Posted inଫୁରସତ

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍‌ଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରିଛି। କ୍ୟାନସର୍‌ ରୋଗକୁ ଜିତିଆସିଥିବା ନଟରାଜନ୍‌ ଅନେକ ସମୟରେ ଦେଖିବାକୁ ପାଉଥିଲେ, ସହରର ଧନୀକ ଶ୍ରେଣୀ ବା ପଇସାବାଲା ଲୋକମାନେ ନିଜ ତୃଷା ମେଣ୍ଟାଇବାକୁ ବୋତଲ ପାଣି କିଣିନେଉଥିବାବେଳେ ଗରିବ ଖଟିକିଆମାନେ ପାଣି ପାଇଁ ଅନେକ କଷ୍ଟ ସହୁଛନ୍ତି। ଏହା ଦେଖି ସେ ନିଜକୁ ରୋକିପାରିଲେନି। ରିକ୍ସାଚାଳକ, ଜରିଗୋଟାଳିଠୁ ନେଇ ଭିକ୍ଷୁକମାନେ ଏଭଳି ପାକେଜ୍‌ ପାଣି ବା ବୋତଲ କିଣିବାକୁ ଅକ୍ଷମ ଥିଲେ। ତେଣୁ ସେ ଆରମ୍ଭ କଲେ ଜଳଦାନ ଅଭିଯାନ। ପ୍ରତିଦିନ ୨ ହଜାର ଲିଟର ପାଣି ମାଠିଆରେ ଭର୍ତ୍ତି କରି ସେ ଗରିବଙ୍କ ଶୋଷ ମେଣ୍ଟାଇଲେ। ନଟରାଜନ୍‌ଙ୍କ ମତରେ, ଏପରି ନୁହେଁ ଯେ ପାଣି କେବଳ ଗରିବ ଲୋକଙ୍କ ପାଇଁ ହିଁ ରଖାଯାଇଛି ବରଂ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ। କଥା କେବଳ ଏତିକି ଯେଉଁମାନଙ୍କର ଅର୍ଥବଳ ଅଛି, ସେମାନେ ପାଣି କିଣି ପିଇପାରୁଥିବାବେଳେ ଆଉ କିଛି ପଇସା ଖର୍ଚ୍ଚ କରି ତୃଷା ମେଣ୍ଟାଇବା ପୂର୍ବରୁ ନିଜ ପରିବାରର ପେଟ କଥା ଭାବିନିଅନ୍ତି। ତେଣୁ ସେଭଳି ଲୋକଙ୍କ ପାଇଁ ଏବେ ନଟରାଜନ୍‌ ଈଶ୍ୱରଙ୍କ ଦୂତ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଫରେ ତିନି ଘଣ୍ଟା

ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ...

ବରଫ ଭିତରେ ୬ ମାସ

ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍‌ ଘାଟି। ଭାରତ-ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ...

ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର...

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।...

ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ

ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା...

କେଶ ଫ୍ୟୁଜନ

ବେ ଫ୍ୟାଶନ ଦୁନିଆରେ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତ ତ ଜାଣିଥିବେ କିନ୍ତୁ କେଶରେ ଫ୍ୟୁଜନ୍‌ କଥାଟା ପୂରା ନିଆରା ା ଆବିଡଜାନ୍‌ର...

ଆକର୍ଷଣୀୟ ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି।...

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ...

Advertisement
Archives

Model This Week