ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେଉଁ ଗର୍ଭବତୀମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ନିକଟରେ କରୋନାର କୌଣସି ଗୁଣ ଦେଖାଯାଇନାହିଁ। ଫ୍ରଣ୍ଟିୟର ଇନ୍‌ ପେଡିଆଟ୍ରିକ୍‌ ଜର୍ନାଲରେ ସୋମବାର ଏହା ପ୍ରକାଶ ପାଇଥିଲା। ଚାଇନାର ହୁବଇରେ ଥିବା ଉହାନ ସହରରେ ପ୍ରଥେମେ କରୋନା ସଂକ୍ରମଣ ଦେଖାଯାଇଥିବା ବେଳେ ସେଠାକାର ୪ଜଣ ଗର୍ଭବତୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପ୍ରଥମେ ଏହି ଶିଶୁମାନଙ୍କୁ ଏନ୍‌ଆଇସିୟୁରେ ରଖାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଶିଶୁଙ୍କ ନମୁନା କରୋନା ନେଗେଟିଭ ଆସିଥିବା ବେଳେ ଚତୁର୍ଥ ଶିଶୁର ମା’ କରୋନା ନମୁନା ପରୀକ୍ଷା ପାଇଁ ଅରାଜି ହୋଇଥିଲେ। ଉକ୍ତ ଗବେଷଣାକୁ ନେଇ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରି ନ ଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ଇଟାଲିରେ ଜଣେ ନବଜାତକକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ବେଳେ ସେ ସବୁଠାରୁ କମ୍‌ ବୟସର କରୋନା ସଂକ୍ରମିତ ରୋଗୀ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri