ଗର୍ତ୍ତରେ ବାଲି ଭର୍ତ୍ତି ନେଇ ଆଲୋଚନା

ତାଳଚେର,୧୭ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୮ ନଂ. ଓ୍ବାର୍ଡ ଦେଉଳବେଡ଼ା ତେଲିସାହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଧାନ ବିଲଠାରେ ବୁଧବାର ମାଟି ଦବି ହୋଇଥିବା ଗର୍ତ୍ତ ଗୁରୁବାର ଆହୁରି ବଡ଼ ହୋଇଯାଇଛି। ତେବେ ଉକ୍ତ ସ୍ଥାନକୁ ବ୍ୟାରିକେଡ୍‌ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏମ୍‌ସିଏଲ୍‌ର ତାଳଚେର ଏରିଆ ମହାପ୍ରବନ୍ଧକ ବି. କୁମାର ଏବଂ ଅନ୍ୟ ପଦାଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଓ ଗର୍ତ୍ତରେ ବାଲି ଭର୍ତ୍ତି କରାଯିବା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ପୂର୍ବରୁ ହାଣ୍ଡିଧୂଅଁା କୋଲ୍‌ମାଇନ୍ସ ଏବଂ ବିଏନ୍‌ଆର୍‌ କମ୍ପାନୀ ଦ୍ୱାରା କୋଇଲା ଖନନ କରାଯାଇଥିଲା। ଗର୍ତ୍ତ ସୃଷ୍ଟି ହୋଇଥିବା ଜମିର ମାଲିକ ଅକ୍ଷୟ କୁମାରଙ୍କ ସହ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କିଭଳି ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ରାଶି ମିଳିବ ଏବଂ ସେମାନଙ୍କୁ ଠିକାଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବ ସେ ନେଇ ଏମ୍‌ସିଏଲ୍‌ ସିଏମ୍‌ଡି ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ତାଳଚେର କ୍ଷେତ୍ର ମହାପ୍ରବନ୍ଧକ ବି.କୁମାର ପତ୍ର ମାଧ୍ୟମରେ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ପକ୍ଷରୁ ସେଠାରେ ମିଳିତ ଯାଞ୍ଚ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ। କ୍ଷୟକ୍ଷତି ସମ୍ପର୍କରେ ମୂଲ୍ୟାୟନ ପରେ କ୍ଷତିପୂରଣ ରାଶି ସ୍ଥିର କରାଯିବ। କ୍ଷତିଗ୍ରସ୍ତ ହୋଇଥିବା ୨ କିମ୍ବା ୩ ପରିବାରର ଜଣେ ଲେଖାଏ ସଦସ୍ୟଙ୍କୁ ଏମ୍‌ସିଏଲ୍‌ରେ ଘରୋଇ ସୁରକ୍ଷା କର୍ମୀ ଭାବେ ନିୟୋଜିତ କରାଯିବ। ପାଇପ୍‌ ଦ୍ୱାରା ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ଦାବିକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଉକ୍ତ ବୈଠକରେ ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌. ଶୁକ୍ଲା, ଡାଇରେକ୍ଟର ପର୍ସୋନେଲ କେଶବ ରାଓ, ତାଳଚେର କୋଇଲାକ୍ଷେତ୍ରର ସମସ୍ତ ମହାପ୍ରବନ୍ଧକ, ତହସିଲଦାର, ଏସ୍‌ଡିପିଓ ଏବଂ ଗ୍ରାମ କମିଟି ସଭାପତି ରାହାସ କୁମାର ସାହୁ, ସମ୍ପାଦକ କାର୍ତ୍ତିକେଶ୍ୱର ସାହୁ, କୋଷାଧ୍ୟକ୍ଷ ବାବୁଲା କୁମାର ପୃଷ୍ଟି, ତାଳଚେର ସୁରକ୍ଷା ମଞ୍ଚର ମୁରଲୀଧର ସାହୁ, ପର୍ଶୁରାମ ବାରିକ ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri