l ମୃତ ବ୍ୟକ୍ତି ଜଣଙ୍କ ବିନେକେଲାର ଲୋଚନ...

ଯୁକ୍ତ ୨ କଳା ପରୀକ୍ଷାରେ ସ୍ବାଗତିକା ଦ୍ବିବେଦୀ ବଣାଇ ଉପଖଣ୍ଡ ଟପ୍ପର

ଲହୁଣୀପଡା,୯।୮(ଡି.ଏନ.ଏ.): ସଦ୍ୟପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ସ୍ବାଗତିକା ଦ୍ବିବେଦୀ ସର୍ବୋଚ୍ଚ ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହୋଇଛନ୍ତି। ଲହୁଣୀପଡା ଉଚ୍ଚ ମାଧ୍ୟମିକ...

ଡ୍ରେନେଜ୍‌ ସମସ୍ୟା ଦୂର କରିବ ଅଳକା ଖନନ

ଜଗତ୍‌ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ...

୨୬ରେ ସୂର୍ଯ୍ୟୋପରାଗ: ସମସ୍ତ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା...

ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ

କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ...

ଅମଳ ବେଳରେ ଦାଉ ସାଧିଲା ପଶ୍ଚିମା ଝଡ଼

ଉମରକୋଟ, ୨୧।୩(ସ୍ବ.ପ୍ର.):ଅଦିନିଆ ବର୍ଷାର ପ୍ରଭାବରେ ମକାଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ୨ଦିନରେ...

Advertisement
Archives

Model This Week