Posted inଜାତୀୟ

ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଲାଭାନ୍ବିତ ହେବେ ୬ ରାଜ୍ୟର ଶ୍ରମିକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ। ଏହାର ମୂଳ ଲକ୍ଷ୍ୟ ହେଉଛି ବାହାର ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ଯେତେଶୀଘ୍ର ସମ୍ଭବ ରୋଜଗାର ଯୋଗାଇଦେବା। ଅର୍ଥମନ୍ତ୍ରୀ କହିଥିଲେ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟଗ୍ର ହୋଇ ଉଠିଥିଲେ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଏମାନଙ୍କ ମଧ୍ୟରେ ବିଶେଷ ଭାବେ ୬ ରାଜ୍ୟର ୧୧୬ ଜିଲାର ଶ୍ରମିକ ଥିଲେ। ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନର ଅଧିକାଂଶ ଶ୍ରମିକ ଘର ବାହୁଡା ହୋଇଛନ୍ତି। ତେବେ ୧୨୫ ଦିନ ମଧ୍ୟରେ ୧୧୬ ଜିଲା ପାଇଁ ସରକାରଙ୍କର ପାଖାପାଖି ୨୫ ଯୋଜନାକୁ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ରେ ସାମିଲ କରାଯିବ। ଏହି ଅଭିଯାନ ଗ୍ରାମୀଣ ଭାରତରେ ରୋଜଗାରର ନୂଆ ଅବସର ସୃଷ୍ଟି କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ପୋଷ୍ଟ କଲେ ଯିବାକୁ ପଡିବ ଜେଲ୍‌!

ଥିରୁଭାନନ୍ତପୁରମ,୨୨ ।୧୧: କେରଳର ଏଲ୍‌ଡିଏଫ୍ ସରକାର ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଥିବା ସାଇବର କ୍ରାଇମରେ ଲଗାମ ଲାଗାଇବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ଘରେଥିବା ସଜ୍ଞାହୀନ ଲୋକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ...

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି।...

ପିଓକେ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩-୯(ପି.ଟି./ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।...

ଜେଏସ୍‌ପିଏଲ୍‌କୁ ଗୋଲ୍‌ଡେନ ପିକକ୍‌ ସମ୍ମାନ

ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍‌ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ...

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌...

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ...

Advertisement


Archives

Model This Week